Posted inଜାତୀୟ

ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ ରଖିଲେ ବଦଳିବ ମୌସୁମୀ, ହେବ ବର୍ଷା: ସ୍ୱାମୀ ଚକ୍ରପାଣି ମହାରାଜ

ନୂଆଦିଲ୍ଲୀ,୨୯ ।୪: ଗୋଟିଏ ପଟେ ଅସହ୍ୟ ଗରମରେ ରାଜଧାନୀ ଦିଲ୍ଲୀରେ ଲୋକେ ଘରୁ ବାହାରକୁ ବାହାରି ପାରୁ ନ ଥିବା ବେଳେ ବେଳକୁ ବେଳ ତାତି ବଢିବାରେ ଲାଗିଛି । ଏହାକୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବା ବେଳେ, ଅନ୍ୟପଟେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜ କହିଛନ୍ତି ଦିଲ୍ଲୀର ନାମ ବଦଳାଇ ଦେଲେ ଏଠାକାର ମୌସୁମୀର ମିଜାଜ ବି ବଦଳିଯିବ ।
ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜ କହିଛନ୍ତି, ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ କରାଯାଉ କାରଣ ନାମର ବହୁତ ମହତ୍ୱ ରହିଛି । ଯଦି ଦିଲ୍ଲୀର ନାମ ଇନ୍ଦ୍ରପ୍ରସ୍ଥ କରାଯାଏ ତେବେ ଏଠାରେ ଭଲ ବର୍ଷା ହେବା ସହ ଶାନ୍ତି ଫେରି ଆସିବ ।

ମହାରାଜ ଆହୁରି ମଧ୍ୟ କହିଛନ୍ତି ଦେଶର ଦିଲ୍ ଅର୍ଥାତ୍ ଦିଲ୍ଲୀ ଅଥବା ରାଜଧାନୀ ଯଦି ଭଲ ରହିବ ତେବେ ସାରା ଦେଶ ଭଲ ରହିବ । ତୋମର ବଂଶର ରାଜା ଯାହାଙ୍କ ମହଲର ପାଇପ ଝିଲା ଥିଲା ବୋଲି ସେ ଏହାର ନାମ ଢିଲି ରଖିଦେଇଥିଲେ । ଏହାପରେ ଏହା ଦିଲ୍ଲୀ ହୋଇଛି । ଯେତେବେଳେ ଆମ ଘରେ ଶିଶୁଟିଏ ଜନ୍ମନିଏ ଆମେ ସଂସ୍କାର ହିସାବରେ ପିଲାଟିର ନାମକରଣ କରିଥାଏ । କିନ୍ତୁ ଏଠାରେ ରାଜମହଲର ପାଇପ ଢିଲା ହୋଇଗଲା ବାଲି ଏଠାକାର ନାମ ଏମିତି ରଖାଗଲା ପରେ ଏହା ଦିଲ୍ଲୀ ହେଲା । ତେଣୁ ଏବେ ଏହି ନାମକୁ ବଦଳାଇବା ଦରକାର । ଏଥିପାଇଁ ସେ ହସ୍ତାକ୍ଷର ଅଭିଯାନ ଆରମ୍ଭ କରିବା ସହ ଏ କଥା କେନ୍ଦ୍ର ସରକାରଙ୍କ ସାମ୍ନାରେ ରଖିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଏବେ ସର୍ବୋଚ୍ଚ ତାପମାତ୍ର ୪୦ ଅତିକ୍ରମ କରିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୯ ହେଲାଣି । ତେଣୁ ରାଜଧାନୀ ସମେତ ଦେଶର ଆଉ କିଛି ସ୍ଥାନ ବି ଅହସ୍ୟ ଗରମରେ ଛଟପଟ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri