ଗଞ୍ଜାମର କିଆ ସମ୍ପଦ…

ଆମ ଦେଶର ଉପକୂଳବର୍ତ୍ତୀ ବିଭିନ୍ନ ଅଞ୍ଚଳରେ କିଆଗଛ ଦେଖିବାକୁ ମିଳିଥାଏ। ଓଡ଼ିଶାର ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ କିଆ ଜଙ୍ଗଲ ରହିଥିବାବେଳେ ଏଠାରେ କିଆଚାଷ ମଧ୍ୟ କରାଯାଇଥାଏ। ତେଣୁ ଏହି ଜିଲାର ଚାଷୀମାନଙ୍କ ପାଇଁ କିଆ ଏକ ସମ୍ପଦ ଭାବେ ବିବେଚିତ ହୋଇଥାଏ। କିଆଫୁଲ ଛଡ଼ା କିଆଗଛର ଅନ୍ୟାନ୍ୟ ଅଂଶକୁ ମଧ୍ୟ ବ୍ୟାବସାୟିକ ଭିତିରେ ଏଠାରେ ବ୍ୟବହାର କରାଯାଇଥାଏ। ଜିଲାର ଛତ୍ରପୁର, ଚିକିଟି, ରଙ୍ଗେଇ ଲୁଣ୍ଡା ବ୍ଲକ୍‌ରେ କିଆଚାଷ ବହୁଳ ଭାବେ ହେଉଥିବାବେଳେ ଖଲ୍ଲିକୋଟ, ପାତ୍ରପୁର, କନିଷି ଆଦି ବ୍ଲକରେ ଏହି ଚାଷ କରାଯାଇଥାଏ। ତେବେ କେଳୁଆପଲ୍ଲୀ, ଇନ୍ଦ୍ରାକ୍ଷୀ, ତୁଳୁ, ଚନ୍ଦନବାଡ଼ି, ଗୋଳବନ୍ଧ,ସାନପଦର, ମଣନ୍ତି, ବିଶ୍ୱନାଥପୁର, ମାର୍କଣ୍ଡେ ଆଦି ଗ୍ରାମରେ କିଆଫୁଲ ଚାଷୀଙ୍କ ଗଁା ଭାବେ ପରିଚିତ।
କିଆଫୁଲରୁ ଅତର ପର୍ଯ୍ୟନ୍ତ
ଗୋଟିଏ କିଆଗଛ ହାରାହାରି ୪ରୁ ୬ମିଟର ପର୍ଯ୍ୟନ୍ତ ବଢ଼ିଥାଏ। ଇନ୍ଦ୍ରାକ୍ଷୀ ଗାଁର କିଆଫୁଲ ଚାଷୀ ଲିଙ୍ଗରାଜ ସାହୁ କୁହନ୍ତି, ଆମ ଜିଲାର ଏକାଧିକ ବ୍ଲକର ଚାଷୀଙ୍କ ପାଇଁ କିଆଫୁଲ ହେଉଛି ଭାତହାଣ୍ଡି। କିଆଗଛରେ ଏପ୍ରିଲରୁ ମେ, ଜୁଲାଇରୁ ସେପ୍ଟେମ୍ବର ଏବଂ ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ବର୍ଷକୁ ପ୍ରାୟ ୩ଥର ଫୁଲ ଫୁଟିଥାଏ। କିଆଗଛର ବୟସ ପ୍ରାୟ ୫ରୁ ୭ବର୍ଷ ହେଲେ ସେଥିରେ କିଆଫୁଲ ଫୁଟିବା ଆରମ୍ଭ କରିଥାଏ। କୁହାଯାଏ କିଆଗଛର ବୟସ ଯେତେ ବଢିଥାଏ, ସେଥିରେ ସେତେ ଅଧିକ ସଂଖ୍ୟାରେ ଫୁଲ ଫୁଟିଥାଏ। ସେହିପରି ୧୮ରୁ ୨୦ବର୍ଷର ପୁରୁଣା କିଆଫୁଲ ଗଛରେ ପ୍ରାୟ ୪୦ଟି ଫୁଲ ଫୁଟିଥାଏ। ୩୦ରୁ ୪୦ବର୍ଷ ମଧ୍ୟରେ କିଆଗଛରେ ପ୍ରାୟ ୪୦ରୁ ୬୦ଟି ପରିମାଣରେ କିଆଫୁଲ ଫୁଟିଥାଏ। କିଆ ଗଛ ସମୁଦ୍ରକୂଳିଆ ବାଲିଆ ମାଟିରେ ବେଶ୍‌ ଭଲଭାବେ ବଢ଼ିଥାଏ। ଚାଷୀମାନେ ନିଜେ କିମ୍ବା କେତେକ ଏଜେଣ୍ଟ ଜରିଆରେ ଗଛରୁ କିଆଫୁଲକୁ ସଂଗ୍ରହକରି ବିକ୍ରି ପାଇଁ ଭାଟିକୁ ଆଣିଥାନ୍ତି। କିଆଫୁଲର ସତେଜତା ଏବଂ ପରିପକ୍ୱତାକୁ ନେଇ ଗୋଟିଏ ଗୋଟିଏ କିଆଫୁଲର ମୂଲ୍ୟ ପ୍ରାୟ ୧୫ଟଙ୍କାରୁ ୪୦ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ଭାଟିରେ କିଆଫୁଲର ବାହାର ପାଖୁଡ଼ା ଏବଂ ତଳ ଅଂଶକୁ ବାହାର କରାଯାଇ ଫୁଲର କେଶର ସହିତ ଲାଗିଥିବା ପାଖୁଡ଼ାକୁ ଖଣ୍ଡଖଣ୍ଡ କରି ଭାଟିରେ ବସାଯାଇଥିବା ବଡ଼ବଡ଼ ପିତଳ ବା ତମ୍ବା ହଣ୍ଡାରେ ପକାଯାଇ ଗରମ କରାଯାଏ। ଫୁଲର ଗରମ ବାଷ୍ପକୁ ପାରାଫିନ୍‌ ଚଳନ ମାଧ୍ୟମରେ ଚୁଙ୍ଗାଚୁଆଁ (କୁବକା) ମୁଲତାନି ମାଟି ଦେଇ ନିମ୍ନ ତାପ ପାତନ ପ୍ରଣାଳୀ ଦ୍ୱାରା (ରୁଟ) ଅତର ବାହାର କରାଯାଇଥାଏ। ପ୍ରାୟ ଏକ ହଜାର ଫୁଲରୁ ୧୫ରୁ ୨୦ ମିଲିଗ୍ରାମ ପଯର୍‌ୟନ୍ତ ‘ର’ ବାହାର କରାଯାଇଥାଏ। ଏହି ଫୁଲରୁ ସଂଗୃହୀତ ଉନ୍ନତ ମାନ ଓ ଗୁଣବତ୍ତା ସମ୍ବଳିତ ଅର୍କର ମୂଲ୍ୟ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଥାଏ। କିଆଫୁଲ ଅତର ପାଇଁ ‘ର’ ୧ଲିଟର ପିଛା ପ୍ରାୟ ୪ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହୋଇପାରୁଛି। ତେବେ ଅତର ଲିଟର ପିଛା ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି ହେଉଥିବାର କୁହାଯାଉଛି। ଅନ୍ତର୍ଜାତୀୟ ବଜାରରେ କିଆଫୁଲର ନିଯ୍ୟାସ (ଏସେନ୍ସ)ର ଯଥେଷ୍ଟ ଚାହିଦା ରହିଛି। ପ୍ରତିବର୍ଷ କିଆ ଫୁଲ ପାଇଁ ୫୦ରୁ ୬୦କୋଟି ଟଙ୍କାର କାରବାର ହୋଇଥାଏ। ବିଶେଷକରି କିଆଫୁଲର ‘ର’କୁ ପାନମସଲା, ଜର୍ଦ୍ଦା, ସର୍ବତ, ମିଷ୍ଠାନ୍ନ, ଧୂପକାଠି, ଓଷଧ ଆଦି ଦ୍ରବ୍ୟରେ ମିଶାଯାଇଥାଏ। ବାହାର ରାଜ୍ୟ ଓ ବିଦେଶରାଷ୍ଟ୍ରକୁ କିଆଫୁଲ ‘ର’କୁ ବିକ୍ରି କରାଯାଇ ଭଲ ଅର୍ଥ ରୋଜଗାର ହୋଇପାରୁଛି। କିଆଫୁଲ ଚାଷି ତଥା ସାମାଜିକକର୍ମୀ ନଟବର ସାହୁ କୁହନ୍ତି ଆମ ଜିଲାରେ ପ୍ରାୟ ୧୭୦ରୁ୧୮୦ଟି କିଆଫୁଲ ଭାଟି ରହିଛି। ପ୍ରାୟ୫ଲକ୍ଷ ଚାଷୀ ଉପକୃତ ହୋଇଥାନ୍ତି। ଦେଢଲକ୍ଷ ବ୍ୟବସାୟୀ ରହିଛନ୍ତି। କିଆଫୁଲ ଚାଷୀ ଅଜୁ ନାୟକ କୁହନ୍ତି, ‘ବ୍ରହ୍ମପୁରଠାରେ କିଆଫୁଲ ଉଦ୍ୟୋଗ ରହିଛି। ପୂର୍ବରୁ ଫାଇଲିନ ବାତ୍ୟାରେ ଉପକୂଳବର୍ତ୍ତୀ ଗଞ୍ଜାମ ଜିଲାରେ ରହିଥିବା କିଆ ଗଛ ପ୍ରାୟ ୩୦ଭାଗ ନଷ୍ଟ ହୋଇଯାଇଥିଲା। କିନ୍ତୁ ପରେ ଏଠାରେ କିଆ ଜଙ୍ଗଲ ସୃଷ୍ଟି କରାଯିବା ଫଳରେ ଚାଷୀମାନେ ପୁଣିଥରେ ରୋଜଗାରକ୍ଷମ ହେବାରେ ଲାଗିଛନ୍ତି। ଏଠାରେ ଫୁଲର ପରୀକ୍ଷଣ ଓ ଯାବତୀୟ ଆବଶ୍ୟକତାକୁ ବିଚାରକୁ ନେଇ ବିଭିନ୍ନ ସମୟରେ ଟ୍ରେନିଂ ପ୍ରଦାନ କରାଯାଇଥାଏ। ଯାହା ଏବେ କିଛି ପରିମାଣରେ କମିଯିବାଦ୍ୱାରା ଚାଷୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି। ଗଞ୍ଜାମ ଜିଲାରେ କିଆଫୁଲ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ କେତୋଟି ଗବେଷଣା ପ୍ରତିଷ୍ଠାନ ବୈଷୟିକ ସହାୟତା ପାଇଁ ନିଷ୍ପତି ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରିନାହିଁ। ଯଦି ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନ ମିଳନ୍ତା ଚାଷୀମାନେ ବେଶ୍‌ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ କୁହାଯାଉଛି । ଅନ୍ୟପକ୍ଷେ କିଆଫୁଲ ଅତର ବ୍ୟବସାୟ ଛଡ଼ା ଏଠାକାର ଚାଷୀମାନେ କିଆପତରରେ ସୌଖୀନ ବ୍ୟାଗ୍‌, ଟୋକେଇ, ଦଉଡ଼ି ଓ ଚେୟାର୍‌ ଆଦି ବୁଣି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। କହିବାକୁ ଗଲେ କିଆଚାଷ ଏଠାକାର ଚାଷୀମାନଙ୍କର ମୁଖ୍ୟ ରୋଜଗାରର ମାଧ୍ୟମ।
-ବନବିହାରୀ, ସୁବାସଚନ୍ଦ୍ର ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri