ବେରୋଜଗାରୀଙ୍କୁ ଦେଖାଇଛି ବାଟ

ଖଇରା, ୫।୯(ଡି.ଏନ.ଏ.)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ଚଳିତବର୍ଷ ୬୦ଜଣ ମୋ ପୋଖରୀ ଯୋଜନାରେ ଉପକୃତ ହୋଇପାରିଛନ୍ତି। କରୋନା ମହାମାରୀ ସମୟରେ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଖରୀ ଖୋଳିଥିବା ବ୍ୟକ୍ତିମାନେ କେବଳ ସ୍ବାବଲମ୍ବୀ ହୋଇନାହାନ୍ତି ବରଂ ଏହାକୁ ନେଇ ଆଗକୁ ବଢିବାର ଲକ୍ଷ୍ୟ ରଖିଥିବା ନେଇ ଉକ୍ତ ହିତାଧିକାରୀମାନେ ପ୍ରକାଶ କରିଛନ୍ତି।
ଚଳିତବର୍ଷ କୋଭିଡ ମହାମାରୀ ସମୟରେ ବାହାରେ କାର୍ଯ୍ୟ କରୁଥିବା ଅଧିକାଂଶ ଯୁବତୀଯୁବକ ଘରକୁ ଫେରି ଆସିଥିଲେ। ଏହି ସମୟରେ ସେମାନେ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ପୋଖରୀ ଖୋଳା ସମ୍ପର୍କରେ ଖବରପାଇ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମୋଟ ୩୮୦ଜଣ ଆବେଦନ କରିଥିଲେ। ପ୍ରଥମେ ପର୍ଯ୍ୟାୟରେ ୬୦ଜଣ ସମ୍ପୂର୍ଣ୍ଣ କରିଛନ୍ତି। ୟାସ୍‌ ବାତ୍ୟା ଏବଂ ଅନ୍ୟାନ୍ୟ ଅସୁବିଧା ପାଇଁ କିଛି ହିତାଧିକାରୀଙ୍କର ପୋଖରୀ ଅସମ୍ପୂର୍ଣ୍ଣ ରହିଛି। ପୋଖରୀ ଖୋଳା ପରେ ପରେ ମତ୍ସ୍ୟଚାଷ, ପରିବା ଚାଷ ପାଇଁ ସମ୍ପୃକ୍ତ ବିଭାଗଗୁଡିକ ତରଫରୁ ସହାୟତା ମିଳିବା ପରେ ଏବେ ଚାକିରି ଛାଡି ଚିନ୍ତାରେ ରହିଥିବା ବହୁ ଶ୍ରମିକ ଅନେକ କିଛି ଆଶା ନେଇ ପୁଣିଥରେ ଏହି କାମଧନ୍ଦାରେ ମନନିବେଶ କରିଛନ୍ତି। ତେଲଦିଆ ଗ୍ରାମର ସୌମ୍ୟରଞ୍ଜନ ରାଉତଙ୍କ କହିବା ମୁତାବକ ବିଟେକ ପରେ ସେ ଭୁବନେଶ୍ୱରରେ ରହି ଇଞ୍ଜିନିୟର ଭାବେ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଅନେକ କଷ୍ଟ କରିବାକୁ ପଡୁଥିଲା। ଏବେ ସେ ପୋଖରୀ ଖୋଳି ମାଛ ଛାଡିବା ସହ ପୋଖରୀ ହୁଡାରେ ପରିବାପତ୍ର ସହ ପରୀକ୍ଷାମୂଳକ ଭାବେ ଅଙ୍ଗୁର ଓ ଗୁଲ୍ମରିଚ ଗଛ ଲଗାଇଛନ୍ତି। ଉଭୟ ଖରିଫ ଓ ରବି ଫସଲ ମାଧ୍ୟମରେ ସେ ବାର୍ଷିକ ସାଢେ ୩ରୁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ବୋଲି ଆଶା ରଖିଛନ୍ତି। ଯାହା ମାଧ୍ୟମରେ ପରିବାର ଚଳାଇବାରେ ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। ସେହିଭଳି ସାରଡାଙ୍ଗ ପଞ୍ଚାୟତ ଅଲିପୁର ଗ୍ରାମର ଅନାଦି ପରିଡାଙ୍କର ୟାସ୍‌ ବାତ୍ୟାରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ ହୋଇଯାଇଥିବା ବେଳେ ମୋ ପୋଖରୀକୁ ନେଇ ପୁଣି ଥରେ ଅଣ୍ଟା ସଳଖି ଚାଲିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ସେହିଭଳି ପତିରାଜପୁର ଗ୍ରାମର ଗୌତମ ପ୍ରଧାନ ଓ ହରେକୃଷ୍ଣ ସାମଲ, ଗେଙ୍ଗୁଟିଆର ରେବତୀ ବେହେରା ମଧ୍ୟ ପୋଖରୀ ଖୋଳିବା ପରେ ମାଛ ଓ ପରିବା ଚାଷ କାମରେ ଲାଗି ପଡିବା ସୁଫଳ ମିଳିବା ନେଇ ଆଶାବାଦୀ ବୋଲି କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଗ୍ରହୀ ଥିବା ସମସ୍ତ ଆଗ୍ରହୀ ଯୁବତୀଯୁବକମାନେ ଆବେଦନ କଲେ ଏହି ଯୋଜନାରେ ପୋଖରୀ ଖୋଳିବା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମୃତ୍ତିକା ସଂରକ୍ଷଣ ବିଭାଗର କ୍ଷେତ୍ର ଅଧିକାରୀ ଅଶୋକ କୁମାର ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

ଭାଇରାଲ ହେଉଛି ସେଜଲଙ୍କ ମା’ଙ୍କ ହାତଲେଖା ଚିଠି, ଏଥିରେ ଲେଖିଛନ୍ତି ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ…

ବାଲେଶ୍ୱର,୧ା୧୨: ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି।...

ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା

ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri