୬୨୭ ସଂସ୍ଥାର ଜଳକର ବକେୟା ୩୯୩୬.୮୬ କୋଟି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଶିଳ୍ପାୟନ ଓ ସହରୀକରଣ କାରଣରୁ ରାଜ୍ୟର ଅଧିକାଂଶ ନଦୀରେ ଜଳ ପ୍ରବାହ ହ୍ରାସ ପାଇବାରେ ଲାଗିଛି। ୨୦୫୦ ବେଳକୁ ରାଜ୍ୟରେ ଉତ୍କଟ ପାନୀୟ ଜଳ ସଙ୍କଟ ସୃଷ୍ଟି ହେବା ନେଇ ପରିବେଶବିତ୍‌ ଚେତାବନୀ ଦେଲେଣି। ଏଭଳି ସ୍ଥିତିରେ ଗତ କିଛିବର୍ଷ ହେବ ରାଜ୍ୟର ବିଭିନ୍ନ ନଦୀ ଓ କେନାଲ ଜଳକୁ ଶିଳ୍ପସଂସ୍ଥାଗୁଡିକୁ ଅତି ସ୍ବଳ୍ପ ମୂଲ୍ୟରେ ଟେକି ଦିଆଯାଉଛି। ଅନ୍ୟପକ୍ଷରେ ଶିଳ୍ପ ସଂସ୍ଥାଗୁଡିକ ବହୁ ପରିମାଣରେ ଜଳ ଶୋଷୁଥିଲେ ମଧ୍ୟ ଏ ବାବଦ ଟିକସ ଫାଙ୍କି ଚାଲିଛନ୍ତି। ଏପରି କି କୋର୍ଟ କଚେରି ଦ୍ୱାରସ୍ଥ ହୋଇ ବହୁ କୋଟି ଟଙ୍କାର ଜଳକର ଦୀର୍ଘବର୍ଷ ଧରି ପଇଠ କରୁନାହାନ୍ତି। ଫଳରେ ରାଜ୍ୟ ଜଳ ସମ୍ପଦ ହରାଉଥିଲେ ମଧ୍ୟ ଏ ବାବଦ କ୍ଷତି ଭରଣା ହୋଇପାରୁନାହିଁ।

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ବିଭିନ୍ନ ଶିଳ୍ପ, ଖଣି, ବ୍ୟବସାୟିକ ସଂସ୍ଥା ଓ ରେଲ୍‌ଓ୍ବେ ଆଦି ୬୨୭ ସଂସ୍ଥା ଉପରେ ୩୯୩୬.୮୬ କୋଟି ଟଙ୍କା ଜଳକର ବକେୟା ପଡିଛି। ସେଥିରୁ କୋର୍ଟ କଚେରିରେ ମାମଲା ଯୋଗୁ ୨୬ ସଂସ୍ଥା ଉପରେ ୩୦୭୫.୫୫ କୋଟି ଟଙ୍କା ଦୀର୍ଘବର୍ଷ ହେବ ବକେୟା ପଡିଛି। ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଶୁକ୍ରବାର ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅନୁଗୋଳସ୍ଥିତ ଭରତପୁର ଓସିପି ଉପରେ ୩୦୨୮.୪୪ ଲକ୍ଷ ଟଙ୍କା ଥିବା ବେଳେ ଭୁବନେଶ୍ୱରୀ ଓସିପି ଉପରେ ୧୧୬୦.୦୬ ଲକ୍ଷ, ଅନନ୍ତ ଓସିପି ୧୦୨୭.୨୦ ଲକ୍ଷ, ଜଗନ୍ନାଥ କୋଲିଏରି ଉପରେ ୧୨୪୨ ଲକ୍ଷ, ତାଳଚେର କୋଲିଏରି ଉପରେ ୮୩୬.୮୮ ଲକ୍ଷ, ନନ୍ଦିରା କୋଲିଏରି ଉପରେ ୧୪୩୮.୨୮ ଲକ୍ଷ, ଯୋଡ଼ାସ୍ଥିତ ଟାଟା ଷ୍ଟିଲ୍‌ ଉପରେ ୧୫,୯୭୫.୭୫ ଲକ୍ଷ, କେନ୍ଦୁଝରସ୍ଥିତ ଏସାର ଷ୍ଟିଲ୍‌ ଇଣ୍ଡିଆ ଉପରେ ୮୩୫.୨୭ ଲକ୍ଷ, ଆସ୍କା ଚିନିକଳ ଉପରେ ୧୪୪୫.୨୮ ଲକ୍ଷ, ସମ୍ବଲପୁର ଜନସ୍ବାସ୍ଥ୍ୟ ଡିଭିଜନ ଉପରେ ୧୭୧୬.୯୮ ଲକ୍ଷ ଟଙ୍କା ଜଳକର ବାକି ରହିଛି। ସେହିପରି ଜେ.କେ. କର୍ପୋରେଶନ ଲିମିଟେଡ ଉପରେ ୯୨୭୦.୫୬ ଲକ୍ଷ ଟଙ୍କା ବାକି ରହିଥିବା ବେଳେ ବେଲପାହାଡ଼ ସ୍ଥିତ ଟାଟା ରିଫ୍ରାକ୍ଟୋରିଜ ଲିମିଟେଡ ଉପରେ ୬୫୦୩.୦୩ ଲକ୍ଷ, ଦକ୍ଷିଣ ପୂର୍ବ ରେଳପଥ ଝାରସୁଗୁଡା ଉପରେ ୩୫୬୯୫ ଲକ୍ଷ, ଭିରାଜ ଷ୍ଟିଲ୍‌ ଆଣ୍ଡ ଏନର୍ଜି ଉପରେ ୨୯୯୩.୫୧ ଲକ୍ଷ, ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ପେପର ମିଲ୍‌ ଉପରେ ୨୧୬୧୨ ଲକ୍ଷ, ଭୂଷଣ ଲିମିଟେଡ ଉପରେ ୭୬୬୨ ଲକ୍ଷ, ବନହରପାଲି ଆଇଟିପିଏସ୍‌ ଉପରେ ୧୦୮୩.୪୭ ଲକ୍ଷ, ଶ୍ୟାମ ସମ୍ବଲପୁର ସ୍ଥିତ ମେଟାଲିକ ଆଣ୍ଡ ଏନର୍ଜି ଉପରେ ୧୦୩୭୦.୮୩ ଲକ୍ଷ, ସମ୍ବଲପୁର ଜନସ୍ବାସ୍ଥ୍ୟ ଡିଭିଜନ ଉପରେ ୬୫୩୪.୨୪ ଲକ୍ଷ, ଢେଙ୍କାନାଳ ରିଲାଏନ୍ସ ଏନର୍ଜି ଉପରେ ୨୮୭୧.୦୯ ଲକ୍ଷ, ଭୂଷଣ ଷ୍ଟିଲ୍‌ ଉପରେ ୫୬୩୭.୭୩ ଲକ୍ଷ, ବିଆର୍‌ଓ ଆଇରନ ଆଣ୍ଡ ଷ୍ଟିଲ୍‌ ଉପରେ ୧୯୯୬.୨୮ ଲକ୍ଷ, ଶ୍ରୀ ମହାବୀର ଫେରୋ ଆଲଏଜ ଉପରେ ୬୨୫୧ ଲକ୍ଷ, ଷ୍ଟିଲ୍‌ ଅଥରିଟି ଇଣ୍ଡିଆ ଉପରେ ୨୨୦୬୮ ଲକ୍ଷ ଟଙ୍କା ବାକି ରହିଛି। ଅନ୍ୟପକ୍ଷରେ ମାମଲା ରୁଜୁ କରିଥିବା ୨୬ ସଂସ୍ଥା ନିକଟରୁ ୫୦ ପ୍ରତିଶତ ବକେୟା ଆଦାୟ କରିବା ପାଇଁ ସରକାର ହାଇକୋର୍ଟରେ ମିସ୍‌ କେସ୍‌ ଫାଇଲ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଶିଳ୍ପ ସଂସ୍ଥାଗୁଡିକୁ ଯୋଗାଇ ଦିଆଯାଉଥିବା ଜଳ ଫ୍ଲୋମିମିଟର ଜରିଆରେ ମପାଯାଇ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଜଳସେଚନ ବିଭାଗ ୫ କ୍ୟୁସେକ ଜଳ ନେଉଥିବା ଶିଳ୍ପ ପାଇଁ ପ୍ରତି ୧ ହଜାର ଲିଟର ପାଣି ନିମନ୍ତେ ୯ ଟଙ୍କା ୫୨ ପଇସା ଧାର୍ଯ୍ୟ କରିଥିବା ବେଳେ ୫ କ୍ୟୁସେକରୁ ଅଧିକ ଜଳ ନେଉଥିବା ଶିଳ୍ପ ସକାଶେ ପ୍ରତି ୧ ହଜାର ଲିଟରକୁ ୧୨ ଟଙ୍କା ୬୦ ପଇସା ଧାର୍ଯ୍ୟ କରିଛି। ଏହି ହିସାବ ସରକାରୀ ସ୍ତରରେ ରଖାଯାଇଥିବାବେଳେ ବାସ୍ତବ ପରିସ୍ଥିତି କିନ୍ତୁ ଅଲଗା। ସବୁ ନ ହେଲେ ମଧ୍ୟ ଅଧିକାଂଶ ଶିଳ୍ପ ସଂସ୍ଥା ସରକାରୀ ଅନୁମୋଦନଠାରୁ ଯଥେଷ୍ଟ ଅଧିକ ଜଳ ଶୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri