୬୨୭ ସଂସ୍ଥାର ଜଳକର ବକେୟା ୩୯୩୬.୮୬ କୋଟି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଶିଳ୍ପାୟନ ଓ ସହରୀକରଣ କାରଣରୁ ରାଜ୍ୟର ଅଧିକାଂଶ ନଦୀରେ ଜଳ ପ୍ରବାହ ହ୍ରାସ ପାଇବାରେ ଲାଗିଛି। ୨୦୫୦ ବେଳକୁ ରାଜ୍ୟରେ ଉତ୍କଟ ପାନୀୟ ଜଳ ସଙ୍କଟ ସୃଷ୍ଟି ହେବା ନେଇ ପରିବେଶବିତ୍‌ ଚେତାବନୀ ଦେଲେଣି। ଏଭଳି ସ୍ଥିତିରେ ଗତ କିଛିବର୍ଷ ହେବ ରାଜ୍ୟର ବିଭିନ୍ନ ନଦୀ ଓ କେନାଲ ଜଳକୁ ଶିଳ୍ପସଂସ୍ଥାଗୁଡିକୁ ଅତି ସ୍ବଳ୍ପ ମୂଲ୍ୟରେ ଟେକି ଦିଆଯାଉଛି। ଅନ୍ୟପକ୍ଷରେ ଶିଳ୍ପ ସଂସ୍ଥାଗୁଡିକ ବହୁ ପରିମାଣରେ ଜଳ ଶୋଷୁଥିଲେ ମଧ୍ୟ ଏ ବାବଦ ଟିକସ ଫାଙ୍କି ଚାଲିଛନ୍ତି। ଏପରି କି କୋର୍ଟ କଚେରି ଦ୍ୱାରସ୍ଥ ହୋଇ ବହୁ କୋଟି ଟଙ୍କାର ଜଳକର ଦୀର୍ଘବର୍ଷ ଧରି ପଇଠ କରୁନାହାନ୍ତି। ଫଳରେ ରାଜ୍ୟ ଜଳ ସମ୍ପଦ ହରାଉଥିଲେ ମଧ୍ୟ ଏ ବାବଦ କ୍ଷତି ଭରଣା ହୋଇପାରୁନାହିଁ।

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ବିଭିନ୍ନ ଶିଳ୍ପ, ଖଣି, ବ୍ୟବସାୟିକ ସଂସ୍ଥା ଓ ରେଲ୍‌ଓ୍ବେ ଆଦି ୬୨୭ ସଂସ୍ଥା ଉପରେ ୩୯୩୬.୮୬ କୋଟି ଟଙ୍କା ଜଳକର ବକେୟା ପଡିଛି। ସେଥିରୁ କୋର୍ଟ କଚେରିରେ ମାମଲା ଯୋଗୁ ୨୬ ସଂସ୍ଥା ଉପରେ ୩୦୭୫.୫୫ କୋଟି ଟଙ୍କା ଦୀର୍ଘବର୍ଷ ହେବ ବକେୟା ପଡିଛି। ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଶୁକ୍ରବାର ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅନୁଗୋଳସ୍ଥିତ ଭରତପୁର ଓସିପି ଉପରେ ୩୦୨୮.୪୪ ଲକ୍ଷ ଟଙ୍କା ଥିବା ବେଳେ ଭୁବନେଶ୍ୱରୀ ଓସିପି ଉପରେ ୧୧୬୦.୦୬ ଲକ୍ଷ, ଅନନ୍ତ ଓସିପି ୧୦୨୭.୨୦ ଲକ୍ଷ, ଜଗନ୍ନାଥ କୋଲିଏରି ଉପରେ ୧୨୪୨ ଲକ୍ଷ, ତାଳଚେର କୋଲିଏରି ଉପରେ ୮୩୬.୮୮ ଲକ୍ଷ, ନନ୍ଦିରା କୋଲିଏରି ଉପରେ ୧୪୩୮.୨୮ ଲକ୍ଷ, ଯୋଡ଼ାସ୍ଥିତ ଟାଟା ଷ୍ଟିଲ୍‌ ଉପରେ ୧୫,୯୭୫.୭୫ ଲକ୍ଷ, କେନ୍ଦୁଝରସ୍ଥିତ ଏସାର ଷ୍ଟିଲ୍‌ ଇଣ୍ଡିଆ ଉପରେ ୮୩୫.୨୭ ଲକ୍ଷ, ଆସ୍କା ଚିନିକଳ ଉପରେ ୧୪୪୫.୨୮ ଲକ୍ଷ, ସମ୍ବଲପୁର ଜନସ୍ବାସ୍ଥ୍ୟ ଡିଭିଜନ ଉପରେ ୧୭୧୬.୯୮ ଲକ୍ଷ ଟଙ୍କା ଜଳକର ବାକି ରହିଛି। ସେହିପରି ଜେ.କେ. କର୍ପୋରେଶନ ଲିମିଟେଡ ଉପରେ ୯୨୭୦.୫୬ ଲକ୍ଷ ଟଙ୍କା ବାକି ରହିଥିବା ବେଳେ ବେଲପାହାଡ଼ ସ୍ଥିତ ଟାଟା ରିଫ୍ରାକ୍ଟୋରିଜ ଲିମିଟେଡ ଉପରେ ୬୫୦୩.୦୩ ଲକ୍ଷ, ଦକ୍ଷିଣ ପୂର୍ବ ରେଳପଥ ଝାରସୁଗୁଡା ଉପରେ ୩୫୬୯୫ ଲକ୍ଷ, ଭିରାଜ ଷ୍ଟିଲ୍‌ ଆଣ୍ଡ ଏନର୍ଜି ଉପରେ ୨୯୯୩.୫୧ ଲକ୍ଷ, ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ପେପର ମିଲ୍‌ ଉପରେ ୨୧୬୧୨ ଲକ୍ଷ, ଭୂଷଣ ଲିମିଟେଡ ଉପରେ ୭୬୬୨ ଲକ୍ଷ, ବନହରପାଲି ଆଇଟିପିଏସ୍‌ ଉପରେ ୧୦୮୩.୪୭ ଲକ୍ଷ, ଶ୍ୟାମ ସମ୍ବଲପୁର ସ୍ଥିତ ମେଟାଲିକ ଆଣ୍ଡ ଏନର୍ଜି ଉପରେ ୧୦୩୭୦.୮୩ ଲକ୍ଷ, ସମ୍ବଲପୁର ଜନସ୍ବାସ୍ଥ୍ୟ ଡିଭିଜନ ଉପରେ ୬୫୩୪.୨୪ ଲକ୍ଷ, ଢେଙ୍କାନାଳ ରିଲାଏନ୍ସ ଏନର୍ଜି ଉପରେ ୨୮୭୧.୦୯ ଲକ୍ଷ, ଭୂଷଣ ଷ୍ଟିଲ୍‌ ଉପରେ ୫୬୩୭.୭୩ ଲକ୍ଷ, ବିଆର୍‌ଓ ଆଇରନ ଆଣ୍ଡ ଷ୍ଟିଲ୍‌ ଉପରେ ୧୯୯୬.୨୮ ଲକ୍ଷ, ଶ୍ରୀ ମହାବୀର ଫେରୋ ଆଲଏଜ ଉପରେ ୬୨୫୧ ଲକ୍ଷ, ଷ୍ଟିଲ୍‌ ଅଥରିଟି ଇଣ୍ଡିଆ ଉପରେ ୨୨୦୬୮ ଲକ୍ଷ ଟଙ୍କା ବାକି ରହିଛି। ଅନ୍ୟପକ୍ଷରେ ମାମଲା ରୁଜୁ କରିଥିବା ୨୬ ସଂସ୍ଥା ନିକଟରୁ ୫୦ ପ୍ରତିଶତ ବକେୟା ଆଦାୟ କରିବା ପାଇଁ ସରକାର ହାଇକୋର୍ଟରେ ମିସ୍‌ କେସ୍‌ ଫାଇଲ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଶିଳ୍ପ ସଂସ୍ଥାଗୁଡିକୁ ଯୋଗାଇ ଦିଆଯାଉଥିବା ଜଳ ଫ୍ଲୋମିମିଟର ଜରିଆରେ ମପାଯାଇ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଜଳସେଚନ ବିଭାଗ ୫ କ୍ୟୁସେକ ଜଳ ନେଉଥିବା ଶିଳ୍ପ ପାଇଁ ପ୍ରତି ୧ ହଜାର ଲିଟର ପାଣି ନିମନ୍ତେ ୯ ଟଙ୍କା ୫୨ ପଇସା ଧାର୍ଯ୍ୟ କରିଥିବା ବେଳେ ୫ କ୍ୟୁସେକରୁ ଅଧିକ ଜଳ ନେଉଥିବା ଶିଳ୍ପ ସକାଶେ ପ୍ରତି ୧ ହଜାର ଲିଟରକୁ ୧୨ ଟଙ୍କା ୬୦ ପଇସା ଧାର୍ଯ୍ୟ କରିଛି। ଏହି ହିସାବ ସରକାରୀ ସ୍ତରରେ ରଖାଯାଇଥିବାବେଳେ ବାସ୍ତବ ପରିସ୍ଥିତି କିନ୍ତୁ ଅଲଗା। ସବୁ ନ ହେଲେ ମଧ୍ୟ ଅଧିକାଂଶ ଶିଳ୍ପ ସଂସ୍ଥା ସରକାରୀ ଅନୁମୋଦନଠାରୁ ଯଥେଷ୍ଟ ଅଧିକ ଜଳ ଶୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri