କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ

ଧାମନଗର, ୧୮।୪: ପ୍ରତ୍ୟେକ ଘରକୁ ପାନୀୟଜଳ ଯୋଗାଇ ଦେବା ଲାଗି ଭଦ୍ରକ ଜିଲା ଧାମନଗର ବ୍ଲକରେ ଗ୍ରାମୀଣ ଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସ୍ବଜଳ ଧାରା ଏବଂ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ଘରକୁ ଘର ପାଇପ୍‌ ଏବଂ ନଳକୂପ ଦ୍ୱାରା ପାନୀୟଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ବ୍ୟାପକ ଅର୍ଥ ହରିଲୁଟ ହେଉଥିବା ବେଳେ ଏଠାରେ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ବ୍ଲକର ୩୧ ପଞ୍ଚାୟତରେ ନିର୍ମିତ ପାଣିଟାଙ୍କିର ୯୦ ପ୍ରତିଶତ ଟାଙ୍କିରୁ ପାଣି ଟୋପାଏ ବାହାରୁ ନାହିଁ। ଏପରିକି କେତେକ ପଞ୍ଚାୟତରେ ନିର୍ମାଣ ହୋଇଥିବା ଟାଙ୍କି ଧୀରେ ଧୀରେ ଅଚଳ ହୋଇଗଲାଣି। କେତେକ ଟାଙ୍କିକୁ ଡ୍ୟାମେଜ ଘୋଷଣା କରାଯାଇ ସେହି ଟାଙ୍କି ନିକଟରେ ନୂତନ ଟାଙ୍କି ମଧ୍ୟ ନିର୍ମାଣ କରାଯାଉଛି। ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହୁଥିବାରୁ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଡ୍ୟାମେଜ ଘୋଷିତ ପାଣି ଟାଙ୍କିର ମରାମତି ଓ ରଙ୍ଗ ମାରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଉଛି।
ହେବ ନିର୍ମାଣ ହୋଇ ପଡ଼ିଥିବା ପାଣି ଟାଙ୍କି ବ୍ୟବହାର ହୋଇ ନ ଥିବାବେଳେ ସେଥିରୁ ବିଭିନ୍ନ ଗ୍ରାମକୁ ସଂଯୋଗୀକରଣ କରାଯାଇଥିବା ପାଣି ପାଇପ୍‌ ଓ ଟ୍ୟାପ୍‌ ଭାଙ୍ଗିରୁଜି ଯାଇଛି। ମରାମତି ଓ ରଙ୍ଗ କରାଯିବା ନେଇ ବ୍ୟୟ ଅଟକଳ ପାଇଁ କୌଣସି ସୂଚନା ଫଳକ ମଧ୍ୟ ରହୁନାହିଁ। ଫଳରେ ଏହି ଯୋଜନାରେ ଦୁର୍ନୀତି ନେଇ ସାଧାରଣରେ ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ନିମ୍ନମାନର କାର୍ଯ୍ୟ ନେଇ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶିବ ବୁଦୁଲା କହିଛନ୍ତି, ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେବେ ସରିବ ସେ ଜାଣିନାହାନ୍ତି। ତେବେ ଦୁଇଟି ପଞ୍ଚାୟତରେ କଁା ଭଁା ସ୍ଥାନରେ ପାଣି ଯୋଗାଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ଭାରତ ବନ୍ଦ: ଓଡ଼ିଶାରେ ପଡିବ ବନ୍ଦର ପ୍ରଭାବ, ଏହି ସବୁ ସେବା ହେବ ପ୍ରଭାବିତ!

ଭୁବନେଶ୍ୱର,୧୦।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ହାଇୱେରେ ଏକୁଟିଆ ଦେଖି ଲୁଟୁଥିଲେ, ଚାରି ଲୁଟେରାଙ୍କ ସହ ଛଅ ବାଇକ ଜବତ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ…

ପ୍ରେମକୁ ମଜଭୁତ କରିବ ଟେଡି ଡେ’

ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି…

ଭୁବନେଶ୍ବରରୁ ଛାତ୍ରୀ ନିଖୋଜ ଘଟଣା, ୫ ଘଣ୍ଟା ପରେ….

ଭୁବନେଶ୍ବର, ୧୦।୨: ଭୁବନେଶ୍ୱରରୁ ଛାତ୍ରୀ ନିଖୋଜ ଘଟଣାରେ ପୋଲିସକୁ ସଫଳତା । ୫ ଘଣ୍ଟା ପରେ କ୍ୟାପିଟାଲ ହସ୍ପିଟାଲରୁ ଉଦ୍ଧାର ହେଲେ ଛାତ୍ରୀ । ସୂଚନା ଅନୁସାରେ,…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri