ପାଇପ୍‌ ଫାଟି ଭାସୁଛି ପାଣି

ବଡ଼ବିଲ,୨୩ା୧୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ମୁଖ୍ୟ ସଡ଼କପଥ ପାର୍ଶ୍ୱ ଦେଇଯାଇଥିବା ଜନସ୍ବାସ୍ଥ୍ୟ ବିଭାଗର ପାଇପ୍‌ ଫାଟି ପାଣି ନଷ୍ଟ ହେଉଛି।

ପାନୀୟ ଜଳ ସଙ୍କଟକୁ ଦୂର କରିବାକୁ ରାଜ୍ୟ ସରକାର ଦିନରାତି ‘ଟ୍ୟାପ୍‌ ଟୁ ଓ୍ବାଟର’ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଜନସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ପାନୀୟ ଜଳ ନଷ୍ଟ ହେବା ପରିତାପର ବିଷୟ।

ଶନିବାର ଅପରାହ୍ନରେ ଏ ନେଇ ବଡ଼ବିଲ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ବୈଦ୍ୟନାଥ ମାଝିଙ୍କୁ ଅବଗତ କରାଯାଇଥିଲା ଏବଂ ତୁରନ୍ତ ମରାମତି ନିମନ୍ତେ କ’ଣ ପଦକ୍ଷେପ ନେଉଛନ୍ତି ବୋଲି ପଚାରିବାରୁ ସେ କହିଥିଲେ ଯେ, କାହାର ନିଜସ୍ବ ପାଣି ପାଇପ୍‌ ଫାଟିଥିବ, ତା’ର ମରାମତି ଉପଭୋକ୍ତାଙ୍କ ନିଜ ଦାୟିତ୍ୱ। ତେବେ ଜନସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଜଳଯୋଗାଣ ପାଇପ୍‌ ଫାଟି ପାଣି ବାହାରୁଥିବା କହିବାରୁ କାଲି ଦେଖିବା ବୋଲି କହିଥିଲେ।