ବର୍ଷକର ଯୁଦ୍ଧ

ଆଜକୁ ବର୍ଷେ ତଳେ ଅକ୍ଟୋବର ୭ରେ ପାଲେଷ୍ଟିନୀୟ ସଙ୍ଗଠନ ହମାସ ଇହୁଦୀ ରାଷ୍ଟ୍ର ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣ କରି ୧,୨୦୦ ଲୋକଙ୍କ ଜୀବନ ନେଇଥିବା ବେଳେ ୨୫୦ ଜଣଙ୍କୁ ପଣବନ୍ଦୀ କରି ରଖିଥିଲା। ବିରୁଡ଼ି ବସାରେ କାଠି କେଞ୍ଚତ୍ବା ଭଳି ହମାସର ଆକ୍ରମଣ ଇସ୍ରାଏଲକୁ ଭୀଷଣ ମାତ୍ରାରେ ଉତ୍‌କ୍ଷିପ୍ତ କରିଦେଇଥିଲା। ପ୍ରତିଜବାବ ସୂରୂପ ୮ ଅକ୍ଟୋବରରେ ଇସ୍ରାଏଲ ଗାଜାରେ ଥିବା ହମାସ ଉପରକୁ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ସମୟ କ୍ରମେ ଲେବାନନର ହେଜବୋଲ୍ଲା ଏବଂ ଇରାନ୍‌ ସୈନ୍ୟଙ୍କ ଇସ୍ରାଏଲ ପ୍ରତି ଶତ୍ରୁତା ଆଚରଣ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ଅଶାନ୍ତ କରିଚାଲିଛି। ଏହି ଯୁଦ୍ଧରେ ପାଲେଷ୍ଟାଇନ ସର୍ବାଧିକ କ୍ଷତିର ସମ୍ମୁଖୀନ ହୋଇଛି। ଗତବର୍ଷରୁ ଆରମ୍ଭ ହୋଇଥିବା ଏହି ଲଢ଼େଇରେ ପ୍ରାୟ ୪୨ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୯୬ ହଜାରରୁ ଅଧିକ ଖଣ୍ଡିଆଖାବରା ହୋଇସାରିଲେଣି। ଏଥିସହିତ ଲେବାନନରେ ୨ ହଜାର ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ଲକ୍ଷ ଲୋକ ବାସଚ୍ୟୁତ ହେଲେଣି। ଚଳିବବର୍ଷ ଅକ୍ଟୋବର ଆରମ୍ଭରେ ଇସ୍ରାଏଲ ଉପରେ ଇରାନ୍‌ର ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଆହୁରି ଅଶାନ୍ତ କରିଦେଇଛି। ଆଗକୁ ଭୟଙ୍କର ଯୁଦ୍ଧ ବିଭୀଷିକା ହେବାର ସବୁ ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦାୟିତ୍ୱହୀନ ମନ୍ତବ୍ୟ ସ୍ଥିତିକୁ ବିଗାଡ଼ି ଦେଲାଣି। ନିକଟରେ ସେ କହିଛନ୍ତି, ଇରାନ୍‌ର ତୈଳକୂପଗୁଡ଼ିକ ଉପରେ ଇସ୍ରାଏଲ ଆକ୍ରମଣ କରିବା ନେଇ ଆଲୋଚନା ହୋଇଛି। ସମାଧାନର ବାଟ ନ ଖୋଜି ଆମେରିକା ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରିବା ଯୁଦ୍ଧକୁ ଆହୁରି ତୀବ୍ର କରିଦେବାର ସୁଯୋଗ ସୃଷ୍ଟି କଲାଣି। ଏଭଳି ସ୍ଥଳେ ଜାତିସଂଘ ନିର୍ବାକ୍‌ ଦର୍ଶକ ଭଳି କେବଳ ଅଭିନୀତ ହେଉଥିବା ଦୃଶ୍ୟକୁ ଦେଖିଚାଲିଛି।
ବର୍ତ୍ତମାନ ସମୟରେ ବିଶ୍ୱ ଦୁଇଟି ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇଛି। ୨୪ ଫେବୃଆରୀ ୨୦୨୨ରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଘଟିଥିବା ବେଳେ ୭ ଅକ୍ଟୋବର ୨୦୨୩ରୁ ଇସ୍ରାଏଲ-ହମାସ ସଂଘର୍ଷ ସୂତ୍ରପାତ ଘଟି ତା’ର ପଡ଼ୋଶୀ ଅଞ୍ଚଳକୁ ବ୍ୟାପି ସାରିଲାଣି। ଏହି ଦୁଇ ଯୁଦ୍ଧରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ଭୂମିକା ସର୍ବାଧିକ ଆଲୋଚନାର ବିଷୟବସ୍ତୁ ପାଲଟିଛି। ରୁଷିଆ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିବାରୁ ତାହାର ଗତିରୋଧ ପାଇଁ ବିଶେଷକରି ଆମେରିକା ଶୀତଳ ଯୁଦ୍ଧଠାରୁ ପ୍ରୟାସ ଜାରି ରଖିଛି। ଫଳରେ ୟୁକ୍ରେନ୍‌କୁ ଅସ୍ତ୍ର କରି ମସ୍କୋକୁ ଦୁର୍ବଳ କରିବା ଲାଗି ପ୍ରୟାସରତ। ଅନୁରୂପ ଭାବେ ମଧ୍ୟପ୍ରାଚ୍ୟର ମୁସଲମାନ ରାଷ୍ଟ୍ର ପ୍ରତି ଆମେରିକାର ବିମୁଖଭାବ ରହିଆସିଛି। ସେହି ଦୃଷ୍ଟିରୁ ଦେଖିଲେ ଇହୁଦୀ ରାଷ୍ଟ୍ରଗଠନଠାରୁ ଆରମ୍ଭ କରି ଇସ୍ରାଏଲ ବ୍ୟକ୍ତିଙ୍କୁ ସବୁପ୍ରକାର ସହଯୋଗ ଦେବାରେ ଆମେରିକା କାର୍ଯ୍ୟ କରିଆସୁଛି। ଏହା ଜଣାଶୁଣା ଯେ, ଆମେରିକାରେ ଧନୀ ଓ ପ୍ରଭାବଶାଳୀ ସମ୍ପ୍ରଦାୟ ଭାବରେ ଇହୁଦୀମାନେ ପରିଚିତ। ଏଥିସହିତ ପ୍ରଯୁକ୍ତି କ୍ଷେତ୍ରରେ ଇହୁଦୀଙ୍କ ପ୍ରଦର୍ଶନ ସର୍ବାଗ୍ରେ ଥିବାରୁ ଇସ୍ରାଏଲକୁ ଆମେରିକା ସମର୍ଥନ କରିଚାଲିଛି। ବିଶ୍ୱର କେଉଁ ରାଷ୍ଟ୍ର କାହା ପ୍ରତି ଢଳି ରହିବ ତାହା ତା’ର ବୈଦେଶିକ ନୀତି ଉପରେ ନିର୍ଭର କରେ। କିନ୍ତୁ ଯୁଦ୍ଧ ବିଭୀଷିକାକୁ ହ୍ରାସ କରିବା ପ୍ରତ୍ୟେକ ଦେଶର ଧ୍ୟେୟ ହେବା କଥା। ତେବେ ଆଜିର ପୃଥିବୀରେ କେଉଁ କଥା ହେବା ଉଚିତ ଏବଂ କେଉଁ ବିଷୟ ଅନୁଚିତ, ତାହା ମତ ଦେବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ଉଦାହରଣସ୍ବରୂପ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ୍‌ ଜଙ୍ଗ ଉନ୍‌ଙ୍କୁ ଏକଚ୍ଛତ୍ରବାଦୀ ବୋଲି କହିଆସୁଥିବା ପାଶ୍ଚାତ୍ୟ ଦେଶଗୁଡ଼ିକ ଏବେ ନିଜ ଅଡୁଆରେ ନିଜେ ଛନ୍ଦି ହୋଇପଡ଼ିଲେଣି। ମଧ୍ୟପ୍ରାଚ୍ୟରେ ଇସ୍ରାଏଲର ସ୍ଥିତିକୁ କିଛି କ୍ଷେତ୍ରରେ ସମର୍ଥନ ମିଳୁଥିବା ବେଳେ ଅନ୍ୟ ଭାବେ ବିରୋଧ ମଧ୍ୟ ହେଉଛି। ଏହି ପ୍ରଚ୍ଛଦପଟରେ ଭାରତର ବୈଦେଶିକ ନୀତି ଅସ୍ପଷ୍ଟ ରହୁଥିବାରୁ ତାହାର ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ଏବେଠାରୁ ସମଗ୍ର ଦେଶ ପ୍ରସ୍ତୁତ ହେବା ଉଚିତ। ଏହାର ଉଦାହରଣ ଭାବେ ଦେଖିବାକୁ ଗଲେ ଭାରତ ସରକାରଙ୍କ କୌଣସି ବଡ଼ ନେତା ଇସ୍ରାଏଲକୁ ସମର୍ଥନ କରି ବିବୃତି ଦେଇନାହାନ୍ତି। ଅନ୍ୟପଟେ ଗତ ସପ୍ତାହରେ ଯେଉଁ ଦିନ ଇରାନର ବାଲିଷ୍ଟିକ ମିଜାଇଲ ଇସ୍ରାଏଲ ଉପରେ ବର୍ଷା ହେଲା, ସେହିଦିନ ଭାରତୀୟ ନୌସେନାର ତିନୋଟି ଜାହାଜ ଆଇଏନ୍‌ଏସ୍‌-ତୀର, ଶାଦ୍ଦୁଳ ଓ ଆଇସିଜିଏସ୍‌ ବୀରା ଇରାନର ବନ୍ଦର ଆବାସରେ ପହଞ୍ଚିଥିଲେ। ଏହି ତିନି ଜାହାଜର ପହଞ୍ଚିବାର ସମୟ ଅନେକ ବିଷୟକୁ ଇଙ୍ଗିତ କରୁଥାଇପାରେ। ଆଧୁନିକ ପୃଥିବୀରେ ମନେରଖିବାକୁ ହେବ ଯେ ଭୁଲ୍‌ ହେଉ କିମ୍ବା ଠିକ୍‌, ଭାରତର ନିଜସ୍ବ ଆଭିମୁଖ୍ୟ ବଜାୟ ରଖିବା ଅତ୍ୟନ୍ତ ଆବଶ୍ୟକ। ସବୁବେଳେ ‘ଏ ଘର ମାଉସୀ ସେ ଘର ପିଉସୀ’ ନୀତି ଆଧୁନିକ କୂଟନୀତିରେ ଚଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri