ବର୍ଷକର ଯୁଦ୍ଧ

ଆଜକୁ ବର୍ଷେ ତଳେ ଅକ୍ଟୋବର ୭ରେ ପାଲେଷ୍ଟିନୀୟ ସଙ୍ଗଠନ ହମାସ ଇହୁଦୀ ରାଷ୍ଟ୍ର ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣ କରି ୧,୨୦୦ ଲୋକଙ୍କ ଜୀବନ ନେଇଥିବା ବେଳେ ୨୫୦ ଜଣଙ୍କୁ ପଣବନ୍ଦୀ କରି ରଖିଥିଲା। ବିରୁଡ଼ି ବସାରେ କାଠି କେଞ୍ଚତ୍ବା ଭଳି ହମାସର ଆକ୍ରମଣ ଇସ୍ରାଏଲକୁ ଭୀଷଣ ମାତ୍ରାରେ ଉତ୍‌କ୍ଷିପ୍ତ କରିଦେଇଥିଲା। ପ୍ରତିଜବାବ ସୂରୂପ ୮ ଅକ୍ଟୋବରରେ ଇସ୍ରାଏଲ ଗାଜାରେ ଥିବା ହମାସ ଉପରକୁ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ସମୟ କ୍ରମେ ଲେବାନନର ହେଜବୋଲ୍ଲା ଏବଂ ଇରାନ୍‌ ସୈନ୍ୟଙ୍କ ଇସ୍ରାଏଲ ପ୍ରତି ଶତ୍ରୁତା ଆଚରଣ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ଅଶାନ୍ତ କରିଚାଲିଛି। ଏହି ଯୁଦ୍ଧରେ ପାଲେଷ୍ଟାଇନ ସର୍ବାଧିକ କ୍ଷତିର ସମ୍ମୁଖୀନ ହୋଇଛି। ଗତବର୍ଷରୁ ଆରମ୍ଭ ହୋଇଥିବା ଏହି ଲଢ଼େଇରେ ପ୍ରାୟ ୪୨ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୯୬ ହଜାରରୁ ଅଧିକ ଖଣ୍ଡିଆଖାବରା ହୋଇସାରିଲେଣି। ଏଥିସହିତ ଲେବାନନରେ ୨ ହଜାର ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ଲକ୍ଷ ଲୋକ ବାସଚ୍ୟୁତ ହେଲେଣି। ଚଳିବବର୍ଷ ଅକ୍ଟୋବର ଆରମ୍ଭରେ ଇସ୍ରାଏଲ ଉପରେ ଇରାନ୍‌ର ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଆହୁରି ଅଶାନ୍ତ କରିଦେଇଛି। ଆଗକୁ ଭୟଙ୍କର ଯୁଦ୍ଧ ବିଭୀଷିକା ହେବାର ସବୁ ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦାୟିତ୍ୱହୀନ ମନ୍ତବ୍ୟ ସ୍ଥିତିକୁ ବିଗାଡ଼ି ଦେଲାଣି। ନିକଟରେ ସେ କହିଛନ୍ତି, ଇରାନ୍‌ର ତୈଳକୂପଗୁଡ଼ିକ ଉପରେ ଇସ୍ରାଏଲ ଆକ୍ରମଣ କରିବା ନେଇ ଆଲୋଚନା ହୋଇଛି। ସମାଧାନର ବାଟ ନ ଖୋଜି ଆମେରିକା ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରିବା ଯୁଦ୍ଧକୁ ଆହୁରି ତୀବ୍ର କରିଦେବାର ସୁଯୋଗ ସୃଷ୍ଟି କଲାଣି। ଏଭଳି ସ୍ଥଳେ ଜାତିସଂଘ ନିର୍ବାକ୍‌ ଦର୍ଶକ ଭଳି କେବଳ ଅଭିନୀତ ହେଉଥିବା ଦୃଶ୍ୟକୁ ଦେଖିଚାଲିଛି।
ବର୍ତ୍ତମାନ ସମୟରେ ବିଶ୍ୱ ଦୁଇଟି ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇଛି। ୨୪ ଫେବୃଆରୀ ୨୦୨୨ରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଘଟିଥିବା ବେଳେ ୭ ଅକ୍ଟୋବର ୨୦୨୩ରୁ ଇସ୍ରାଏଲ-ହମାସ ସଂଘର୍ଷ ସୂତ୍ରପାତ ଘଟି ତା’ର ପଡ଼ୋଶୀ ଅଞ୍ଚଳକୁ ବ୍ୟାପି ସାରିଲାଣି। ଏହି ଦୁଇ ଯୁଦ୍ଧରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ଭୂମିକା ସର୍ବାଧିକ ଆଲୋଚନାର ବିଷୟବସ୍ତୁ ପାଲଟିଛି। ରୁଷିଆ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିବାରୁ ତାହାର ଗତିରୋଧ ପାଇଁ ବିଶେଷକରି ଆମେରିକା ଶୀତଳ ଯୁଦ୍ଧଠାରୁ ପ୍ରୟାସ ଜାରି ରଖିଛି। ଫଳରେ ୟୁକ୍ରେନ୍‌କୁ ଅସ୍ତ୍ର କରି ମସ୍କୋକୁ ଦୁର୍ବଳ କରିବା ଲାଗି ପ୍ରୟାସରତ। ଅନୁରୂପ ଭାବେ ମଧ୍ୟପ୍ରାଚ୍ୟର ମୁସଲମାନ ରାଷ୍ଟ୍ର ପ୍ରତି ଆମେରିକାର ବିମୁଖଭାବ ରହିଆସିଛି। ସେହି ଦୃଷ୍ଟିରୁ ଦେଖିଲେ ଇହୁଦୀ ରାଷ୍ଟ୍ରଗଠନଠାରୁ ଆରମ୍ଭ କରି ଇସ୍ରାଏଲ ବ୍ୟକ୍ତିଙ୍କୁ ସବୁପ୍ରକାର ସହଯୋଗ ଦେବାରେ ଆମେରିକା କାର୍ଯ୍ୟ କରିଆସୁଛି। ଏହା ଜଣାଶୁଣା ଯେ, ଆମେରିକାରେ ଧନୀ ଓ ପ୍ରଭାବଶାଳୀ ସମ୍ପ୍ରଦାୟ ଭାବରେ ଇହୁଦୀମାନେ ପରିଚିତ। ଏଥିସହିତ ପ୍ରଯୁକ୍ତି କ୍ଷେତ୍ରରେ ଇହୁଦୀଙ୍କ ପ୍ରଦର୍ଶନ ସର୍ବାଗ୍ରେ ଥିବାରୁ ଇସ୍ରାଏଲକୁ ଆମେରିକା ସମର୍ଥନ କରିଚାଲିଛି। ବିଶ୍ୱର କେଉଁ ରାଷ୍ଟ୍ର କାହା ପ୍ରତି ଢଳି ରହିବ ତାହା ତା’ର ବୈଦେଶିକ ନୀତି ଉପରେ ନିର୍ଭର କରେ। କିନ୍ତୁ ଯୁଦ୍ଧ ବିଭୀଷିକାକୁ ହ୍ରାସ କରିବା ପ୍ରତ୍ୟେକ ଦେଶର ଧ୍ୟେୟ ହେବା କଥା। ତେବେ ଆଜିର ପୃଥିବୀରେ କେଉଁ କଥା ହେବା ଉଚିତ ଏବଂ କେଉଁ ବିଷୟ ଅନୁଚିତ, ତାହା ମତ ଦେବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ଉଦାହରଣସ୍ବରୂପ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ୍‌ ଜଙ୍ଗ ଉନ୍‌ଙ୍କୁ ଏକଚ୍ଛତ୍ରବାଦୀ ବୋଲି କହିଆସୁଥିବା ପାଶ୍ଚାତ୍ୟ ଦେଶଗୁଡ଼ିକ ଏବେ ନିଜ ଅଡୁଆରେ ନିଜେ ଛନ୍ଦି ହୋଇପଡ଼ିଲେଣି। ମଧ୍ୟପ୍ରାଚ୍ୟରେ ଇସ୍ରାଏଲର ସ୍ଥିତିକୁ କିଛି କ୍ଷେତ୍ରରେ ସମର୍ଥନ ମିଳୁଥିବା ବେଳେ ଅନ୍ୟ ଭାବେ ବିରୋଧ ମଧ୍ୟ ହେଉଛି। ଏହି ପ୍ରଚ୍ଛଦପଟରେ ଭାରତର ବୈଦେଶିକ ନୀତି ଅସ୍ପଷ୍ଟ ରହୁଥିବାରୁ ତାହାର ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ଏବେଠାରୁ ସମଗ୍ର ଦେଶ ପ୍ରସ୍ତୁତ ହେବା ଉଚିତ। ଏହାର ଉଦାହରଣ ଭାବେ ଦେଖିବାକୁ ଗଲେ ଭାରତ ସରକାରଙ୍କ କୌଣସି ବଡ଼ ନେତା ଇସ୍ରାଏଲକୁ ସମର୍ଥନ କରି ବିବୃତି ଦେଇନାହାନ୍ତି। ଅନ୍ୟପଟେ ଗତ ସପ୍ତାହରେ ଯେଉଁ ଦିନ ଇରାନର ବାଲିଷ୍ଟିକ ମିଜାଇଲ ଇସ୍ରାଏଲ ଉପରେ ବର୍ଷା ହେଲା, ସେହିଦିନ ଭାରତୀୟ ନୌସେନାର ତିନୋଟି ଜାହାଜ ଆଇଏନ୍‌ଏସ୍‌-ତୀର, ଶାଦ୍ଦୁଳ ଓ ଆଇସିଜିଏସ୍‌ ବୀରା ଇରାନର ବନ୍ଦର ଆବାସରେ ପହଞ୍ଚିଥିଲେ। ଏହି ତିନି ଜାହାଜର ପହଞ୍ଚିବାର ସମୟ ଅନେକ ବିଷୟକୁ ଇଙ୍ଗିତ କରୁଥାଇପାରେ। ଆଧୁନିକ ପୃଥିବୀରେ ମନେରଖିବାକୁ ହେବ ଯେ ଭୁଲ୍‌ ହେଉ କିମ୍ବା ଠିକ୍‌, ଭାରତର ନିଜସ୍ବ ଆଭିମୁଖ୍ୟ ବଜାୟ ରଖିବା ଅତ୍ୟନ୍ତ ଆବଶ୍ୟକ। ସବୁବେଳେ ‘ଏ ଘର ମାଉସୀ ସେ ଘର ପିଉସୀ’ ନୀତି ଆଧୁନିକ କୂଟନୀତିରେ ଚଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri