ଭୁଶୁଡ଼ି ପଡ଼ିଲା ସରକାରୀ କୋଠାର କାନ୍ଥ: ଘରର ସ୍ଥାୟିତ୍ୱ ନେଇ ଉଠିଛି ପ୍ରଶ୍ନ

ନୟାଗଡ ଅଫିସ,୪।୧୦: ନୟାଗଡ଼ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନବନିର୍ମିତ କୋଠାର କାନ୍ଥ ସୋମବାର ଭୁଶୁଡ଼ି ପଡିଛି। ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା କୋଠାର କାନ୍ଥ ଭୁଶୁଡିବା ପରେ ଘରର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି। ଯାହା ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।