ମାଓବାଦୀ ପ୍ରବଣ ଅଞ୍ଚଳରେ ମତ ସାବ୍ୟସ୍ତ କଲେ ଭୋଟର, ବୁଥ୍‌ ଉପରେ ତୀକ୍ଷ୍ଣ ନଜର

ଲାଞ୍ଜିଗଡ଼,୧୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ସାଧାରଣ ନିର୍ବାଚନ ସୋମବାର ସକାଳ ୭ଟାରୁ ଶାନ୍ତିଶୃଙ୍ଖଳା ସହ ଆରମ୍ଭ ହୋଇଥିବା ବେଳେ ମାଓବାଦୀ ପ୍ରବଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର। ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ତ୍ରିଲୋଚନ ପଞ୍ଚାୟତର ଗୌଡ଼ ଥୁଆଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ତ୍ରିଲୋଚନପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମତଦାନ କେନ୍ଦ୍ର ଅନୁଷ୍ଠିତ ହୋଇଛି। ଆଜି ମେଘୁଆ ପାଗ ରହିଥିବାରୁ ସକାଳୁ ଦୁର୍ଗମ ଅଞ୍ଚଳର କୁଟିଆ କନ୍ଧ ଆଦିମ ଅଧିବାସୀମାନେ ବହୁ ସଂଖ୍ୟାରେ ମହିଳା, ବୃଦ୍ଧା,ବୃଦ୍ଧ ଓ ପୁରୁଷମାନେ ଭୋଟ୍‌ କେନ୍ଦ୍ରକୁ ଆସି ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ଯଦିଓ ଏହି ମତଦାନ କେନ୍ଦ୍ରରେ ଟାଣ ଖରା ପାଇଁ ଛାଉଁଣି ଓ ପାନୀୟ ଜଳ, ବିଦ୍ୟୁତ୍‌, ପ୍ରାଥମିକ ଚିକିତ୍ସା ଆଦିର ବ୍ୟବସ୍ଥା କରାଯାଇଥିବା ବେଳେ ପାଗ ଭଲ ଥିବାରୁ ଭୋଟରମାନେ ସୁରୁଖୁରୁରେ ଭୋଟ ଦେଉଛନ୍ତି ବୋଲି ପ୍ରିଜାଇଡିଂ ଅଫିସର ପର୍ଶୁରାମ ରାଉତ ଏବଂ ସୁଶାନ୍ତ କୁମାର ଠାକୁର ସୂଚନା ଦେଇଛନ୍ତି। ସେହିପରି ସୁରୁଖୁରୁରେ ଲାଞ୍ଜିଗଡ଼ ବ୍ଲକର ୨୬ଟି ପଞ୍ଚାୟତରେ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri