ସୁରକ୍ଷାର ସ୍ୱର

Dillip Cherian

ଉତ୍ତରାଖଣ୍ଡର ଭୌଗୋଳିକ ସ୍ଥିତି ଯୋଗୁ ସେଠାରେ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ (ଆଇଏଫ୍‌ଏସ୍‌) ଏବଂ ବନ ଅଧିକାରୀମାନଙ୍କର ଗୁରୁତ୍ୱ ଯଥେଷ୍ଟ ରହିଛି। ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ, ରାଜ୍ୟ ସରକାର ସେଠାରେ ଅସନ୍ତୁଷ୍ଟ ଥିବା ବନ ଅଧିକାରୀଙ୍କ ଏକ ବଡ଼ ଗୋଷ୍ଠୀକୁ ସନ୍ତୁଷ୍ଟ କରି ପାରିନାହାନ୍ତି। ନିକଟରେ ଫରେଷ୍ଟ ଚିଫ୍‌, ଚିଫ୍‌ ଓ୍ବାଇଲ୍ଡଲାଇଫ୍‌ ଓ୍ବାର୍ଡେନ ଏବଂ ପ୍ରିନ୍ସିପାଲ କଞ୍ଜର୍‌ଭେଟର ଅଫ୍‌ ଫରେଷ୍ଟଙ୍କ ସମେତ ୩୦ ଜଣ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ବଦଳି କରିଛନ୍ତି। କୋର୍ବେଟ ବ୍ୟାଘ୍ର ଅଭୟାରଣ୍ୟରେ ଅନିୟମିତତାକୁ ଭିତ୍ତିକରି ଏହି ବଦଳି କରାଯାଇଛି। ସର୍ଭିସ ରୁଲ୍‌୍‌ ବୁକ୍‌ର ଉଲ୍ଲଂଘନ କରାଯାଇ ଉକ୍ତ ବଦଳି ମନମୁଖି କରାଯାଇଛି ବୋଲି କାର୍ଯ୍ୟରତ ବନ ଅଧିକାରୀମାନେ ଯୁକ୍ତି ବାଢ଼ିଛନ୍ତି ।
ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହେଉଛି, ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ବିନା ସହମତିରେ ବହୁ ସମୟରେ ଷ୍ଟେଟ୍‌ ଡେପୁଟେଶନ ବା ରାଜ୍ୟ ପ୍ରତିନିଯୁକ୍ତି ଦିଆଯାଉଛି ।
ଏହା ବ୍ୟତୀତ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଅନେକ ପଦବୀରେ ସ୍ବଚ୍ଛ କ୍ୟାରିୟର ରେକର୍ଡ ନ ଥିବା ପ୍ରୋଭିନ୍‌ସିଆଲ ଫରେଷ୍ଟ ସର୍ଭିସ (ପିଏଫ୍‌ଏସ୍‌) ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଉଛି। ଏବେ ରାଜ୍ୟର ସ୍ବୀକୃତ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ସଂଖ୍ୟା ରହିଛି ୧୧୩ । ଉତ୍ତରାଖଣ୍ଡ ଆଇଏଫ୍‌ଏସ୍‌ ସଂଘର ସଭାପତି କପିଲ ଲାଲ୍‌ ସରକାରଙ୍କ ନିଷ୍ପତ୍ତିକୁ ପ୍ରତିବାଦ କରିଛନ୍ତି । ଅସନ୍ତୁଷ୍ଟ ଅଧିକାରୀମାନେ ସମ୍ମିଳିତ ଭାବେ ସର୍ଭିସ କ୍ଷେତ୍ରର ସୁରକ୍ଷା ପାଇଁ ସ୍ବର ତୀବ୍ର କରିଛନ୍ତି। ସଂଯୋଗବଶତଃ, ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି (ଏନ୍‌ଟିସିଏ) କୋର୍ବେଟ ଟାଇଗର ରିଜର୍ଭର କଳାଗଡ ଟାଇଗର ଡିଭିଜନରେ ଘଟିଥିବା ବହୁ ଅନିୟମିତତା ସୁନିଶ୍ଚିତ କରିବା ଯୋଗୁ ର଼୍ୟାଙ୍କ୍‌ଗୁଡ଼ିକ ମଧ୍ୟରେ ଏବେ ଅସ୍ଥିରତା ପ୍ରକାଶ ପାଇଛି। ୨୦୧୩ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ନିଯୁକ୍ତିବେଳେ ପଦବୀରେ ରହିବାର ଏକ ସର୍ବନିମ୍ନ କାର୍ଯ୍ୟକାଳ ସୁନିଶ୍ଚିତ କରିବାକୁ ପଡ଼ିବ। ଏବେ କରାଯାଇଥିବା ବଦଳି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛି ବୋଲି ଆଇଏଫ୍‌ଏସ୍‌ ଅଧିକାରୀମାନେ କହିଛନ୍ତି।
ବଦଳି ପାଇଁ ଚାପ
ସେଣ୍ଟ୍ରାଲ୍‌ ସେକ୍ରେଟାରିଏଟ୍‌ ସର୍ଭିସ (ସିଏସ୍‌ଏସ୍‌) କ୍ୟାଡର୍‌ର ଆସିଷ୍ଟାଣ୍ଟ୍‌ ସେକ୍‌ସନ ଅଫିସର୍‌(ଏଏସ୍‌ଓ)ମାନେ ବଦଳି ପାଇଁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ( ଡିଓପିଟି)କୁ ଅନୁରୋଧ କରୁଛନ୍ତି ଏବଂ ଏହି ସଂଖ୍ୟା ବଢ଼ଛି । ସେମାନେ ମନ୍ତ୍ରୀ ଓ ଏମ୍‌ପିଙ୍କ ମାଧ୍ୟମରେ ଏହାକୁ ପଠାଉଛନ୍ତି। ଏଭଳି ଘଟଣାକୁ ଲକ୍ଷ୍ୟ କରି କେନ୍ଦ୍ର ତା’ଦୃଷ୍ଟିକୋଣ କଠୋର କରିଛି। ତେବେ ଡିଓପିଟି ଜାରି କରିଥିବା ଅର୍ଡର ବଳରେ ଏହା ବେଶିଦିନ ତିଷ୍ଠି ନ ରହିବା ଅଧିକ ସମ୍ଭାବନା ରହିଛି। ଡିଓପିଟି ସଚିବ ପ୍ରଦୀପ କୁମାର ତ୍ରପାଠୀଙ୍କ ନିର୍ଦ୍ଦେଶ ସରକାରଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିଛି। ବ୍ୟକ୍ତିଗତ ଓ ଚିକିତ୍ସାକୁ ଆଧାର କରି ଏଏସ୍‌ଓ ର଼୍ୟାଙ୍କ ଅଧିକାରୀମାନଙ୍କୁ ତାଙ୍କ ବିଭାଗରେ କିମ୍ବା ବାହାରକୁ ଆନ୍ତଃକ୍ୟାଡର ବଦଳି ପାଇଁ ଅତ୍ୟଧିକ ଆବେଦନ ଡିଓପିଟିକୁ ଆସୁଛି। ସାଧାରଣତଃ ଏହି ର଼୍ୟାଙ୍କ୍‌ ଅଧିକାରୀମାନଙ୍କ ବଦଳି ପସନ୍ଦ ମୁତାବକ କରିବା ଲାଗି ମନ୍ତ୍ରୀ ଓ ପାର୍ଲାମେଣ୍ଟ ସଦସ୍ୟମାନଙ୍କ ମାଧ୍ୟମରେ ଆବେଦନଗୁଡ଼ିକୁ ପଠଯାଉଛି। ଗ୍ରୁପ୍‌ ବି’ ଅଣ ଗେଜେଟେଡ ଅଧିକାରୀ ଭାବେ କାର୍ଯ୍ୟରତ ଏଏସ୍‌ଓ ଅଧିକାରୀମାନଙ୍କର ଏଭଳି ମାମଲାରେ ସରକାର ଗମ୍ଭୀରତା ପ୍ରକାଶ କରିଛନ୍ତି। ଏହି ଅଧିକାରୀମାନେ ଯଦି ସେମାନଙ୍କ ପସନ୍ଦ ମୁତାବକ ବଦଳି ଲାଗି ମନ୍ତ୍ରୀ ଓ ଏମ୍‌ପିମାନଙ୍କ ମାଧ୍ୟମରେ ପ୍ରଭାବ ବା ଚାପ ପକାନ୍ତି, ତେବେ ସେମାନେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇ ପାରନ୍ତି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଡିଓପିଟି ନିର୍ଦ୍ଦେଶ ମଧ୍ୟ ସ୍ପଷ୍ଟ କରିଛି ଯେ, କେହିି ସରକାରୀ ଚାକିରିଆ ତାଙ୍କୁ ସୁହାଇବା ଭଳି ବଦଳି ପାଇଁ କୌଣସି ରାଜନୈତିକ କିମ୍ବା ଅନ୍ୟ ବାହ୍ୟ ଚାପ ପକାଇବେ ନାହିଁ କି ପକାଇବାକୁ ଚେଷ୍ଠା କରିବେ ନାହିଁ। ତେବେ ଆଗକୁ ପରିଣାମ କ’ଣ ହେଉଛି ତାହା ଦେଖିବାକୁ ବାକି ରହିଲା।
ଚନ୍ନି ମାନିନେଲେ
ନିକଟରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସତର୍କତାର ସହ ପଦକ୍ଷେପ ନେଉଥିବା ମନେକରାଯାଉଛି। ନିକଟରେ ସେ ବରିଷ୍ଟ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଇକ୍‌ବାଲ ପ୍ରୀତ ସିଂ ସହୋତାଙ୍କୁ ପଦରୁ ହଟାଇ ତାଙ୍କ ସ୍ଥାନରେ ସିଦ୍ଧାର୍ଥ ଚଟୋପାଧ୍ୟାୟଙ୍କୁ କାର୍ଯ୍ୟକାରୀ ଡିଜିପି ଭାବେ ନିଯୁକ୍ତ କରିଛନ୍ତି। ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଚଟୋପାଧ୍ୟାୟ ଜଣେ ନିୟମିତ ଡିଜିପି ନିଯୁକ୍ତି ନ ପାଇବା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ସୂତ୍ରରୁ ଜଣାପଡ଼ିଛି ଯେ, ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସହୋତା ଚନ୍ନି ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଡିିଜିପି ଭାବେ ନିଯୁକ୍ତି ପାଇଥିଲେ। ଏବେ ଏହି ପଦକ୍ଷେପ ବିରୋଧରେ ତାଙ୍କ ସରକାର ଏବଂ ପାର୍ଟିର କେତେଜଣ ସ୍ବର ଉଠିବା ଅଧିକ ସମ୍ଭାବନା ରହିଛି। ଏପରି କି ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ବା ମାନିନେଲେ ବୋଲି ଅନେକେ କହୁଛନ୍ତି। ସିଦ୍ଧୁ ଦୀର୍ଘ ଦିନ ହେବ ସହୋତାଙ୍କୁ ହଟାଇବା ଲାଗି ଦାବି କରି ଆସୁଥିଲେ। ଏହା ପୂର୍ବରୁ ମଧ୍ୟ ସିଦ୍ଧୁ ରାଜ୍ୟର ଆଡଭୋକେଟ ଜେନେରାଲ ଏ.ପି.ଏସ୍‌. ଦେଓଲଙ୍କୁ ହଟାଇବା ପାଇଁ ବାଧ୍ୟ କରିଥିଲେ। କୋଡ୍‌ ଅଫ କଣ୍ଡକ୍ଟ ଲାଗିବା ପୂର୍ବରୁ ଏହି ସବୁ ପଦକ୍ଷେପ ନେବାକୁ ଚନ୍ନି ବାଧ୍ୟ ହୋଇଛନ୍ତି । କଂଗ୍ରେସ ପାର୍ଟିର ଗୋଳମାଳିଆ ସ୍ଥିତିରେ ଦଳକୁ ଏକାଠି କରିବା ତାଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri