ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ ରାଜଦ୍ରୋହର ମିଥ୍ୟା ଅଭିଯୋଗ ଆଣି କ୍ରୂଶବିଦ୍ଧ କରାଗଲା। କିନ୍ତୁ ବିଚାରପତିମାନେ ତାଙ୍କଠାରେ କୌଣସି ଦୋଷ ପାଇ ନ ଥିଲେ। ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ହୋଇ ମଧ୍ୟ ଆମ୍ଭମାନଙ୍କ ପାପ ପାଇଁ ପ୍ରଭୁଯିଶୁ ମୃତ୍ୟୁଦଣ୍ଡ ଭୋଗ କଲେ। ବାଇବେଲ କହେ, ‘ସମସ୍ତେ ପାପ କରି ଈଶ୍ୱରଙ୍କ ମହିମାରୁ ଊଣା ପଡ଼ଇଛନ୍ତି।’। ‘ପାପର ବେତନ ମୃତ୍ୟୁ’। ପ୍ରଭୁ ଯିଶୁ ଶାରୀରିକ ମୃତ୍ୟୁର ଅଳ୍ପ ସମୟ ପୂର୍ବରୁ କ୍ରୂଶ ଉପରୁ ୭ଟି ନିଗୂଢ଼ ବାକ୍ୟ ଉଚ୍ଚାରଣ କରିଥିଲେ। ୧) ହେ ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ, ୨) ମୁଁ ତୁମକୁ ସତ୍ୟ କହୁଛି, ଆଜି ତୁମେ ମୋ ସହିତ ପାରଦୀଶରେ ରହିବ, ୩) ହେ ମୋହର ଈଶ୍ୱର ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ, ୪) ହେ ପିତା ତୁମ ହସ୍ତରେ ମୋର ଆତ୍ମାକୁ ସମର୍ପଣ କରୁଛି, ୫)ଗୋନାରୀ, ଏଠାରେ ତୁମ୍ଭର ପୁତ୍ର, ତୁମ୍ଭର ମା, ୬)ମୋତେ ତୃଷା ଲାଗୁଛି, ୭) ଏହା ସମାପ୍ତ ହେଲା।
ହେ ପିତା, ଏମାନଙ୍କୁ କ୍ଷମାକର, କାରଣ ଏମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ। ଏହାଥିଲା ଏକ ଦୁର୍ଲଭ ବାକ୍ୟ। ନିର୍ଦ୍ଦୋଷରେ ଦଣ୍ଡ ପାଇବା ଅବସରରେ କ୍ଷମାଦେବା ଇତିହାସରେ ଏକ ବିରଳ ଘଟଣା। ପ୍ରଭୁ ଯିଶୁ କ୍ଷମାର ସାଗର। କେବଳ ସେ ହିଁ କ୍ଷମା ଦେଇପାରନ୍ତି। ମନୁଷ୍ୟ ସମାଜର ପାପ କ୍ଷମା ନିମନ୍ତେ ପବିତ୍ର ନରବଳିକୁ ପ୍ରଭୁ ଯିଶୁ ସମ୍ପୂର୍ଣ୍ଣ କରିଥିଲେ। ବାଇବେଲ କହେ, ପ୍ରଭୁଯିଶୁ ଆମ୍ଭମାନଙ୍କ ପିତା ଈଶ୍ୱରଙ୍କ ଇଚ୍ଛାନୁସାରେ ଏହି ବର୍ତ୍ତମାନ ପାପର କ୍ରୀତଦାସରୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ। ପବିତ୍ର ଓ ନ୍ୟାୟବାନ ଈଶ୍ୱର କାହାରି ମୁଖା ପେକ୍ଷା କରନ୍ତି ନାହିଁ। ଦୋଷୀକୁ ଦଣ୍ଡ ଦେଇ ନ୍ୟାୟ ବିଚାର କରନ୍ତି। ଯେଣୁ ଆମ୍ଭମାନଙ୍କୁ ଈଶ୍ୱର ନିକଟକୁ ଆଣିବା ନିମନ୍ତେ ଯିଶୁଖ୍ରୀଷ୍ଟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ବଳିକୃତ ହେଲେ ଓ ମୃତ୍ୟୁ ଭୋଗ କଲେ। ସେ ଶରୀରରେ ମୃତ୍ୟୁ ଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ। ପ୍ରଭୁ ଯିଶୁ ମନୁଷ୍ୟ ସମାଜ ପାଇଁ ‘କ୍ଷମା’ର ଦ୍ୱାର ଖୋଲିଦେଲେ। ପ୍ରଭୁଯିଶୁଙ୍କ ଦ୍ୱାରା ଓ ତାଙ୍କ ଦେଇ ସମସ୍ତେ ଈଶ୍ୱରଙ୍କ ନିକଟକୁ ଯାଇପାରିବେ। ପ୍ରଭୁଯିଶୁ କ୍ରୂଶାର୍ପିତ ଅବସ୍ଥାରେ ସମସ୍ତଙ୍କ କ୍ଷମା ପାଇଁ ପିତା ଈଶ୍ୱରଙ୍କୁ ନିବେଦନ କଲେ। ବର୍ତ୍ତମାନ ପ୍ରଭୁଯିଶୁ ଆହ୍ବାନ କରୁଛନ୍ତି, ”ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।“ ବାଇବେଲ କହେ, ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେ ତାହାଙ୍କ ନାମରେ ପାପକ୍ଷମା ପାଇବ।
କ୍ଷମା କରିବା କ୍ଷମା ଦେବା ଏକ ସାଧାରଣ ବିଷୟ ନୁହେଁ। ଯେଉଁମାନେ କ୍ଷମା ଦିଅନ୍ତି ଏବଂ କ୍ଷମା ପାଆନ୍ତି ସେମାନେ ଏହାର ଗୁରୁତ୍ୱ ଅନୁଭବ କରନ୍ତି। ବାଇବେଲ କହେ, ଯାହାଙ୍କଠାରେ ପାପର ଲେଶ ମାତ୍ର ନ ଥିଲା ତାହାଙ୍କୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ପାପ ସ୍ବରୂପେ କଲେ, ଯେପରି ଆମ୍ଭେମାନେ ପ୍ରଭୁଯିଶୁଙ୍କ ଦ୍ୱାରା ଈଶ୍ୱରଙ୍କ ଧାର୍ମିକତା ସ୍ବରୂପ ହେଉ। ଜଣେ ମଣିଷ(ଆଦମ)ର ପାପରେ ମନୁଷ୍ୟ ଜାତି ପାପୀ ହେଲା ଏବଂ ଜଣେ ମଣିଷ (ମନୁଷ୍ୟ ଅବତାର ପ୍ରଭୁଯିଶୁଙ୍କ) ବଳିଦାନରେ ମନୁଷ୍ୟ ସମାଜ କ୍ଷମା, ମୁକ୍ତି ଓ ପରିତ୍ରାଣ ମୋକ୍ଷର ଅଧିକାରୀ ହେଲେ। ପ୍ରଭୁଯିଶୁ ସମସ୍ତଙ୍କ ପାପକ୍ଷମା ପାଇଁ ବଳିଦାନ ଦେଇ କ୍ରୂଶ ଉପରେ ଶେଷ ନିଃଶ୍ୱାସ ତ୍ୟାଗ କଲେ। ଏହା ହିଁ ଶୁଭ ଶୁକ୍ରବାରର ମହାନ୍‌ ବାର୍ତ୍ତା।
ବାଇବେଲ ପ୍ରମାଣିତ, ପ୍ରଭୁଯିଶୁ ତିନିଦିନ ପରେ କବରରୁ ପୁନରୁତ୍‌ଥିତ ହେଲେ। ଏହା ପୃଥିବୀ ଇତିହାସରେ ପ୍ରଥମ ଓ ଶେଷ ଘଟଣା। ପୁଣି ୪୦ ଦିନ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କୁ ଦେଖାଦେଇଥିଲେ। ନିଜକୁ ସ୍ପର୍ଶ କରିବାକୁ ସୁଯୋଗ ଦେଲେ ଏବଂ ସମସ୍ତଙ୍କ ଗୋଚରରେ ସ୍ବର୍ଗାରୋହଣ କଲେ। ତାହାଙ୍କ ସ୍ବର୍ଗାରୋହଣ ସମୟରେ ଆକାଶରୁ ଦୂତଙ୍କ ବାଣୀ ଥିଲା, ପ୍ରଭୁ ଯିଶୁ ଯେପରି ସ୍ବର୍ଗାରୋହଣ କଲେ ଠିକ୍‌ ସେହିପରି ଦ୍ୱିତୀୟ ଥର ପୃଥିବୀକୁ ବିଚାର କରିବା ପାଇଁ ଦ୍ୱିତୀୟ ଆଗମନ କରିବେ। ପ୍ରଭୁଯିଶୁଙ୍କ ଦ୍ୱିତୀୟ ଆଗମନ ପୂର୍ବରୁ ଯାହା ସବୁ ଲକ୍ଷଣ ବାଇବେଲରେ ଉଲ୍ଲେଖ ଅଛି, ତାହାସବୁ ଆଜି ପୃଥିବୀରେ ଦେଖାଯାଉଛି।
ପ୍ରଭୁଯିଶୁ କହିଥିଲେ, କେହି ମୋଠାରୁ ମୋର ଜୀବନ ନେଇଯାଇ ନାହିଁ , ମାତ୍ର ମୁଁ ଆପେ ତାହା ଦାନ କରେ। ଜୀବନଦାନ କରିବାକୁ ଓ ସେହି ଜୀବନକୁ ପୁନର୍ବାର ଗ୍ରହଣ କରିବାକୁ ମୋର ଅଧିକାର ଅଛି। ମୁଁ ମୋର ପିତାଙ୍କଠାରୁ ଏହି ଆଜ୍ଞା ପାଇଛି। ପ୍ରଭୁଯିଶୁ ସମସ୍ତଙ୍କୁ ଜାତି, ଧର୍ମ, ବର୍ଣ୍ଣ ଓ ଭାଷା ଓ ଭୌଗୋଳିକ ସୀମା ନିର୍ବିଶେଷରେ ଆହ୍ବାନ ଦେଇଛନ୍ତି- ‘ମୁଁ ପଥ, ସତ୍ୟ ଓ ଜୀବନ। ମୋ ଦେଇ ନ ଗଲେ କେହି ପରମ ପିତାଙ୍କ ନିକଟକୁ ଯାଇପାରିବ ନାହିଁ।’ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଭୁ ଯିଶୁଖ୍ରୀଷ୍ଟ ଏକମାତ୍ର ମଧ୍ୟସ୍ଥ। ପ୍ରଭୁ ଯିଶୁ ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା। କ୍ଷମାର ଆବଶ୍ୟକତା ଅତି ଜରୁରୀ ଥିଲା ଏବଂ ବର୍ତ୍ତମାନ ମଧ୍ୟ ଅଛି। ଆମ ପରିବାରରେ ସମାଜରେ ରାଜ୍ୟରେ ଦେଶରେ ଏବଂ ପୃଥିବୀରେ ପରସ୍ପର କ୍ଷମା କରିଦେଲେ, ଅନେକ ଜଟିଳ ସମସ୍ୟା ଦୂରେଇ ଯିବ। କ୍ଷମା କରିଦେଲେ ମଣିଷ ଓ ମଣିଷ ମଧ୍ୟରେ ଦୂରତା କମିଯିବ। ଘନିଷ୍ଠତା ବଢ଼ିଯିବ। ସୁସ୍ଥ ମାନବ ସମାଜ ଗଢ଼ି ଉଠିବ।

ହରିଶ୍ଚନ୍ଦ୍ର ଅରିଶଲ୍ୟ
ଅହମଦାବାଦ, ଗୁଜରାଟ
ମୋ:୯୪୯୪୭୮୨୭୭୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri