ଗ୍ରାମାଞ୍ଚଳରେ ମାଡୁଛି ଭୂତାଣୁ

ବଇଣ୍ଡା, ୩୦।୫(ଡି.ଏନ.ଏ.) ଶିଳ୍ପ ଜିଲା ଅନୁଗୋଳରେ କରୋନା ସଂକ୍ରମଣ ରେକର୍ଡ କଲାଣି। ପ୍ରଥମେ ସହର ପରେ ଏବେ ଗ୍ରାମାଞ୍ଚଳ ପାଲଟିଛି ଭୂତାଣୁର ହଟ୍‌ସ୍ପଟ୍‌। ପଞ୍ଚାୟତର ଘରେ ଘରେ ଉଭୟ ଲକ୍ଷଣ ଏବଂ ଲକ୍ଷଣ ବିହୀନ ରୋଗୀ ଥିବାବେଳେ ଅଧିକାଂଶ ଭୟରେ ପରୀକ୍ଷା କରାଉନାହାନ୍ତି। ରୋଗ ଚିହ୍ନଟ ସତ୍ତ୍ୱେ ଅମାନିଆମାନେ ସଙ୍ଗରୋଧରେ ନ ରହି ଖୋଲାରେ ବୁଲୁଥିବାବେଳେ ଗଁାରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ସୃଷ୍ଟି ହୋଇଛି।
ଜିଲାର କିଶୋରନଗର ବ୍ଲକରେ ପଜିଟିଭ୍‌ଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷ କରି ବଇଣ୍ଡା ସମେତ ଆଖପାଖ ୮ ପଞ୍ଚାୟତରେ ସଂକ୍ରମଣ ବଢ଼ିବା ପ୍ରଶାସନର ଚିନ୍ତା ବଢ଼ାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ୪୦ ଦିନରେ ନୁନୁକାପଶି ପଞ୍ଚାୟତରେ ୨୮୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଗଁା ବଇଣ୍ଡା ପଞ୍ଚାୟତରେ ୨୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗୋଟିଏ ମୁଣ୍ଡ ନେଇଛି କରୋନା। ହଣ୍ଡପା ପଞ୍ଚାୟତରେ ୨୬୯ ପଜିଟିଭ୍‌ ବାହାରିଥିବାବେଳେ ୭ଜଣଙ୍କ ମୃତ୍ୟୁ ଘଟିଛି। ଲୁହାମୁଣ୍ଡା ପଞ୍ଚାୟତର ୮୨ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୨ ଜଣ ସଂକ୍ରମିତଙ୍କ ଜୀବନ ଯାଇଛି। ବିଲେଇନାଳି ପଞ୍ଚାୟତର ୭୦ ସଂକ୍ରମିତ ବାହାରିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନୁରୂପ ଭାବେ କଣ୍ଟେଇକୋଳିଆ ପଞ୍ଚାୟତର ୭୭, ଜାମ୍ବୁନାଳି ପଞ୍ଚାୟତର ୮୮, କଟରଙ୍ଗା ପଞ୍ଚାୟତର ୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଅପରପକ୍ଷେ ଜିଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଅଞ୍ଚଳରେ ସଂକ୍ରମଣ ବଢୁଥିବାରୁ ବ୍ୟବସାୟୀଙ୍କ ମନରେ ଛନକା ପଶିଛି। ଗ୍ରାମାଞ୍ଚଳର ଚାଷୀ ବଇଣ୍ଡା ଅଞ୍ଚଳକୁ ପରିବା ବିକ୍ରି କରିବାକୁ ଆସୁଥିବାବେଳେ ସେମାନେ ଭୂତାଣୁର ବାହାକ ସାଜୁଛନ୍ତି। ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଏଡ଼ାଇବାକୁ ନୁନୁକାପଶି, ଗଁା ବଇଣ୍ଡା, ଜାମ୍ବୁନାଳି, ଲୁହାମୁଣ୍ଡା, ହଣ୍ଡପା, କଣ୍ଟେଇକୋଳିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଶନିବାରଠାରୁ ୭ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାକୁ ବାଦ୍‌ଦେଲେ ସମ୍ପୃକ୍ତ ପଞ୍ଚାୟତ ପ୍ରଶାସନ ଏବଂ ଗ୍ରାମବାସୀଙ୍କ ଉଦ୍ୟମରେ ୨୨ ଗ୍ରାମରେ କଟକଣା କଡ଼ାକଡ଼ି କରାଯାଇଛି। ମୁଖ୍ୟରାସ୍ତାରେ ବାଉଁଶ ପୋତାଯାଇଛି। କୌଣସି ବହିରାଗତଙ୍କୁ ଗ୍ରାମକୁ ଛଡ଼ାଯାଉନାହିଁ। ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ସଂକ୍ରମିତଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଉଛି। ପୋଲିସ ପ୍ରଶାସନ ପକ୍ଷରୁ କଟକଣା ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କଠାରୁ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି। କେତେକ ଦୋକାନକୁ ସିଲ୍‌ କରାଗଲାଣି। ପରିସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରୁଥିବାବେଳେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଭାଙ୍ଗି ସାଧାରଣ ଜନତାଙ୍କ ଜୀବନ ବିପଦରେ ପକାଉଥିବା ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସାଧାରଣ ଜନତା ଭୟଭୀତ
ସଂକ୍ରମିତ ବ୍ୟକ୍ତି କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ନ କରି ବାହାରେ ବୁଲିବା ଦ୍ୱାରା ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଗରିବ ଏବଂ ସାଧାରଣ ଜନତା ଅତ୍ୟଧିକ ଭୟଭୀତ ହୋଇପଡ଼ିଛନ୍ତି। ପୋଲିସ ପ୍ରଶାସନ ଅମାନିଆଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।
-ଅମାତ ସାହୁ, କଣ୍ଟେଇକୋଳିଆ

ସଂକ୍ରମିତ ମାସ୍କ ପିନ୍ଧୁନାହାନ୍ତି
ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ବିନା ମାସ୍କରେ ବୁଲୁଛନ୍ତି। ସଙ୍ଗରୋଧ ନିୟମ ପାଳନ କରୁନାହାନ୍ତି। ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅମାନିଆଙ୍କ ଲାଗି ଗ୍ରାମବାସୀଙ୍କ ଉପରେ ବିପଦ ବଢୁଛି। ଏଭଳି ସ୍ଥିତିରେ ଉପଖଣ୍ଡ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି।
-ଅନିଲ କୁମାର ସାହୁ, ହଣ୍ଡପା

ସ୍ବାସ୍ଥ୍ୟ ବିଭାଗ ପରାମର୍ଶକୁ ଅଣଦେଖା
ପଜିଟିଭ୍‌ ଚିହ୍ନଟ ହେବାପରେ ଅନେକ ବ୍ୟକ୍ତି ପୃଥକବାସରେ ରହୁନାହାନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ଏବଂ ପରାମର୍ଶ ଦିଆଯାଉ ଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରୁଛନ୍ତି। ଫଳରେ ଗ୍ରାମାଞ୍ଚଳର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାଦ୍ୱାରା ସ୍ବାସ୍ଥ୍ୟ ବିଭାଗ ଉପରେ ଚାପ ବଢ଼ିବାରେ ଲାଗିଛି।
-ଡାକ୍ତର ସରୋଜ କୁମାର ନନ୍ଦ, ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର

କଡ଼ା ପଦକ୍ଷେପ ଗ୍ରହଣ କରାଯିବ
ବଇଣ୍ଡା ଫାଣ୍ଡି ପୋଲିସ ପକ୍ଷରୁ କରୋନା ସଂକ୍ରମଣ ସମ୍ପର୍କରେ ମାଇକ୍‌ ସହାୟତାରେ ପ୍ରଚାର କରାଯାଉଛି। ନିୟମିତ ପାଟ୍ରୋଲିଂ କରାଯିବା ସହ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ବିନା କାରଣରେ ବୁଲୁଥିବା ଲୋକଙ୍କୁ ଯାଞ୍ଚ କରାଯାଉଛି । ପୋଲିସ ପକ୍ଷରୁ ଆହୁରି କଡ଼ା ପଦକ୍ଷେପ ନିଆଯିବ।
-ଅରୁଣ କୁମାର ପଣ୍ଡା, ବଇଣ୍ଡା ଫାଣ୍ଡି ଅଧିକାରୀ

ନିୟମ ମାନିବାକୁ ଅନୁରୋଧ କରାଯାଉଛି
କିଶୋରନଗର ବ୍ଲକର ବହୁ ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ତହସିଲ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରି ରହିଛି। ନିୟମ ଭଙ୍ଗ କରି ବ୍ୟବସାୟ କରୁଥିବା ଦୋକାନଗୁଡ଼ିକୁ ସିଲ୍‌ କରାଯିବା ସହ ଜରିମାନା ଆଦାୟ କରାଯାଉଛି। ଜନସାଧାରଣ ଏବଂ ଚିହ୍ନଟ ସଂକ୍ରମିତଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଉଛି।
-ଶାନ୍ତିସ୍ବରୂପ ମିଶ୍ର, କିଶୋରନଗର ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri