ଫିଲ୍ମର ଭିଲେନ୍‌ ହେଉଛନ୍ତି ଆତଙ୍କବାଦୀ, ମୁସଲମାନ ନୁହେଁ…

ମୁମ୍ବାଇ: ବିବାଦୀୟ ଫିଲ୍ମ ଦି କେରଲା ଷ୍ଟୋରି ବକ୍ସ ଅଫିସରେ ଧମାକା କରୁଛି। ରିଲିଜ ପରେ ଏହା ବହୁ ବିବାଦରେ ଛନ୍ଦି ହୋଇ ପଡିଛି। କିଛି ଜଣଙ୍କୁ ଫିଲ୍ମ ପସନ୍ଦ ଆସିଥିବା ବେଳେ କିଛିଙ୍କୁ ମୁସଲମାନ ଧର୍ମକୁ ଟାର୍ଗେଟ କରାଯାଇ ପ୍ରୋପଗଣ୍ଡା ଭିତ୍ତିକ ଫିଲ୍ମ କରାଯାଇଛି ବୋଲି କହିଛନ୍ତି।

ତେବେ ଏନେଇ ନିର୍ମାତା ବିପୁଲ ଅମୃତଲାଲ ଶାହା କହିଛନ୍ତି ଯେ, ଫିଲ୍ମରେ କୌଣସି ଧର୍ମକୁ ଟାର୍ଗେଟ କରାଯାଇ ନାହିଁ। ଏହା ଆତଙ୍କବାଦୀଙ୍କ ବିରୋଧରେ ସନ୍ଦେଶ ଦେଇଛି। ସେ ଆହୁରି କହିଛନ୍ତି ଯେ, ଆପଣ ଏକ ସାଧାରଣ କଥା ଜାଣିଥିବେ, କୌଣସି ଫିଲ୍ମର ଭିଲିଆନ ଚରିତ୍ର ଯେକୌଣସି ଧର୍ମର ହୋଇଥାଏ। ତା’ର ଧର୍ମ ଦେଖି କଣ ଆପଣ ତାର ସମାଲୋଚନା କରନ୍ତି? ଶୋଲେର ଭିଲେନ ଗବ୍ବର ସିଂ ହିନ୍ଦୁ ଥିଲେ, ତା’ ହେଲେ ନିର୍ମାତା ରମେଶ ସିପି କ’ଣ ହିନ୍ଦୁ ସମାଜର ବିରୋଧୀ ଥିଲେ। ସେହିପରି ସିଂଘମ ରିଟର୍ନସର ଭିଲେନ ଜଣେ ପୂଜାରୀ ଥିଲେ। ତେବେ ନିର୍ମାତାମାନେ କ’ଣ ହିନ୍ଦୁ ସମଦାୟଙ୍କୁ ଖଳନାୟକ ଭାବେ ଚିତ୍ରିତ କରିବାକୁ ଚେଷ୍ଟା କରୁଛନ୍ତି। କାରଣ ଭିଲେନରେ କେବଳ ଗୋଟିଏ ଚରିତ୍ର ହିଁ ଥାଏ। ସେହିପରି ଆମ ଫିଲ୍ମର ଭିଲେନ ହେଉଛନ୍ତି ଆତଙ୍କବାଦୀ।

ଯେତେବେଳେ ଶୋଲେ ଏବଂ ସିଂଘମ ରିଟର୍ନସ ରିଲିଜ୍‌ ସମୟରେ ତାକୁ ବିରୋଧ କରୁ ନ ଥିଲେ, ତେବେ ବର୍ତ୍ତମାନ କାହିଁକି ବିରୋଧ କରୁଛନ୍ତି ବୋଲି ବିପୁଲ ଶାହା କହିଛନ୍ତି।

Share