ଏହି ଅଭିନେତ୍ରୀଙ୍କ ସହ ବଳାତ୍କାର ସିନ୍‌ ଶୁଟିଂ କରିବାକୁ ସିଧାସିଧା ମନା କରିଦେଇଥିଲେ ଖଳନାୟକ, କାରଣ ଜାଣିଲେ

୮୦ ଦଶକରେ ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରୁଥିଲେ। ସେହି ସମୟରେ ଏପରି ଅନେକ ଫିଲ୍ମ ଥିଲା ଯେଉଁଥିରେ ଅଭିନେତା ନୁହନ୍ତି ବରଂ ଅଭିନେତ୍ରୀ ଲିଡ୍‌ ରୋଲ ନେଉଥିଲେ। ଏଥି ସହିତ, ଚଳଚ୍ଚିତ୍ରରେ ଭିଲେନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିଲା। ଏହି ଅବଧିରେ ନିର୍ଦ୍ଦେଶକ ଅଶୋକ ଦେବ ମଧ୍ୟ ଅନେକ ଫିଲ୍ମ ନିର୍ମାଣ କରିଥିଲେ। ସେଥି ମଧ୍ୟରୁ ଫିଲ୍ମ ଥିଲା ‘ଡାକୁ ହସିନା’ ଅନ୍ୟତମ। ଏହି ଫିଲ୍ମରେ ଅଭିନେତ୍ରୀ ଜିନତ ଅମାନଙ୍କ ବ୍ୟତୀତ ରଜନୀକାନ୍ତ ଏବଂ ରାଜ୍‌ ମୁରଦ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ।
ଏହି ଫିଲ୍ମରେ ଯେତେବେଳେ ରାଜ୍‌ ମୁରଦଙ୍କୁ ଜିନତଙ୍କ ସହିତ ଏକ ବଳାତ୍କାର ସିନ୍‌ ଶୁଟିଂ କରିବାକୁ କୁହାଯାଇଥିଲା ସେତେବେଳେ ସେ ପଛକୁ ଫେରି ଯାଇଥିଲେ। କାରଣ ତାଙ୍କ ମନରେ କେବଳ ଗୋଟିଏ କଥା ଥିଲା ଯେ, ଜିନତ ସମ୍ପର୍କରେ ତାଙ୍କ ଭଉଣୀ ହେବେ।
ଫିଲ୍ମର ନିର୍ଦ୍ଦେଶକ ଅଶୋକ ତାଙ୍କୁ ମନାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସେ କହୁଥିଲେ ଯେ, ସେ କିପରି ତାଙ୍କ ଭଉଣୀ ସହିତ ବଳାତ୍କାର ଦୃଶ୍ୟ ଶୁଟିଂ କରିପାରିବେ। ବହୁ ମନାଇବା ପରେ ମଧ୍ୟ ଯେତେବେଳେ ମୁରଦ ରାଜି ହୋଇ ନ ଥିଲେ, ଜିନତ ତାଙ୍କ ସହ କଥା ହୋଇଥିଲେ । ତାଙ୍କୁ କହିଥିଲେ ଆମକୁ କାମ ଦେଖିବା ଉଚିତ ସମ୍ପର୍କ ନୁହେଁ ପରେ ରାଜି ହୋଇଥିଲେ।

Share