ପଟ୍ଟା ନାହିଁ ତ ଭୋଟ ନାହିଁ, ଶପଥ ନେଲେ ଗ୍ରାମବାସୀ

ମାଲକାନଗିରି,୨୮ା୨(ଡି.ଏନ୍‌.ଏ.):  ମାଲକାନଗିରି ଜିଲା ସଦର ମହକୁମା ପୌର ପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂ-୩ରେ ରବିବାର ଶତାଧିକ ମହିଳା ଏକାଠି ହୋଇ ଭୋଟ ବର୍ଜନ କରିବାକୁ ଶପଥ ନେଇଛନ୍ତି। ଏହି ଅବସରରେ ସରକାରୀ ବିରୋଧୀ ପ୍ରଚାର କମିଟି ଗଠନ କରାଯାଇଛି। ସରକାରଙ୍କ ଅବହେଳା ଯୋଗୁ ଗରିବ ଲୋକେ ଏଯାଏ ପଟ୍ଟା ପାଇନାହାନ୍ତି। ବଡବଡିଆଙ୍କୁ ପଟ୍ଟା ମିଳିଛି। ଜଣେ ଉଚ୍ଚସ୍ତରୀୟ ଅଧିକାରୀ ଚଞ୍ଚକତା କରି ଲିଜ୍‌ ପଟ୍ଟାକୁ ନିଜ ନାମରେ କରିବା ଦ୍ୱାରା ବସ୍ତିବାସିନ୍ଦା ପଟ୍ଟା ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଶପଥ ଗ୍ରହଣ କରି ଏହି ଓ୍ବାର୍ଡରେ କୌଣସି ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରନ୍ତି ତାଙ୍କ ବିରୋଧରେ ଏକ ପ୍ରଚାର କମିଟି ଗଠନ କରି ସରକାରଙ୍କ ବିଫଳତା ସମ୍ପର୍କରେ ପ୍ରତି ଓ୍ବାର୍ଡରେ ସେମାନେ ପ୍ରଚାର କରିବେ ବୋଲି ଚେତାବନୀ ଦେଇଛନ୍ତି। ଓ୍ବାର୍ଡ ନଂ ୩ରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ପରିବାର ବସବାସକରନ୍ତି। ସେମାନଙ୍କ ମଧ୍ୟରେ ୧୫୦୦ ଭୋଟର ରହୁଛନ୍ତି। ବର୍ଷ ବର୍ଷ ଧରି ଏମାନେ ରହୁଥିଲେ ସୁଦ୍ଧା ସହରାଞ୍ଚଳରେ ପଟ୍ଟା ପ୍ରଦାନ ଯୋଜନାରୁ ଏମାନଙ୍କୁ ବଞ୍ଚତ୍ତ କରାଯାଇଛି। ଏନେଇ ବାରମ୍ବାର ଜିଲାପାଳ ଓ ତହସିଲ କାର୍ଯ୍ୟାଳୟକୁ ଯାଇ କୌଣସି ସୁଫଳ ମିଳିନାହିଁ। ମଧୁସୁଦନ ବେହେରା ନାମକ ଜଣେ ବ୍ୟକ୍ତି ୧୯୭୫ରେ ଲିଜ୍‌ ସୂତ୍ରରେ ଏକ ପଟ୍ଟା ପାଇଁ ଆବେଦନ କରିଲେ। ପରବର୍ତ୍ତୀ ସମୟରେ ତାଙ୍କ ପୁଅ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଖିରବ୍ଦି ବେହେରା ନାମରେ ଚଞ୍ଚକତା କରାଯାଇ ପଟ୍ଟା ହୋଇଥିଲା। ଫଳରେ ବର୍ଷ ବର୍ଷ ଧରି ପ୍ରକୃତ ହିତାଧିକାରୀ ପଟ୍ଟା ପାଇପାରୁନାହାନ୍ତି। ଏ ସମ୍ପର୍କରେ ମାଲକାନଗିରି ତହସିଲଦାର ରାଖାଲ ଚନ୍ଦ୍ର ପରିଡାଙ୍କୁ ପଚାରିବାରୁ ଏଭଳି ଏକ ଅଭି ଯୋଗ ତାଙ୍କର ହସ୍ତଗତ ହୋଇଛି। ତେବେ ବସ୍ତିର ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ଘରଡିହ ପଟ୍ଟା ପାଇଁ ଏହି ଓ୍ବାର୍ଡରେ ସମସ୍ୟା ରହି ଏହି ଅଞ୍ଚଳ ପୌରାଞ୍ଚଳରେ ଆସୁ ନ ସେ କହିଥିଲେ। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଜମି ଚଞ୍ଚକତା ମାମଲା ନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ନାହିଁ। ଯଦି ଅଭି ଯୋଗ ଆସେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ସମାଜିକ କର୍ମୀ ଟି. ଶ୍ରୀନିବାସ ରାଓ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଏଠଶରେ ବସବାସ କରୁଥିବା ଆଦିବାସୀ ଓ ଅଣଆଦିବାସୀଙ୍କୁ ଅଣଦେଖା କରାଯାଉଛି। ଘରଡିହ ପଟ୍ଟା ନ ମିଳିବା ଯାଏ ଏହି ଆନ୍ଦୋଳନ ଜାରି ରହିବ ା


Enter your email to get our daily news in your inbox.

All Right Reserved By Dharitri.Com

ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ

କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର...

ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ...

ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ

ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ...

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ନିଜେ ଚାଲିଗଲେ, ହେଲେ…

ପଟାଙ୍ଗି,୨୦।୧୧(ଶରତ କୁମାର ଧଳ): ମଲାକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହାର୍ଟଆଟାକ୍‌ ଆସିଥିଲା। ସେ ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ...

ଆମକୁ ୧୮ ହଜାର ଦରମା ଦିଅ

ମାଲକାନଗିରି, ୧୬।୧୧(ଦୁର୍ଯୋ୍ୟଧନ ପାତ୍ର): ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘ, ମାଲକାନଗିରି ଜିଲା ଶାଖାର...

ପ୍ରେମିକାଙ୍କୁ iphone ଦେବା ପାଇଁ କରୁଥିଲେ ଏମିତି କାମ, ପୋଲିସ ହାବୁଡ଼ରେ ପଡ଼ିଗଲେ…

ଏମ୍‌ଭି୭୯(ଭିକି ବାରିକ )୧୫।୧୧: ଗାର୍ଲଫ୍ରେଣ୍ଡଙ୍କୁ Birthdayରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ପାଇଁ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି...

ଯବାନଙ୍କ ଗୁଳିରେ ଟଳିପଡ଼ିଲ ୩ ମାଓବାଦୀ, କୋମ୍ବିଂ ଅପରେଶନ ଜାରି

ମାଲକାନଗିରି,୬।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ଅନାରାମ ଓ ମରିଙ୍ଗମଲ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।...

ଫାର୍ମାସିଷ୍ଟଙ୍କ ମିଳିଲା ଝୁଲନ୍ତା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ 

ମାଲକାନଗିରି,୧ା୧୧(ଦୁର୍ଯ୍ୟୋଧନ ପାତ୍ର/ସୁଚିତ୍ରା ଦାସ): ମାଲକାନଗିରି ଜିଲା ସଦର ବ୍ଲକ ଏମ୍‌ଭି ୭ ଗ୍ରାମରେ ଜଣେ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଶନିବାର ଜବତ ହୋଇଥିବା ବେଳେ ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri