ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଘେରିଲେ ଗ୍ରାମବାସୀ

ପାପଡ଼ାହାଣ୍ଡି୬।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟରେ ସ୍ବଚ୍ଛ ଭାରତ ଯୋଜନା ନାମରେ ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ବୁଧବାର ଘେରିଛନ୍ତି ଗ୍ରାମବାସୀ। ବ୍ୟକ୍ତିଙ୍କ କାର୍ଯ୍ୟାକଳାପରେ ବିଶ୍ୱାସ ନ କରି ତାଙ୍କୁ ଅଟକ ରଖି ଗ୍ରାମବାସୀ ପୋଲିସ ଓ ସରପଞ୍ଚଙ୍କୁ ଡକାଇଥିଲେ। ପୋଲିସ ଓ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ବ୍ୟକ୍ତିଙ୍କୁ ଛଡା ଯାଇଛି। ଏହାର ତଦନ୍ତ କରି ଲୋକଙ୍କ ଟଙ୍କା ଫେରାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଶିରିଶି ପଂଚାୟତ ବାନୁଆଗୁଡା, ଦାଡ଼ିଆ ଗୁଡା ଓ ଏକରୀ ଅଞ୍ଚଳରେ ସଞ୍ଜୟ ସାହା ନାମକ ଜଣେ ବ୍ୟକ୍ତି କିଛି ଦିନ ହେଲା ଘର ଘର ବୁଲି ଲୋକଙ୍କୁ ଆଧାର କାର୍ଡ, ଭୋଟ କାର୍ଡ ମାଗି ୩୦ ଟଙ୍କା ଲେଖାଏ ଆଦାୟ କରି ସ୍ବଚ୍ଛ ଭାରତ ଅଭିଯାନର ଏକ ଟିଣ ପ୍ଲେଟ ଦେଉଥିଲେ। ଯେଉଁମାନେ ନାମ ପଞ୍ଜିକରଣ ନ କରିବେ ସେମାନଙ୍କ ଚାଉଳ କାର୍ଡ, ଆଧାର କାର୍ଡ କଟିଯିବା ସହ ଘର ମିଳିବ ନାହ ବୋଲି କହିଥିଲେ। ଲୋକେ ଡରି ସଞ୍ଜୟଙ୍କୁ ୩୦ ଟଙ୍କା ଲେଖାଏ ଦେଇଥିଲେ। ସଞ୍ଜୟ ସେମାନଙ୍କୁ ଏକ ରସିଦ ସହ ଘର ନମ୍ବର, ବ୍ୟକ୍ତିଙ୍କ ନାମ ଓ ୱାର୍ଡ ନମ୍ବର ଉଲ୍ଲେଖ ଥିବା ଏକ ଟିଣର ପ୍ଲେଟ ଦେଉଥିଲେ। ବୁଧବାର ବାନୁଆଗୁଡାରେ ଟଙ୍କା ଆଦାୟ ସମୟରେ କେତେଜଣ ଲୋକ ଏହାକୁ ସନ୍ଦେହକରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର ପରିଚୟ ପତ୍ର ଓ କେଉଁ ସଂସ୍ଥାରୁ ସେ ଆସିଛନ୍ତି ବୋଲି କୈଫିୟତ ମାଗିଥିଲେ। ସଞ୍ଜୟ କେବଳ ନିଜର ଆଧାର କାର୍ଡ ଦେଇଥିଲେ। ସଂସ୍ଥା ପକ୍ଷରୁ ତାଙ୍କର କୌଣସି ପରିଚୟ ପତ୍ର ଦେଇ ପାରି ନ ଥିଲେ। ଏ ନେଇ ସ୍ଥାନୀୟ ଲୋକେ ପାପଡ଼ାହାଣ୍ଡି ପୋଲିସକୁ ଖବର ଦେବାପରେ ପୋଲିସ ସଞ୍ଜୟଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା। ସଞ୍ଜୟ ପାପଡ଼ାହାଣ୍ଡି ଶିଶୁ ବିକାଶ ଅଧିକାରୀଙ୍କଠାରୁ ପାଇଥିବା ସଚେତନତା ପତ୍ର ଦେଖାଇଥିଲେ। ପରେ ପୋଲିସ ଶିଶୁ ବିକାଶ ଅଧିକାରୀ ସହ କଥା ହୋଇଥିଲେ। ଏଥିସହ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନଧି ତୁଲାରାମ ଭତରାଙ୍କୁ ଡକାଇ ଆଲୋଚନା କରି ସଞ୍ଜୟକୁ ଛାଡିଥିଲେ। ଜୋର ଜବରଦସ୍ତ ଟଙ୍କା ଆଦାୟ ନ କରି ଯେଉଁମାନଙ୍କ ଇଚ୍ଛା ନାହିଁ ସେମାନଙ୍କ ଟଙ୍କା ଫେରସ୍ତ ଦେବା ଲାଗି ଆଲୋଚନା ହୋଇଥିଲା। ଏ ନେଇ ସିଡିପିଓ ଏସ୍‌. ଗୀତାଙ୍କୁ ପଚାରିବାରୁ ସ୍ବଚ୍ଛ ଭାରତ ଅଭିଯାନରେ ଲୋକଙ୍କୁ ସଚେତନ କରିବା ଲାଗି ବ୍ୟକ୍ତି ଜଣକ ଆସିବା ପରେ ତାଙ୍କୁ ଅନୁମତି ପତ୍ର ଦିଆଯାଇଥିଲ। ତେବେ ଟଙ୍କା ଆଦାୟ ନେଇ ସେ କିଛି କହି ନ ଥିବା ସିଡିପିଓ କହିଛନ୍ତି। ଗୁରୁବାର ସଞ୍ଜୟଙ୍କୁ ଡକାଇ ଏବିଷୟରେ ପଚାରିବେ ବୋଲି ସେ କହିଛନ୍ତି। ସଞ୍ଜୟ ପତ୍ର ଦେଖାଇ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ଗଞ୍ଛା ନାୟକ, ଜିମେଇ ଭତରା, ଡୋମାନି ଭତରା,ଧନେଇ ଲୋହରା, ତିଳୋତ୍ତମା ଲୋହାରା, କୁନ୍ତଳା ନାୟକ, ସାବିତ୍ରୀ ନାୟକ, ଦେବକୀ ଭତରା, ସେନା ଲୋହରା, ହୀରାଧର ଲୋହରା, ଅସ୍ତି ଭତରା, ସାହାରା ମାଝି, ଗଙ୍ଗେଇ ଭତରା,ସନେଇ ନାୟକ, ଭଗବତୀ ଭତରା ପ୍ରମୁଖ ଅଭିଯୋଗ କରିଛନ୍ତି। ପୂର୍ବରୁ ଏପରି ଜଣେ ଯୁବକ ଆସି ଗ୍ୟାସ ମିଳିବ କହି ୫୦୦ ଟଙ୍କା ଲେଖାଏ ଆଦାୟ କରି ଟଙ୍କା ନେଇ ଚାଲି ଯାଇଥିବା ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri