ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଘେରିଲେ ଗ୍ରାମବାସୀ

ପାପଡ଼ାହାଣ୍ଡି୬।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟରେ ସ୍ବଚ୍ଛ ଭାରତ ଯୋଜନା ନାମରେ ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ବୁଧବାର ଘେରିଛନ୍ତି ଗ୍ରାମବାସୀ। ବ୍ୟକ୍ତିଙ୍କ କାର୍ଯ୍ୟାକଳାପରେ ବିଶ୍ୱାସ ନ କରି ତାଙ୍କୁ ଅଟକ ରଖି ଗ୍ରାମବାସୀ ପୋଲିସ ଓ ସରପଞ୍ଚଙ୍କୁ ଡକାଇଥିଲେ। ପୋଲିସ ଓ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ବ୍ୟକ୍ତିଙ୍କୁ ଛଡା ଯାଇଛି। ଏହାର ତଦନ୍ତ କରି ଲୋକଙ୍କ ଟଙ୍କା ଫେରାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଶିରିଶି ପଂଚାୟତ ବାନୁଆଗୁଡା, ଦାଡ଼ିଆ ଗୁଡା ଓ ଏକରୀ ଅଞ୍ଚଳରେ ସଞ୍ଜୟ ସାହା ନାମକ ଜଣେ ବ୍ୟକ୍ତି କିଛି ଦିନ ହେଲା ଘର ଘର ବୁଲି ଲୋକଙ୍କୁ ଆଧାର କାର୍ଡ, ଭୋଟ କାର୍ଡ ମାଗି ୩୦ ଟଙ୍କା ଲେଖାଏ ଆଦାୟ କରି ସ୍ବଚ୍ଛ ଭାରତ ଅଭିଯାନର ଏକ ଟିଣ ପ୍ଲେଟ ଦେଉଥିଲେ। ଯେଉଁମାନେ ନାମ ପଞ୍ଜିକରଣ ନ କରିବେ ସେମାନଙ୍କ ଚାଉଳ କାର୍ଡ, ଆଧାର କାର୍ଡ କଟିଯିବା ସହ ଘର ମିଳିବ ନାହ ବୋଲି କହିଥିଲେ। ଲୋକେ ଡରି ସଞ୍ଜୟଙ୍କୁ ୩୦ ଟଙ୍କା ଲେଖାଏ ଦେଇଥିଲେ। ସଞ୍ଜୟ ସେମାନଙ୍କୁ ଏକ ରସିଦ ସହ ଘର ନମ୍ବର, ବ୍ୟକ୍ତିଙ୍କ ନାମ ଓ ୱାର୍ଡ ନମ୍ବର ଉଲ୍ଲେଖ ଥିବା ଏକ ଟିଣର ପ୍ଲେଟ ଦେଉଥିଲେ। ବୁଧବାର ବାନୁଆଗୁଡାରେ ଟଙ୍କା ଆଦାୟ ସମୟରେ କେତେଜଣ ଲୋକ ଏହାକୁ ସନ୍ଦେହକରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର ପରିଚୟ ପତ୍ର ଓ କେଉଁ ସଂସ୍ଥାରୁ ସେ ଆସିଛନ୍ତି ବୋଲି କୈଫିୟତ ମାଗିଥିଲେ। ସଞ୍ଜୟ କେବଳ ନିଜର ଆଧାର କାର୍ଡ ଦେଇଥିଲେ। ସଂସ୍ଥା ପକ୍ଷରୁ ତାଙ୍କର କୌଣସି ପରିଚୟ ପତ୍ର ଦେଇ ପାରି ନ ଥିଲେ। ଏ ନେଇ ସ୍ଥାନୀୟ ଲୋକେ ପାପଡ଼ାହାଣ୍ଡି ପୋଲିସକୁ ଖବର ଦେବାପରେ ପୋଲିସ ସଞ୍ଜୟଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା। ସଞ୍ଜୟ ପାପଡ଼ାହାଣ୍ଡି ଶିଶୁ ବିକାଶ ଅଧିକାରୀଙ୍କଠାରୁ ପାଇଥିବା ସଚେତନତା ପତ୍ର ଦେଖାଇଥିଲେ। ପରେ ପୋଲିସ ଶିଶୁ ବିକାଶ ଅଧିକାରୀ ସହ କଥା ହୋଇଥିଲେ। ଏଥିସହ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନଧି ତୁଲାରାମ ଭତରାଙ୍କୁ ଡକାଇ ଆଲୋଚନା କରି ସଞ୍ଜୟକୁ ଛାଡିଥିଲେ। ଜୋର ଜବରଦସ୍ତ ଟଙ୍କା ଆଦାୟ ନ କରି ଯେଉଁମାନଙ୍କ ଇଚ୍ଛା ନାହିଁ ସେମାନଙ୍କ ଟଙ୍କା ଫେରସ୍ତ ଦେବା ଲାଗି ଆଲୋଚନା ହୋଇଥିଲା। ଏ ନେଇ ସିଡିପିଓ ଏସ୍‌. ଗୀତାଙ୍କୁ ପଚାରିବାରୁ ସ୍ବଚ୍ଛ ଭାରତ ଅଭିଯାନରେ ଲୋକଙ୍କୁ ସଚେତନ କରିବା ଲାଗି ବ୍ୟକ୍ତି ଜଣକ ଆସିବା ପରେ ତାଙ୍କୁ ଅନୁମତି ପତ୍ର ଦିଆଯାଇଥିଲ। ତେବେ ଟଙ୍କା ଆଦାୟ ନେଇ ସେ କିଛି କହି ନ ଥିବା ସିଡିପିଓ କହିଛନ୍ତି। ଗୁରୁବାର ସଞ୍ଜୟଙ୍କୁ ଡକାଇ ଏବିଷୟରେ ପଚାରିବେ ବୋଲି ସେ କହିଛନ୍ତି। ସଞ୍ଜୟ ପତ୍ର ଦେଖାଇ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ଗଞ୍ଛା ନାୟକ, ଜିମେଇ ଭତରା, ଡୋମାନି ଭତରା,ଧନେଇ ଲୋହରା, ତିଳୋତ୍ତମା ଲୋହାରା, କୁନ୍ତଳା ନାୟକ, ସାବିତ୍ରୀ ନାୟକ, ଦେବକୀ ଭତରା, ସେନା ଲୋହରା, ହୀରାଧର ଲୋହରା, ଅସ୍ତି ଭତରା, ସାହାରା ମାଝି, ଗଙ୍ଗେଇ ଭତରା,ସନେଇ ନାୟକ, ଭଗବତୀ ଭତରା ପ୍ରମୁଖ ଅଭିଯୋଗ କରିଛନ୍ତି। ପୂର୍ବରୁ ଏପରି ଜଣେ ଯୁବକ ଆସି ଗ୍ୟାସ ମିଳିବ କହି ୫୦୦ ଟଙ୍କା ଲେଖାଏ ଆଦାୟ କରି ଟଙ୍କା ନେଇ ଚାଲି ଯାଇଥିବା ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri