ଭୋଟ ବର୍ଜନ କଲେ ନନ୍ଦପୁର ବ୍ଲକ ଯୋଗିପୁଟ ଗ୍ରାମବାସୀ

କୋରାପୁଟ,୨୧।୨(ସ୍ବ.ପ୍ର.) ନନ୍ଦପୁର ବ୍ଲକର ଯୋଗିପୁଟ ଗ୍ରାମବାସୀ ରବିବାର ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜ ମତଦାନକୁ ବର୍ଜନ କରିଛନ୍ତି। ଗ୍ରାମକୁ ରାସ୍ତା,ପାନୀୟଜଳ ଓ ନେଟ୍‌ଓ୍ବର୍କ ବ୍ୟବସ୍ଥା ନାହିଁ ତ ଭୋଟ ନାହିଁ ବୋଲି ପ୍ରକାଶ କରି ସେମାନେ ଏହି ଭୋଟ ବର୍ଜନ କରିଛନ୍ତି। ଦୀର୍ଘ ବର୍ଷ ହେଲା ଏହି ବ୍ଲକର ଖୁର୍ଜି ପଞ୍ଚାୟତର ଯୋଗିପୁଟ ଗ୍ରାମରେ ଉପରୋକ୍ତ ସମସ୍ୟା ଲାଗିରହିଛି। ଗ୍ରାମବାସୀ ଏନେଇ ବହୁବାର ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନକୁ ଜଣାଇବା ସତ୍ୱେ କିଛି ସୁଫଳ ନ ମିଳିବାରୁ ସେମାନେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇ ମତଦାନ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଉପଜିଲାପାଳ ଲଳିତ କୁମାର କହଁର, ନନ୍ଦପୁର ତହସିଲଦାର, ଏସଡିପିଓ ସଞ୍ଜୟ ମହାପାତ୍ର, ପଟ୍ଟାଙ୍ଗି ବ୍ଲକର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ ା ଫଳରେ ଏଠାରେ ଅଧିକାରୀମାନେ ନିରାଶରେ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri