Categories: ଅପରାଧ

ପୋଲିସ ସାମ୍ନାରେ ଦିଅର-ଭାଉଜଙ୍କ ବିବାହ କଲେ ଗ୍ରାମବାସୀ

ପାଟନା, ୩୧।୮: ବିହାରର ବୈଶାଳୀ ଜିଲାରୁ ଏକ ସମ୍ବେଦଳଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଦିଅର ଓ ଭାଉଜଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଗ୍ରାମବାସୀ ଉଭୟଙ୍କ ବିବାହ ପୋଲିସ ସାମ୍ନାରେ କରାଇଦେଇଛନ୍ତି। ଜିଲାର ତିସିଅତ ଥାନା ଲକ୍ଷ୍ମୀନାରାୟଣପୁର ଗ୍ରାମରେ ଏହି ଘଟଣା ଘଟିଛି। ସମ୍ପର୍କୀୟ ଦିଅର-ଭାଉଜଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାପରେ ଗ୍ରାମବାସୀ ପ୍ରଥମେ ଦିଅରଙ୍କୁ ନିସ୍ତୁକ ପିଟିଥିଲେ। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚିବା ପରେ ଗ୍ରାମବାସୀ ପ୍ରଥମେ ଦିଅର-ଭାଉଜଙ୍କ ବିବାହ କରାଇଥିଲେ। ଏହାପରେ ଉଭୟଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଉଭୟଙ୍କୁ ନେଇ ଥାନାକୁ ଯାଇଥିଲା। କିନ୍ତୁ ଏହି ଘଟଣାରେ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଉଭୟଙ୍କୁ ଥାନାରୁ ଛାଡ଼ି ଦେଇଥିଲା। ଯେତେବେଳେ ୨ଟି ମା’ର ପିଲା ସେହି ମହିଳାଜଣଙ୍କ ନିଜ ସ୍ବାମୀଙ୍କ ପାଖକୁ ଯାଇଥିଲେ ସେତେବେଳେ ତାଙ୍କୁ ପାଖରେ ରଖିବାକୁ ମନା କରିଦେଇଥିଲେ। ଯେଉଁ ବ୍ୟକ୍ତିଙ୍କ ସହିତ ସେ ସମ୍ପର୍କ ସ୍ଥାପନ କରିଛନ୍ତି ତାଙ୍କ ପାଖରେ ରହିବାକୁ ମହିଳାଙ୍କ ସ୍ବାମୀ କହିଥିଲେ। ପୋଲିସ ନିକଟରେ ଏନେଇ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଗ୍ରାମବାସୀମାନେ ଯେଉଁଭଳି କଙ୍ଗାରୁ କୋର୍ଟ ଭଳି ନିଷ୍ପତ୍ତି ନେଇ ବିବାହ କରାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।