ପାଣି ପାଇଁ ଚୁଆ ଖୋଳିଲେ ଗାଁ ଲୋକେ

ପାରଳାଖେମୁଣ୍ଡିି,୨୯ା୪(ଡି.ଏନ.ଏ.): ବସୁଧା ଯୋଜନାରେ ସରକାର ସମସ୍ତଙ୍କୁ ପାଣି ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି। ହେଲେ ମୋହନା ବ୍ଲକ ପ୍ରଶାସନ ପାନୀୟ ଜଳ ସମସ୍ୟା ଦୂର କରି ନ ପାରିବାରୁ ଗ୍ରାମବାସୀ ଚୁଆ ଖୋଳି ପାଇବା ପାଣି ସଂଗ୍ରହ କରିବାକୁ ବାଧ୍ୟ ହୋଇଛନ୍ତି। ବ୍ଲକ ଅନ୍ତର୍ଗତ ଡମ୍ବଗୁଡା ପଞ୍ଚାୟତ ବୁଲେରିପଦା ଗ୍ରାମରେ ଏଭଳି ଦେଖିବାକୁ ମିଳିଛି। ଏହି ଗ୍ରାମରେ ୧୦ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୭୦ରୁ ଉର୍ଦ୍ଧ୍ୱ। ବହୁବର୍ଷ ତଳେ ଗାଁରେ ଖୋଳାଯାଇଥିବା ନଳକୂପରୁ ପାଣି ଟୋପାଏ ବାହାରିଲାନି। ତେଣୁ ପାହାଡ଼ରୁ ପାଇପ ପକାଇ ଲୋକେ ଗ୍ରାମକୁ ଝରଣା ପାଣି ଆଣିଥିଲେ। ପ୍ରଚଣ୍ଡ ଖରାରେ ଆଉ ପାଣି ନ ଆସିବାରୁ ଗ୍ରାମବାସୀ ବହୁବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଗୁହାରି ଜଣାଇଲେ । କିନ୍ତୁ କୌଣସି ସୁଫଳ ନ ମିଳିବାରୁ ତିନ ଦିନ ଲାଗି ପଡି ଗ୍ରାମଠାରୁ ୫ଶହ ମିଟର ଦୂରରେ ବିଲରେ ଚୁଆ ଖୋଳିଛନ୍ତି। ଉକ୍ତ ଚୁଆରୁ ମଧ୍ୟ ଯେଉଁ ପାଣି ତାହାକୁ ଗାଈ ଗୋରୁ ବି ପିଉନାହାନ୍ତି, ତଥାପି ଆମକୁ ପିଇବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି।