Posted inଗଜପତି

ପ୍ରଶାସନ ଶୁଣିଲାନି ଗ୍ରାମବାସୀ କଲେ ରାସ୍ତା

ଆର.ଉଦୟଗିରି,୮।୫(ଡି.ଏନ.ଏ.): ସରକାର ଗାଁ ଗାଁକୁ ସଂଯୋଗ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ମଧ୍ୟ ଅନେକ ଗ୍ରାମ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଗ୍ରାମବାସୀ ବାରମ୍ବାର ପ୍ରଶାସନ ହେଉ କିମ୍ବା ଜନ ପ୍ରତିନିଧିଙ୍କୁ ଗୁହାରି ଜଣାଇ ଆସୁଥିଲେ ମଧ୍ୟ ଗ୍ରାମକୁ ଯିବାକୁ ହେଲେ ପାଦଚଲା ରାସ୍ତା ସେମାନଙ୍କ ପାଇଁ ସାହା ଭରସା ପାଲଟିଛି। ଫଳରେ ଗ୍ରାମବାସୀ ନିଜେ ନିଜର ଶ୍ରମଦାନ କରି ଅସ୍ଥାୟୀ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ଗଜପତି ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ। ଦୁର୍ଗମ ଅଞ୍ଚଳର ବିକାଶ କରିବା ପାଇଁ ଅନେକ ଯୋଜନା କରିଛନ୍ତି। ଏଭଳି କି ନିର୍ବାଚନ ଆସିଲେ ସମସ୍ତ ପ୍ରକାର ପ୍ରତିଶ୍ରୁତି ମଧ୍ୟ ମିଳୁଛି। ହେଲେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପକ୍କାରାସ୍ତା ଖଣ୍ଡେ ହୋଇପାରୁନି। ଫଳରେ ବର୍ଷ ବର୍ଷ ଧରି ରାସ୍ତା ସମସ୍ୟାକୁ ନେଇ ଘାଣ୍ଟି ହେଉଛନ୍ତି ଗଜପତି ଜିଲା ମୋହନା ବ୍ଲକର ପାହାଡ଼ ପର୍ବତ ଘେରରେ ଥିବା ଗୁରିଗୁଡ଼ା ଗ୍ରାମବାସୀ। ଏହି ଗ୍ରାମ ମୋହନା ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ଥିତ। ଗ୍ରାମରେ ପ୍ରାୟ ୫୦୦ ଆଦିବାସୀ ପରିବାର ବସବାସ କରୁଛନ୍ତି। ସେମାନଙ୍କ ମୁଖ୍ୟ ସମସ୍ୟା ରହିଛି ରାସ୍ତା। ଗ୍ରାମବାସୀ ପଞ୍ଚାୟତକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଗ୍ରାମରେ ଯଦି କାହାର ସ୍ବାସ୍ଥ୍ୟ ଖରାପ ହୁଏ, ତା’ହେଲେ ଗ୍ରାମକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ। ଫଳରେ ଅନେକ ସମୟରେ ଖଟିଆ କରି ବୋହି ଆଣିବାକୁ ପଡ଼ିଥାଏ। ଗ୍ରାମବାସୀଙ୍କ ଦୁଃଖ ଜିଲା ପ୍ରଶାସନର ଅଣଦେଖା ଓ ଜନପ୍ରତିନିଧିଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଫଳରେ ଏଭଳି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ହେତୁ ଗ୍ରାମର ପିଲାଠୁ ବୁଢ଼ା ଏବେ ଅଣ୍ଟା ଭିଡ଼ି ସରକାରଙ୍କୁ କଟାକ୍ଷ କଲାଭଳି ନିଜେ କୋଡ଼ି କୋଦାଳ ଧରି ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି। ଅନ୍ତରବା ଗ୍ରାମ ପଞ୍ଚାୟତର ଗୁରିଗୁଡ଼ା ଗ୍ରାମରେ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଗ୍ରାମରେ ଶିକ୍ଷକ ମଧ୍ୟ ଯିବାଆସିବା କରିବା କଷ୍ଟ ଭୋଗୁଛନ୍ତି। ଯାହାକି ଅନେକ ସମୟରେ ଲିଖିତ ଓ ମୌଖିକ ଭାବେ ଅଭିଯୋଗ କରିଥିଲେ ମଧ୍ୟ ପକ୍କା ରାସ୍ତା ଖଣ୍ଡେ ହୋଇପାରୁନି। ଆଗାମୀ ଦିନରେ ସରକାର ଗ୍ରାମକୁ ଭଲ ରାସ୍ତା ଖଣ୍ଡେ କଲେ ଗ୍ରାମବାସୀ ଏଭଳି ଦୁର୍ଦ୍ଦଶାରୁ ମୁକ୍ତ ହେବେ ବୋଲି କହିଛନ୍ତି। ଯଦି ନ କରିବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଆମେ ଏ ନେଇ ମୋହନା ବିଡିଓ ତପସ୍ବିନୀ ହଁାସଦାଙ୍କୁ ପଚାରି ବୁଝିଥିଲୁ। ସେ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri