ବିଭିନ୍ନ ଦାବି ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ

କୋରାପୁଟ,୩ା୧୨(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ଏ ସମ୍ପର୍କିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଲମତାପୁଟ ସିନ୍ଧିପୁଟିଠାରେ ଏକ ମେଗା ବ୍ରିଜ କରାଯିବା, ଏମ୍‌ଜିଏନ୍‌ଆରଜିଏ ବିଲ୍‌ ତୁରନ୍ତ ପାସ୍‌ କରିବା, ଲମତାପୁଟ ବ୍ଲକରେ ଏକ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ, ଲମତାପୁଟଠାରେ ଏକ ମେଗା ଜଳ ଯୋଗାଣ ପ୍ରକଳ୍ପ କରିବା, ସମସ୍ତ ବ୍ଲକ ଅଧିକାରୀ ବ୍ଲକ ସଦର ମହକୁମ୍ମାରେ ରହିବା, ଲଗୁନଠାରେ ନିର୍ମାଣାଧୀନ ଗ୍ରୀଡ୍‌ ସବଷ୍ଟେଶନକୁ ଶୀଘ୍ର ଶେଷ କରିବା, ପିସି କାରବାର ବନ୍ଦ ଆଦି ୧୨ ଦଫା ଦାବି ନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ା ଏହି ଦାବିପତ୍ର ପ୍ରଦାନ ବେଳେ ସୋମନାଥ ମୁଦୁଲି, ସୁନାଧର ଅଡାରି, କେଶବ ଖିଲ, କେ ମୁଦୁଲି, ଲଳିତ ଡାଳିଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସାମିଲ ଥିଲେ।