ବୁଲୁଛି ଦନ୍ତା, ଗ୍ରାମବାସୀ ଭୟଭୀତ

ବାଲେଶ୍ୱର ଅଫିସ,୧୨।୫: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ବଡ଼ପାଳ ପଞ୍ଚାୟତ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ବୁଲୁଛି ଝାଡ଼ଖଣ୍ଡ ଦନ୍ତା। ଗାଁକୁ ପଶିଯିବା ଭୟରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ବିଦ୍ୟୁତ୍‌ ତାର ଦ୍ୱାରା ହାତୀର କ୍ଷୟକ୍ଷତି ହେବା ଆଶଙ୍କାକୁ ନେଇ ସାରା ପଞ୍ଚାୟତରେ ବିଦ୍ୟୁତ୍‌ କାଟ୍‌ କରାଯାଇଛି। ବନବିଭାଗ କର୍ମଚାରୀ ହାତୀକୁ ଜଗିବା ସହ ଗତିପଥ ଉପରେ ନଜର ରଖିଛି।
ଗୁରୁବାର ପୂର୍ବାହ୍ନରେ ଝାଡଖଣ୍ଡ ଦନ୍ତା ହାତୀ ବଡ଼ପାଳ ନିକଟସ୍ଥ ଜଙ୍ଗଲରେ ପହଞ୍ଚିଥିଲା। ସ୍ଥାନୀୟ ଧାନବିଲରେ ପଶି ଚାଷ ନଷ୍ଟ କରୁଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ମାତ୍ର ଗୋଟିଏ ହାତୀ ଆସିଥିବାରୁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚତ୍ ହାତୀକୁ ଜଙ୍ଗଲକୁ ଘଉଡ଼ାଇ ଦେବା ସହ ଜଗି ରହିଛନ୍ତି। ଅନ୍ୟପଟରେ ହାତୀଟି କୁଆଡ଼େ ଗାଁ ଭିତରକୁ ପଶିଯିବ ଏବଂ ବିଦ୍ୟୁତ୍‌ ତାର ସମ୍ପର୍କରେ ଆସି କ୍ଷୟକ୍ଷତି ହେବାର ଆଶଙ୍କା ଥିବାରୁ ଟିପିଏନ୍‌ଓଡ଼ିଏଲ୍‌ ପକ୍ଷରୁ କର୍ମଚାରୀମାନେ ପହଞ୍ଚତ୍ ସତର୍କତା ଭାବେ ବିଦ୍ୟୁତ୍‌ ସରବରାହକୁ ବନ୍ଦ ରଖିଛନ୍ତି। ସେହିପରି ଗ୍ରାମବାସୀ ଗାଁ ଜଗିବା ସହ ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ଝାଡଖଣ୍ଡ ହାତୀ ବର୍ଷ ବର୍ଷ ଧରି ବିଭିନ୍ନ ସମୟରେ ଏକୁଟିଆ କିମ୍ବା ଗୋଠ ସହିତ ପହଞ୍ଚତ୍ ଏହି ସ୍ଥାନରେ ବ୍ୟାପକ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି।