ପୋଲ ତିଆରି କଲେ ଗାଁ ଲୋକେ

ପଦ୍ମପୁର,୨୬ା୯(ଡି.ଏନ.ଏ.): ବାରମ୍ବାର ଗୁହାରି ସତ୍ତ୍ୱେ ପ୍ରଶାସନ ଶୁଣିଲାନି। ଯିବା ଆସିବାରେ ଅସୁବିଧା ଭୋଗୁଥିବା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତର ସାନଜଗନ୍ନାଥପୁର ଗ୍ରାମବାସୀ ଆଉ ପ୍ରଶାସନ ଉପରେ ଭରସା ନ କରି ନିଜ ସମସ୍ୟା ନିଜେ ସୁଧାରିବାକୁ ନିଷ୍ପତ୍ତି ନେଲେ। ସେମାନେ ନିଜ ଖର୍ଚ୍ଚରେ ସ୍ଥାନୀୟ କୋଷ୍ଟ କେନାଲ ଉପରେ ଏକ କାଠ ପୋଲ ତିଆରି କରିବାରେ ସଫଳ ହୋଇଛନ୍ତି।
ପ୍ରକାଶ ଯେ, ଏହି ଗ୍ରାମରେ ୭୦ରୁ ଊର୍ଦ୍ଧ୍ୱ ପରିବାରର ୭ଶହରୁ ଅଧିକ ଲୋକ ବାସବାସ କରନ୍ତି। ବିଭିନ୍ନ କାମରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଲୋକଙ୍କୁ ସାନକୃଷ୍ଣପୁର ଦେଇ ପ୍ରାୟ ୫ କି.ମି. ରାସ୍ତା ବୁଲିବାକୁ ପଡୁଥିଲା। ଅପରପକ୍ଷେ ଗ୍ରାମଠାରୁ ମାତ୍ର ୮ଶହ ମିଟର ପରେ କୋଷ୍ଟକେନାଲ ରାସ୍ତା ଅଛି। ହେଲେ ସେହି ରାସ୍ତାକୁ ଯିବା ପାଇଁ କେନାଲ ପାରି ହେବାକୁ ପଡ଼ିବ। କେନାଲ ଉପରେ ଏକ ପୋଲ ଏବଂ ଗ୍ରାମ ସଂଲଗ୍ନ ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମବାସୀ ବିଭିନ୍ନ ସମୟରେ ବ୍ଲକ ପ୍ରଶାସନକୁ ଅନୁରୋଧ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଏଣୁ ସମସ୍ତ ଗ୍ରାମବାସୀ ଚଳିତବର୍ଷ ନିଜ ଖର୍ଚ୍ଚରେ ରାସ୍ତା ଓ ପୋଲ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ମେ’ରେ ଗ୍ରାମଠାରୁ କୋଷ୍ଟକେନାଲ ପର୍ଯ୍ୟନ୍ତ ୮ଶହ ମିଟର ରାସ୍ତାରେ ବାହାରୁ ଟ୍ରାକ୍ଟର ସାହାଯ୍ୟରେ ମାଟି ବୋହି ଆଣି ପକାଇ ୧୮ଫୁଟ ଚଉଡ଼ା ରାସ୍ତା ନିର୍ମାଣ କରିଥିଲେ। ଏହାପରେ ଜୁଲାଇରେ କାଠ ଖୁଣ୍ଟ କରି କେନାଲରେ ପୋତିଥିଲେ। ଚଳିତମାସରେ ଆବଶ୍ୟକ କାଠ ପଟ୍ଟା ତିଆରି କରି ଶନିବାର ପୋଲ ନିର୍ମାଣ ସାରିଛନ୍ତି। ଗ୍ରାମବାସୀ ଶ୍ରମଦାନ ସହ ୩୫ ଫୁଟ୍‌ ଲମ୍ବର ଏହି ପୋଲ ପାଇଁ ୫୦ ହଜାର ଓ ରାସ୍ତା ଲାଗି ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ବଳରାମ ମହାନ୍ତି, ବ୍ରଜକିଶୋର ନାୟକ, ଅଲେଖ କୁମାର ଲେଙ୍କା, ସହଦେବ ନାୟକ, କମଳାକାନ୍ତ ନାୟକ, ରତିକାନ୍ତ ଜେନା, ପ୍ରମୋଦ ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ ପୋଲ ନିର୍ମାଣ କାର୍ଯ୍ୟରେ ସହଯୋଗ କରିଥିଲେ। ଏବେ ସେମାନଙ୍କୁ ଆଉ ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ବୁଲିବାକୁ ପଡ଼ିବ ନାହିଁ। କମ୍‌ ସମୟରେ ଓ ସ୍ବଳ୍ପ ଖର୍ଚ୍ଚରେ ସିଧାସଳଖ କୋଷ୍ଟ କେନାଲ ରାସ୍ତାକୁ ଯାଇପାରିବେ ବୋଲି ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri