୫ ଯୁବକଙ୍କୁ ହରାଇ ଗାଁ ସ୍ତବ୍ଧ

ଖମାର,୨।୩(ଡି.ଏନ.ଏ.) ପାଲଲହଡା ବ୍ଲକ ଖମାର ଥାନା କଣ୍ଟିଆପସି ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ୫ ଯୁବକଙ୍କ ଅକାଳ ବିୟୋଗ ଇଞ୍ଜିଡ଼ ଗାଁକୁ ସ୍ତବ୍ଧ କରିଦେଇଛି। ଦୁର୍ଘଟଣା ଖବର ପହଞ୍ଚିବା ପରଠାରୁ ମୃତକଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁ ନ ଥିବାବେଳେ ଗାଁ ଲୋକେ ଶୋକରେ ଡୁବି ଯାଇଛନ୍ତି। ରାତି ସାରା କାହାରି ଆଖିକୁ ନିଦ ଆସି ନ ଥିଲା। ସମସ୍ତେ ଅପେକ୍ଷା କରିଥିଲେ କେତେବେଳେ ପୋଲିସ ମୃତଦେହ ପରିବାରକୁ ହସ୍ତାନ୍ତର କରିବ ଓ ତାହା ଗାଁରେ ପହଞ୍ଚିବ। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ହୋଇ ପାଲଲହଡ଼ା ମେଡିକାଲରୁ ଫେରିବା ପରେ ଅପରାହ୍ନ ୪ଟାରେ ଗାଁରେ ପହଞ୍ଚିଥିଲା। ଏହାପରେ କାନ୍ଦରେ ଫାଟି ପଡ଼ିଥିଲା ସାରା ଗାଁ। ମୃତକଙ୍କ ମୁହଁ ଟିକେ ଦେଖିବାକୁ ଶତାଧିକ ଲୋକ ଭିଡ଼ ଜମାଇଥିଲେ।

ଗୋଟିଏ ମଶାଣିରେ ୪ ଜୁଇ

ମୃତ ୫ ଯୁବକ ଇଞ୍ଜିଡ଼ ଗ୍ରାମର ହୋଇଥିଲେ ହେଁ ଦୁଇଟି ମଶାଣିରେ ସେମାନଙ୍କ ମୃତଦେହ ଦାହ କରାଯାଇଛି। ଗୋଟିଏ ଶ୍ମଶାନରେ ୪ ଜଣ ଓ ଅନ୍ୟ ଜଣଙ୍କ ମୃତଦେହ ଆଉ ଗୋଟିଏ ମଶାଣିରେ ସଂସ୍କାର କରାଯାଇଛି। କାରଣ ମୃତ ଦିଲୀପ କୁମାର ସାହୁ ଓ ପିନୁ ସାହୁ ଗୋଟିଏ ପରିବାରର ହୋଇଥିବାବେଳେ ତାଙ୍କ ପିଉସୀ ପୁଅ ଭାଇ ହେଉଛନ୍ତି ରାନୁ ପ୍ରଧାନ। ତେଣୁ ରାନୁଙ୍କ ମୃତଦେହ ତାଙ୍କ ପରିବାର ପକ୍ଷରୁ ଘର ନିକଟ ଅନ୍ୟ ମଶାଣିରେ ପୋଡ଼ାଯାଇଛି। ବାକି ୪ ଜଣ ଦିଲୀପ, ପିନୁ, ବାପୁନ ଓ ଗୌରଚନ୍ଦ୍ରଙ୍କ ମୃତଦେହ ଗୋଟିଏ ଶ୍ମଶାନରେ ଦାହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri