ବିକାଶ ଅପହଞ୍ଚ: ଗାଁରେ ନାହିଁ ରାସ୍ତା କି ବିଦ୍ୟାଳୟ

କର୍ଲାମୁଣ୍ଡା,୨୨ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ୨୦ କିମି ଦୂରରେ ଅବସ୍ଥିତ ବୋରାପଦର ପଞ୍ଚାୟତର କେର୍ଣାପଲା ଗାଁ। ୩୫ ପରିବାର ବିଶିଷ୍ଟ ଏହି ଗାଁରେ ୧୦୫ ଜଣ ମହିଳା-ପୁରୁଷ ରହିଛନ୍ତି। ତେବେ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଗାଁକୁ ପକ୍କା ରାସ୍ତାଟିଏ ନାହିଁ,ଏପରି କି ୨୦୨୦ରେ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ର ସଂଖ୍ୟା କମ୍‌ ଥିବାରୁ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଲେ। ଫଳରେ ଏହି ଗାଁର ୧୩ ଜଣ ଛାତ୍ରୀଛାତ୍ର ୨ କିମି ଦୂରରେ ଥିବା ମ. ରାମପୁର ବ୍ଳକ ଟୁର୍ଚ୍ଚି ବିଦ୍ୟାଳୟରେ ପାଠ ପଢୁଛନ୍ତି। ଏହା ବ୍ୟତୀତ ଜନସଂଖ୍ୟା କମ୍‌ କାରଣ କେର୍ଣାପଲା,ବତୀକୁପା ଓ ପୁରଗୁଡ଼ିପଦର ପାଇଁ ବତୀକୁପା ଗାଁରେ ରହିଛି ଅଙ୍ଗନଓ୍ବାଡି କେନ୍ଦ୍ର। ଏହି ଗାଁକୁ ଯିବାକୁ ହେଲେ ମରାମପୁର ବ୍ଲକର ଟୁର୍ଚ୍ଚିଠାରୁ ମାଟି ରାସ୍ତା ୨ କିମି ଅତିକ୍ରମ କଲାପରେ କେର୍ଣାପଲା ଗାଁ ପଡ଼ିଥାଏ। ରାସ୍ତାଟି ଖାଲଖମା ଓ କାଦୁଅ ହୋଇଥିବାରୁ ଅନେକ ସମୟରେ ବିଦ୍ୟାଳୟକୁ ଯାଉଥିବା ଛାତ୍ରୀଛାତ୍ର ଦୁର୍ଘଟଣାର ଶିକାର ହେଉଥିବା ଗାଁର ସ୍ବେଚ୍ଛାସେବୀ ଯୁବକ ବଳଭଦ୍ର ମାଝି ଅଭିଯୋଗ କରିଛନ୍ତି। ଏଣୁ ଉକ୍ତ ଗ୍ରାମର ରାସ୍ତା ନିର୍ମାଣ ସହିତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ଥାପନ କରିବା ଓ ପ୍ରାଥମିକ ବିଦ୍ୟାଳୟକୁ ପୁଣିଥରେ ଖୋଲିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏନେଇ କର୍ଲାମୁଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ସାଙ୍କୁ ପଚାରିବାରୁ ପୁଣିଥରେ ବିଦ୍ୟାଳୟ ଖୋଲାଯିବାକୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛୁ ବୋଲି କହିଛନ୍ତି। ଠିକ୍‌ ସେହିପରି ଆଇସିଡିଏସ୍‌ ସୁପରଭାଇଜର କୁସୁମ ପଣ୍ଡାଙ୍କୁ ପଚାରିବାରୁ ଗାଁରେ କେନ୍ଦ୍ର ହେବା ପାଇଁ ଆବଶ୍ୟକ ଜନସଂଖ୍ୟା ନ ଥିବା କାରଣ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବା ସମ୍ଭବପର ହେଉନାହିଁ। ତଥାପି ଆମେ ଏହି ଗାଁକୁ ଆଇସିଡିଏସ୍‌ର ସୁବିଧା ଠିକ୍‌ ଭାବେ ଯୋଗାଇ ଦେଇ ଆସୁଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri