ପୁଣି ଭିଜିଲାନ୍ସର ଖୋଳତାଡ଼

ଧର୍ମଶାଳା,୩ା୩(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ତରଞ୍ଜିଆ ପଞ୍ଚାୟତର ନୂଆ ପୋଖରୀ ନିର୍ମାଣ ଓ ଗଙ୍ଗାଧରପୁର ପଞ୍ଚାୟତ ଇମାମନଗର ଗ୍ରାମରେ ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତିର ପୁଣି ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ। ଯାଜପୁର ଭିଜିଲାନ୍ସ ଡିଏସ୍‌ପି ସୁଶୀଲ ଏକ୍କା ଓ ଇନ୍ସପେକ୍ଟର ଅନସୂୟା ସେନାପତିଙ୍କ ନେତୃତ୍ୱରେ ଏକ ବୈଷୟିକ ଦଳ ଗୁରୁବାର ଆସି ଉଭୟ ସ୍ଥାନରେ ତଦନ୍ତ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଦମକଳ ବାହିନୀ ଡଙ୍ଗା ସାହାଯ୍ୟରେ ପୋଖରୀ ମାପ ଚୁପ କରିବା ସହିତ ଗଙ୍ଗାଧରପୁର ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ହୋଇଥିବା ରାସ୍ତାକୁ ମଧ୍ୟ ମାପଚୁପ କରିଛନ୍ତି।
ସୂଚନାଯୋଗ୍ୟ, ଯାଜପୁର କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ୨୦୧୯/୨୦ ଆର୍ଥିକ ବର୍ଷରେ ତରଞ୍ଜିଆ ପଞ୍ଚାୟତର ଖାତା ନଂ.୨୨୫, ପ୍ଲଟ ନଂ.୧୫୧୮ ପୋଖରୀ ପୁନରୁଦ୍ଧାର କରାଯାଇ ୨୪ଲକ୍ଷ ୯୯ ହଜାର ଟଙ୍କା ବ୍ୟୟ କରାଯାଇଥିବା ଦର୍ଶାଯାଇଥିଲା। କିନ୍ତୁ ସେହି ଆର୍ଥତ୍କ ବର୍ଷରେ ତରଞ୍ଜିଆ ପଞ୍ଚାୟତ ପକ୍ଷରୁ ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରୁ ୩ ଲକ୍ଷ ୫୦ ହଜାର ବ୍ୟୟ ଅଟକଳ କରି ୩ ଲକ୍ଷ ୪୬ ହଜାର ୫୦୦ ଟଙ୍କା ବ୍ୟୟରେ ସମାନ ସ୍ଥାନରେ ପୋଖରୀ ପୁନରୁଦ୍ଧାର କରାଯାଇଥିବା ଦର୍ଶାଇ ସମସ୍ତ ଟଙ୍କା ହଡ଼ପ ହୋଇଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ନିଜସ୍ବ ତଦନ୍ତକାରୀ ସଂସ୍ଥା ଡାଇରେକ୍ଟର ଅଫ ଇନ୍‌କ୍ୱାରି ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲା। ତେବେ ଏହି ତଦନ୍ତରେ ଲୋକାୟୁକ୍ତ ଅସନ୍ତୋଷ ପ୍ରକଟ କରିଥିଲେ। ପରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଟିମ୍‌ ଏହି ମାମଲାର ତଦନ୍ତ କରି ବ୍ଲକର ତତ୍କାଳୀନ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ମହାନ୍ତି, କନିଷ୍ଠ ଯନ୍ତ୍ରୀ ବ୍ରହ୍ମାନନ୍ଦ ପଣ୍ଡା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ୍ୱର ମହାନ୍ତି, ତତ୍କାଳୀନ ସରପଞ୍ଚ ସୁଶାନ୍ତ ସେଠୀଙ୍କ ବିରୋଧରେ ବିଭିନ୍ନ ସଙ୍ଗିନ ଦଫା ଲଗାଇ ଏକ ମାମଲା ରୁଜି କରିଛି। ସେହିପରି ଗଙ୍ଗାଧରପୁର ପଞ୍ଚାୟତ ଇମାମନଗର ଗ୍ରାମର ଅକ୍ଷୟ କୁମାର ପାଳଙ୍କ ଘରଠାରୁ ସୁନାକର ରାଉତଙ୍କ ଘର ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦-୨୧ ଆର୍ଥତ୍କ ବର୍ଷରେ ସାମିଲ କରାଯାଇଥିଲା। ୫୦୦ ମିଟର ରାସ୍ତା ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏହି ରାସ୍ତା ନିର୍ମାଣରେ ୨ ଲକ୍ଷ ୯୪ ହଜାର ୩୩୬ ଟଙ୍କା ବିଲ୍‌ କରାଯାଇଥିବାବେଳେ ବାସ୍ତବ କ୍ଷେତ୍ରରେ ମାତ୍ର ୨୩୯.୬୩ କ୍ୟୁବିକ ମାଟି ପକାଯାଇ ୪୧ ହଜାର ୭୨୨ ଟଙ୍କା ଖର୍ଚ୍ଚ କରି ସ୍ବଚ୍ଛଳ ବର୍ଗ ବ୍ୟକ୍ତିଙ୍କ ନାମରେ ଜବ୍‌ କାର୍ଡ ଜରିଆରେ ୨ ଲକ୍ଷ ୫୨ ହଜାର ୬୧୪ ଟଙ୍କା ହଡ଼ପ କରାଯାଇଥିବା ତଦନ୍ତ ପରେ ଧରା ପଡ଼ିଥିଲା। ଭିଜିଲାନ୍ସ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଗଙ୍ଗାଧରପୁର ପଞ୍ଚାୟତ ତତ୍କାଳୀନ ସରପଞ୍ଚ ରୀନା ମଲ୍ଲିକ, ସହକାରୀ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ସ୍ବାଇଁ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତି ଗଡ଼ନାୟକ, ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିର୍ମଳ ଚନ୍ଦ୍ର ପଣ୍ଡା ଓ ଗ୍ରାମ ରୋଜଗାର ସେବକ ଚିନ୍ମୟୀ କରଙ୍କ ନାମରେ ମଧ୍ୟ ଫୌଜଦାରି ମାମଲା ରୁଜୁ କରିଛି। ଏହି ଦୁଇଟି କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ତଦନ୍ତ ନେଇ ଅଧିକାରୀମାନେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କିଛିଦିନ ତଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଟିମ୍‌ ଉଭୟ ସ୍ଥାନକୁ ଆସି ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri