କୋଭିଡ୍‌ କଟକଣା ଉଲ୍ଲଂଘନକୁ ନେଇ ପ୍ରଶାସନର ତଦନ୍ତ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ, ୧୮ା୧ (ଡି.ଏନ୍‌.ଏ.): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନୀ ସହ ସାମାଜିକ କଟକଣା ଜାରି ହୋଇଛି। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଜୟଚନ୍ଦ୍ରପୁର ତାରିଣୀ ମହାବିଦ୍ୟାଳୟ ପରିସରରେ ରବିବାର ମଧ୍ୟାହ୍ନରେ ହୋଇଥିବା ଏକ ଦଳୀୟ ସଭା ଓ ଭୋଜିଭାତକୁ ନେଇ ରାଜନୀତି ସରଗରମ ହୋଇଉଠିଛି। କୋଭିଡ୍‌ କଟକଣାକୁ ଉଲ୍ଲଂଘନ କରାଯାଇଥିବା ନେଇ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହା ଜଣାପଡ଼ିବା ପରେ ଜିଲାପାଳ ଅମୃତ ଋତୁରାଜ ସୋମବାର ଏହାର ତଦନ୍ତ କରିବାକୁ ମହାକାଳପଡ଼ା ତହସିଲଦାର ଓ ମାର୍ଶାଘାଇ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରକାଶ ଯେ, ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ବିକାଶ ଦାସ ଓ କଟକ ଜିଲା ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝିଙ୍କ ସମେତ କେତେଜଣ ଲୋକ ଏକତ୍ରିତ ହୋଇ ଭୋଜିଭାତର ଆୟୋଜନ କରିଥିଲେ। ଉଭୟଙ୍କ ଘର ମହାକାଳପଡ଼ା ବ୍ଲକର ରୋମିତ ପଞ୍ଚାୟତରେ। ଖବରପାଇ ପଞ୍ଚାୟତର ଏକ ରାଜନୈତିକ ଦଳର କର୍ମୀମାନେ ସେଠାରେ ପହଞ୍ଚତ୍ଥିଲେ। ଫଳରେ ଗହଳି ବଢ଼ିବା ସହ କୋଭିଡ୍‌ କଟକଣାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିଲା। ସରକାରୀ ଅନୁଷ୍ଠାନରେ ଦଳୀୟ ବୈଠକକୁ ରାଜନେତାମାନେ ତୀବ୍ର ନିନ୍ଦା କରିଥିଲେ। ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅପରାହ୍ନରେ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଓ ମାର୍ଶାଘାଇ ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନ୍‌ଗୋ ମହାବିଦ୍ୟାଳୟରେ ପହଞ୍ଚତ୍ ଅଧ୍ୟକ୍ଷ ଓ ଅନ୍ୟ ଷ୍ଟାଫଙ୍କୁ ପଚରାଉଚରା କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି। ଏ ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦାସଙ୍କୁ ପଚାରିବାରେ ମୋର ବିବାହ ବାର୍ଷିକ ଉତ୍ସବ ପାଳନ ପାଇଁ ଗଁାର ପ୍ରଶାନ୍ତ ଯିଏ କି ସାଲେପୁର ଏସ୍‌ଡିପିଓ ଅଛନ୍ତି ଓ ସାଲେପୁରର ଆଉ ଜଣେ ବନ୍ଧୁଙ୍କ ପରିବାର ଏକାଠି ହୋଇଥିଲୁ। ଆମେ ୩ ଜଣ ସମସ୍ତେ ଗଁା ବାହାରେ ରହୁ। କଲେଜରେ ଆମେ ଏକାଠି ହୋଇଥିବାର ଖବର ପାଇ ପଞ୍ଚାୟତରୁ କେତେଜଣ ଲୋକ ପହଞ୍ଚତ୍ ଆମକୁ ନିର୍ବାଚନରେ ସାହାଯ୍ୟ ପାଇଁ କହିଥିଲେ। ମାତ୍ର ଏହା ଆମର ଘରୋଇ ଉତ୍ସବ ହୋଇଥିବାରୁ ସେମାନଙ୍କୁ ମାତ୍ର ୧୦ ମିନିଟ୍‌ ମଧ୍ୟରେ ସେଠାରୁ ବିଦା କରି ଦେଇଥିଲୁ ବୋଲି ସେ କହିଛନ୍ତି।