କନିଷ୍ଠ ଯନ୍ତ୍ରୀ ଲାଞ୍ଚନେଉଥିବା ଭିଡିଓ ଭାଇରାଲ

ବୈପାରୀଗୁଡା,୬।୫(ଡି.ଏନ୍‌.ଏ.): ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ମାଠପୋଡା ପଞ୍ଚାୟତରେ। ଉକ୍ତ ପଞ୍ଚାୟତରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ କାମର ବିଲ କରାଇବା ପାଇଁ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହୋଇଛି । ଯନ୍ତ୍ରୀ ଜଣଙ୍କ ଜଣେ ଠିକାଦାରଙ୍କୁ ବିଲ ପାସ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ସେ ୫ ହଜାର ଟଙ୍କା ଦେଇଥିଲେ । ଭିଡିଓରେ ଯନ୍ତ୍ରୀ ଜଣଙ୍କ ଏତେ କମ କ’ଣ ଆଉ ୫ ହଜାର କାଲି ଦେବ ବୋଲି କହୁଛନ୍ତି ।