ବିଡିଓଙ୍କର ରହିଛି ୨୪ଟି ପ୍ଲଟ, ଘରୁ ମିଳିଲା ୧ କେଜିରୁ ଅଧିକ ସୁନା

ବାଲେଶ୍ୱର ଅଫିସ/ଭୁବନେଶ୍ୱର୧୮।୬(ବ୍ୟୁରୋ): ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଶନିବାର ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ସମୟରେ
ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଡିଓଙ୍କ ଅମାପ ସମ୍ପତ୍ତି ବିଷରେ ଖୁଲାସା ହୋଇଛି। ତାଙ୍କର ଅନେକ ପ୍ଲଟ ଆଉ ୨ ଟି କୋଠା ଏବଂ ଗୋଟିଏ ଇଟ୍ଟା ଫ୍ୟାକ୍ଟ୍ରି ରହିଥିବା ଜଣାପଡ଼ିଛି। ତାଙ୍କ କେନ୍ଦ୍ରାପଡ଼ା ଓ କଟକରେ ୨୪ଟି ପ୍ଲଟ ରହିଛି।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଜଳେଶ୍ୱର ବିଡିଓ ଙ୍କ ଘରେ ଚଢାଉ ହୋଇଥିଲା। ଏହାସହିତ ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ୧ କେଜିରୁ ଅଧିକ ଓଜନର ସୁନାଗହଣା ମିଳିଛି ।