Posted inଜାତୀୟ

ଏହି ଦିନ ଆସିବ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ବୈଧତା ଉପରେ ରାୟ

ନୂଆଦିଲ୍ଲୀ,୧୪ା୪ :ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ଏକାଧିକ ପିଟିଶନ୍‌ର ରାୟ ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଏହି ମାମଲାର ରାୟକୁ ଗତବର୍ଷ ନଭେମ୍ବର ୨ରେ ସଂରକ୍ଷିତ ରଖିଥିଲେ। ରାଜନୈତିକ ପାଣ୍ଠିରେ ସ୍ବଚ୍ଛତା ଆଣିବା ପାଇଁ ରାଜନୈତିକ ଦଳଗୁଡ଼ିକ ନଗଦ ଅର୍ଥର ବିକଳ୍ପ ଭାବେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଗେ ଚାନ୍ଦା ଦେବା ପାଇଁ ୨୦୧୮ ଜାନୁଆରୀ ୨ରେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଥିଲେ। ଯୋଜନାର ବ୍ୟବସ୍ଥା ଅନୁଯାୟୀ, ଦେଶର ଯେକୌଣସି ନାଗରିକ କିମ୍ବା ସଂସ୍ଥା ଇଲେକ୍ଟୋରାଲ ବଣ୍ଡ୍‌ କିଣିପାରିବେ। ବ୍ୟକ୍ତିବିଶେଷ ଏକାକୀ କିମ୍ବା ଅନ୍ୟ ସହ ମିଳିତ ଭାବେ ମଧ୍ୟ ବଣ୍ଡ୍‌ କିଣିବା ବ୍ୟବସ୍ଥା ରହିଛି। ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୨୯ଏ ଅଧୀନରେ ପଞ୍ଜୀକୃତ ହୋଇଥିବା ରାଜନୈତିକ ଦଳ ଏବଂ ପୂର୍ବ ଲୋକ ସଭା କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନରେ ୧ ପ୍ରତିଶତରୁ କମ୍‌ ଭୋଟ ପାଇ ନ ଥିବା ଦଳ ଇଲେକ୍ଟୋରାଲ ବଣ୍ଡ୍‌ ଗ୍ରହଣ କରିବାକୁ ଯୋଗ୍ୟ। ଉକ୍ତ ଦଳ ଇଲେକ୍ଟୋରାଲ ବଣ୍ଡକୁ ଅଧିକୃତ ବ୍ୟାଙ୍କ ଜରିଆରେ ଏନ୍‌କ୍ୟାସ୍‌ କରିପାରିବେ। ସାମ୍ବିଧାନିକ ପୀଠରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା, ବି.ଆର୍‌. ଗଭାଇ, ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରା ରହିଛନ୍ତି। କଂଗ୍ରେସ ନେତ୍ରୀ ଜୟା ଠାକୁର, ସିପିଆଇ(ଏମ୍‌) ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ଇଲେକ୍ଟୋରାଲ ବଣ୍ଡ୍‌ର ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଗତବର୍ଷ ଅକ୍ଟୋବର ୩୧ରୁ ସୁପ୍ରିମକୋର୍ଟରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ସୁଧୁରି ଯାଅ, ନଚେତ୍‌ କାଶୀରୁ ଇସଲାମାବାଦ ପର୍ଯ୍ୟନ୍ତ… ଚର୍ଚ୍ଚାରେ ରାଘବଙ୍କ ଏହି ଚେତାବନୀ

ନୂଆଦିଲ୍ଲୀ,୮ା୫: ଆମ୍‌ ଆଦ୍‌ମୀ ପାର୍ଟି (AAP) ଛାଡ଼ି ଭାଜପାରେ ଯୋଗ ଦେଇଥିବା ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ‘ଅପରେଶନ ସିନ୍ଦୂର’ର ପ୍ରଥମ ବାର୍ଷିକୀରେ ତାଙ୍କ ଇନ୍‌ଷ୍ଟାଗ୍ରାମ…

ଗୋଟିଏ ଟଙ୍କା ବି ଦରମା ନେଉ ନଥିଲେ ମମତା ବାନାର୍ଜୀ, କେମିତି ଚଳୁଥିଲେ ଦିଦି? ଜାଣିଲେ…

କୋଲକାତା,୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଶ୍ଚର୍ଯ୍ୟଜନକ ଫଳାଫଳ ପରେ, ପ୍ରଶାସନିକ ପୁନର୍ଗଠନ ତୀବ୍ର ହୋଇଛି। ରାଜ୍ୟପାଳ ମେ ୭ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାକୁ ଭାଙ୍ଗି ଦେଇ ଏକ…

ତାମିଲନାଡୁରେ DMK-AIADMK ମେଣ୍ଟକୁ ନେଇ ବଡ଼ ଖୁଲାସା କଲେ ଷ୍ଟାଲିନଙ୍କ ପାଖଲୋକ, ବିଜୟ-କଂଗ୍ରେସ ଶୁଣି କାବା!

ଚେନ୍ନାଇ,୮।୫: ତାମିଲନାଡୁରେ କେଉଁ ଦଳ କିମ୍ୱା ମେଣ୍ଟ ସରକାର ଗଠନ କରିବ ସେ ସମ୍ପର୍କରେ ଚିତ୍ର ଅସ୍ପଷ୍ଟ ରହିଛି। ଗୋଟିଏ ପଟେ, ଟିଭିକେ ସର୍ୱାଧିକ ସଂଖ୍ୟକ ଆସନ…

ଆସିଲା ବଡ଼ ଅପଡେଟ୍, କେରଳ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ!

ଥିରୁଭାନନ୍ତପୁରମ,୮ା୫: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଆସାମ ଏବଂ ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିଥିବା ବେଳେ, କେରଳରେ କଂଗ୍ରେସ ନେତୃତ୍ୱାଧୀନ…

ବିଜୟଙ୍କୁ ନେଇ ବଡ଼ ବୟାନ ଦେଲା କଂଗ୍ରେସ, ଜାତୀୟ ରାଜନୀତିରେ ହଇଚଇ

ଚେନ୍ନାଇ,୮।୫: ଶୁକ୍ରବାର ତାମିଲନାଡୁର ରାଜନୈତିକ ଘଟଣାକ୍ରମ ସମ୍ପର୍କରେ କଂଗ୍ରେସ ଦଳକୁ କଟାକ୍ଷ କରି ଭାରତୀୟ ଜନତା ପାର୍ଟି (ଭାଜପା)ର ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ. ସନ୍ତୋଷ ମନ୍ତବ୍ୟ…

ଜଣାପଡିଲା କିଏ ହେବେ ମୁଖ୍ୟମନ୍ତ୍ରୀ! ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଶାହାଙ୍କ ଏହି ସଙ୍କେତକୁ ନେଇ ହଇଚଇ

କୋଲକାତା,୮।୫: ଆଜି ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବୈଠକ ହେବାକୁ ଯାଉଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ବଙ୍ଗଳା ପାଇଁ ଭାଜପାର ପର୍ଯ୍ୟବେକ୍ଷକ ନିଯୁକ୍ତ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri