ସମୟାନୁବର୍ତ୍ତିତାର ମୂଲ୍ୟବୋଧ

ଘଣ୍ଟା ସମୟ ନିର୍ଦ୍ଧାରଣର ଏକ ମାନକ ଯାହା ହାତଠାରୁ କାନ୍ଥ ପର୍ଯ୍ୟନ୍ତ ସର୍ବତ୍ର ବିରାଜିତ। କିନ୍ତୁ ଅବସୋସ ଏହି ଯେ ଘଣ୍ଟା କେବଳ ଏକ ଶୋଭାବର୍ଦ୍ଧକ ସାମଗ୍ରୀ ରୂପେ ବିବେଚିତ ହୋଇଛି। ମୂଲ୍ୟବାନ ଘଣ୍ଟା ଥାଇ ମଧ୍ୟ ଆମେ ସମୟାନୁବର୍ତ୍ତିତାକୁ ଉପେକ୍ଷା କରି ଆସୁଛୁ। ସମୟାନୁବର୍ତ୍ତିତା ରକ୍ଷା ନ କରିବା ଦାୟିତ୍ୱହୀନତାର ପରିଚାୟକ। କଥାରେ ଅଛି ‘ଟାଇମ୍‌ ଆଣ୍ଡ ଟାଇଡ୍‌ ଓଏଟ୍‌ ଫର ନନ୍‌’ ସମୟ ଓ ଜୁଆର କାହାକୁ ଅପେକ୍ଷା କରେନା। ସମୟ ମଣିଷର ଇଚ୍ଛାନୁସାରେ ଗଡେନାହିଁ। ମଣିଷକୁ ସମୟର ଗତି ସହ ତାଳଦେଇ ଚାଲିବାକୁ ହୁଏ। ସମୟାନୁବର୍ତ୍ତିତା ଏକ ମହାନ ଗୁଣ, ଯାହାକୁ ରକ୍ଷା କରିବା ସାମାନ୍ୟ କଷ୍ଟକର ହୋଇପାରେ; ମାତ୍ର ଅସମ୍ଭବ ନୁହେଁ। ଦୁର୍ଭାଗ୍ୟର କଥା ସମୟାନୁବର୍ତ୍ତିତାର ଅନୁପାଳନ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ନିକଟରେ ଏକ ବ୍ୟତିକ୍ରମ, ଯାହା ଆକସ୍ମିକ ନୁହେଁ; ବରଂ ଏକ ଅଭ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ।
ରାଜନେତାଙ୍କ କ୍ଷେତ୍ରରେ ସମୟାନୁବର୍ତ୍ତିତା ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ଅନ୍ୟମାନଙ୍କର ଆଦର୍ଶ। ଶାସ୍ତ୍ର କହେ ମହାଜନ ଯେନ ଗତଃ ସ ପନ୍ଥାଃ। ପ୍ରାୟତଃ ଦେଖାଯାଏ କୌଣସି ସଭାସ୍ଥଳକୁ ରାଜନେତାଙ୍କର ସମୟସାରଣୀ ସ୍ଥିର ହୋଇଥିଲେ ମଧ୍ୟ ସେମାନେ ବିଳମ୍ବରେ ଉପସ୍ଥିତ ହୁଅନ୍ତି। ଅପେକ୍ଷାରତ ଜନତାଙ୍କ ଧୈର୍ଯ୍ୟଚ୍ୟୁତି ଲକ୍ଷ୍ୟକରି ସେମାନେ କାର୍ଯ୍ୟବ୍ୟସ୍ତତାର ଛଳନା କରନ୍ତି। କଥା କଥାକେ ଗାନ୍ଧିଜୀଙ୍କ ଦୃଷ୍ଟାନ୍ତ ଦେବା, ତାଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେବା ଓ ଅନଶନରେ ବସିବା କିମ୍ବା ତାଙ୍କ ଆଦର୍ଶର ଆନୁଗାମୀ ବୋଲି ଗର୍ଜନ କରୁଥିଲେ ମଧ୍ୟ ତାଙ୍କ ଅନୁସୃତ ସମୟାନୁବର୍ତ୍ତିତା ରକ୍ଷା ନ କରିବା ଗାନ୍ଧିଜୀଙ୍କ ପାଇଁ ଏକ ଅପମାନ ନୁହେଁ କି? ଗାନ୍ଧିଜୀଙ୍କ ମତରେ ଆମେ ଈଶ୍ୱରଙ୍କୁ ଯେପରି ବିଶ୍ୱାସ କରୁ ଓ ପ୍ରେମ କରୁ, ସମୟକୁ ମଧ୍ୟ ଅନୁରୂପ ପ୍ରେମ କରିବା ଉଚିତ। ଉଦାହରଣ ସ୍ବରୂପ ସ୍ବାଧୀନତାର ଠିକ୍‌ ପରବର୍ତ୍ତୀ ଅବସ୍ଥାରେ ଭାରତ ରାଜକୋଷରେ ଥିବା ୨୧୦କୋଟି ଟଙ୍କାରୁ ପାକିସ୍ତାନ ୫୫କୋଟି ପାଇବାର ଚୁକ୍ତି ହୋଇଥିଲା। ମାତ୍ର ଏହି ଅର୍ଥ ପ୍ରଦାନରେ ସାମାନ୍ୟ ବିଳମ୍ବ ଘଟିବାରୁ ଗାନ୍ଧିଜୀ ଅନଶନ ଆରମ୍ଭ କରିଦେଲେ। ଫଳରେ ପାକିସ୍ତାନକୁ ତତ୍‌କ୍ଷଣାତ୍‌ ଏହି ଟଙ୍କା ପ୍ରଦାନ କରାଯାଇଥିଲା।
ମଧୁବାବୁଙ୍କ ଓକିଲାତି ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଫାଶୀ ଦଣ୍ଡାଦେଶ ପାଇଥିବା ଜଣେ ବ୍ୟକ୍ତିକୁ ଫାଶୀ ଦେବାର ମାତ୍ର ଏକ ମିନିଟ୍‌ ବିଳମ୍ବ ଘଟିବାରୁ ମଧୁବାବୁ ଏହାକୁ ବିରୋଧ କରିଥିଲେ। ଫଳରେ ଲୋକଟି ଫାଶୀରୁ ବଞ୍ଚତ୍ଗଲା। କିନ୍ତୁ ଇଂରେଜ ବିଚାରପତି ଲଜ୍ଜିତ ହେଲେ ଓ ଚାକିରି ହରାଇଲେ। ମନ୍ତ୍ରୀ, ନେତା ଓ ପ୍ରଶାସନିକ ଅଧିକାରୀ- ସମସ୍ତେ ସମୟର ମୂଲ୍ୟ ବୁଝିଥିଲେ ମଧ୍ୟ ସମୟାନୁବର୍ତ୍ତିତା ପ୍ରତି ଘୋର ଉଦାସୀନ, ଯାହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡ଼େ। ସରକାରୀ କାର୍ଯ୍ୟାଳୟ ଖୋଲିବା ସମୟ ପୂର୍ବାହ୍ନ ୧୦ଟା ସ୍ଥିରୀକୃତ ହୋଇଥିଲେ ମଧ୍ୟ ପ୍ରାୟତଃ ଏହା ୧୧ଟା ପରେ ଆରମ୍ଭ ହୁଏ। ସରକାରୀ କର୍ମଚାରୀଙ୍କ ସମୟାନୁବର୍ତ୍ତିତାକୁ ନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ନିକଟରେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ବାୟୋମେଟ୍ରିକ ଉପସ୍ଥାପନ ବ୍ୟବସ୍ଥା ସମସ୍ତ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ସମସ୍ତ ସରକାରୀ ଅଧିକାରୀ ତଥା କର୍ମଚାରୀ ଯଥା ସମୟରେ କାର୍ଯ୍ୟରେ ଯୋଗଦେବେ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟାଳୟ ଛାଡ଼ି ପାରିବେ ନାହିଁ।
ସରକାରୀ ବାବୁମାନେ ସମୟାନୁବର୍ତ୍ତିତା ରକ୍ଷା ନ କରିବା ଏକ ପୁରୁଣା ସମସ୍ୟା। ଥରେ ଜଣେ ପ୍ରଧାନ ଶିକ୍ଷକ ବିଭାଗୀୟ ମୁଖ୍ୟାଳୟକୁ ବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯାଇଥିଲେ। ମୁଖ୍ୟାଳୟର ସମ୍ପୃକ୍ତ ବରିଷ୍ଠ ସହାୟକଙ୍କୁ ଅପେକ୍ଷା କରି ବିବ୍ରତ ହୋଇପଡ଼ିଲେ। ପ୍ରାୟ ସାଢେ ୧୧ଟା ସୁଦ୍ଧା ବାବୁ ଜଣକ ଅଫିସ ଆସିବା ପରେ ପ୍ରଧାନ ଶିକ୍ଷକ କହିଲେ ଆପଣମାନେ ଯଦି ଏପରି ବିଳମ୍ବ କରନ୍ତି ତେବେ ଲୋକଙ୍କ ସମସ୍ୟା କିପରି ବୁଝିବେ ? ବାବୁ ଜଣକ ଉତ୍ତର ଦେଲେ ଆଜ୍ଞା ଆପଣ ମାଷ୍ଟର ଲୋକ। ଆପଣ ଯଥା ସମୟରେ ନ ଗଲେ ପିଲାମାନେ ନିଜ ଭିତରେ କଳି ଝଗଡ଼ା ମାରପିଟ କରିବେ। କିନ୍ତୁ ଆମେ ନ ଆସିଲେ ଆମ ଫାଇଲଗୁଡା ତ କଥା କହିବେ ନାହିଁ। ଏଇ ହେଉଛି ଆପଣ ଓ ଆମ ଭିତରେ ପାର୍ଥକ୍ୟ। ଆପଣ ଏଣିକି ଅଫିସକୁ ୧୨ଟା ପରେ ଆସନ୍ତୁ। ଚିନ୍ତା କରାଯାଉ ଏହା କିପରି ମାନସିକତା।
ସମୟାନୁବର୍ତ୍ତିତା ରକ୍ଷା ନ କରି ବିଶିଷ୍ଟ ବ୍ୟକ୍ତମାନେ କିପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତା’ର ଦୁଇଟି ଦୃଷ୍ଟାନ୍ତ ଏଠାରେ ପ୍ରାସଙ୍ଗିକ ମନେହୁଏ। ଚାରିବର୍ଷ ତଳର କଥା। ଦିଲ୍ଲୀ ବିମାନବନ୍ଦରରେ ଜଣେ କେନ୍ଦ୍ରମନ୍ତ୍ରୀ ବିମାନ ଯୋଗେ ବିଦେଶ ଯିବାର ଥିଲା। ନିର୍ଦ୍ଧାରିତ ସମୟର ୧୫ମିନିଟ ପରେ ମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚତ୍ଲେ। ମନ୍ତ୍ରୀ ବିମାନ ଆରୋହଣ କରିବାକ୍ଷଣି ଯାତ୍ରୀମାନେ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏପରି ମନ୍ତବ୍ୟ ଦେଲେ ଯେ ମନ୍ତ୍ରୀ ଭାବିଲେ ବରଂ ନ ଆସିଥିଲେ ଭଲ ହୋଇଥାନ୍ତା। ଅନନ୍ୟୋପାୟ ହୋଇ ମନ୍ତ୍ରୀ ଉଚ୍ଚସ୍ବରରେ ‘ସରି’ କହିବାରୁ ପରିସ୍ଥିତି ଶାନ୍ତ ପଡ଼ିଲା। ୨୦୧୫ ଡିସେମ୍ବର ୨୨ରେ କେରଳର ତତ୍କାଳୀନ ରାଜ୍ୟପାଳ ସି.ସଦାଶିବମ୍‌ କୋଚିରୁ ଥିରୁଭାନନ୍ତପୁରମ୍‌ ଯିବା ପାଇଁ ରାତି ୧୧ଟା ୩୪ ମିନିଟ୍‌ରେ ବିମାନ ବନ୍ଦରରେ ପହଞ୍ଚତ୍ଲେ। ହେଲେ ୪ମିନିଟ୍‌ ପୂର୍ବରୁ ବିମାନଟା ଉଡାଣ କରିସାରିଥିଲା। ପାଇଲଟ୍‌ ରାଜ୍ୟପାଳଙ୍କ ଗସ୍ତ ସମ୍ବନ୍ଧରେ ଅବଗତ ଥିଲେ ଏବଂ ଉଡାଣ ବିଳମ୍ବ କରିବାକୁ ତାଙ୍କ ଉପରେ ଚାପ ପଡ଼ିଥିଲେ ମଧ୍ୟ ସେ ସମୟାନୁବର୍ତ୍ତିତା ରକ୍ଷାକରି ରାଜ୍ୟପାଳଙ୍କ ଆଗମନକୁ ଉପେକ୍ଷା କରିଥିଲେ। ରାଜ୍ୟପାଳଙ୍କ ପରି ଜଣେ ଗୁରୁତ୍ୱପୂର୍ଣ୍ଣ ବକ୍ତିବିଶେଷଙ୍କୁ ଲଜ୍ଜାକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା।
ସରକାରଙ୍କ କୌଣସି ଘଟଣାର ତଦନ୍ତ ନିର୍ଦ୍ଦେଶ ଆଦୌ ଯଥା ସମୟରେ କାର୍ଯ୍ୟକାରୀ ହୋଇପାରେନା। ତଦନ୍ତ ରିପୋର୍ଟକୁ ଅପେକ୍ଷା କରି ଜନସାଧାରଣ ନିରାଶ ହୁଅନ୍ତି । ବିଚାରାଳୟରେ କୌଣସି ମକଦ୍ଦମାର ଯଥା ସମୟରେ ବିଚାର ନ ହୋଇ ପଡିରହେ। ବହୁ ବିଳମ୍ବରେ ରାୟ ପ୍ରକାଶ ପାଏ। ଅନେକ କ୍ଷେତ୍ରରେ ଆବେଦନକାରୀର ଜୀବନ କାଳ ମଧ୍ୟରେ ନ୍ୟାୟ ମିଳିପାରେନା। ସରକାରୀ ନିର୍ମାଣ କାର୍ଯ୍ୟ ଯଥା ସମୟରେ ସରି ନ ପାରିବାରୁ ବ୍ୟୟ ଭାର ମୂଳ ଅଟକଳଠାରୁ ବହୁଗୁଣା ବଢ଼ିଯାଏ। ବିଦ୍ୟାଳୟର ଶିକ୍ଷାବର୍ଷ ଆରମ୍ଭର ବହୁଦିନ ପରେ ମଧ୍ୟ ସରକାର ପାଠ୍ୟପୁସ୍ତକ ଯୋଗାଇ ପାରନ୍ତି ନାହିଁ। ଫଳରେ ଅଧ୍ୟୟନରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୁଏ।
ବର୍ତ୍ତମାନ ଯୁବବର୍ଗ ସମୟକୁ ଅଣଦେଖା କରିବା ସତେଯେମିତି ନିୟମରେ ପରିଣତ ହେଲାଣି। ଆଜିର ମଣିଷ ପାଖରେ ସମୟ ନାହିଁ। ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ଅନ୍ୟାନ୍ୟ ସମସ୍ତ ପ୍ରାକୃତିକ ତତ୍ତ୍ୱ ତାଙ୍କ ସମୟାନୁବର୍ତ୍ତିତା ରକ୍ଷାକରି ଏ ଜୀବଜଗତର ଅଶେଷ କଲ୍ୟାଣ ସାଧନ କରୁଛନ୍ତି ଓ ମଣିଷର ପ୍ରତିକୂଳ ଆଚରଣ ସତ୍ତ୍ୱେ ସେମାନେ ସେମାନଙ୍କ କର୍ତ୍ତବ୍ୟ କରିଚାଲିଛନ୍ତି ସେତେବେଳେ ମଣିଷ ସେମାନଙ୍କଠାରୁ ସମୟାନୁବର୍ତ୍ତିତା ରକ୍ଷା କରି ମହାନ ମୂଲ୍ୟବୋଧକୁ ଆହରଣ ନ କରିବା ଏକ ବିଡମ୍ବନା। ମଣିଷ ଯେଉଁଦିନ ସମୟାନୁବର୍ତ୍ତିତାର କାର୍ଯ୍ୟଧାରାରେ ଅନୁପ୍ରାଣିତ ହେବ ସେଦିନ ତା’ର ଅନେକ ସମସ୍ୟା ସମଧାନ ହୋଇଯିବ। ସମୟାନୁବର୍ତ୍ତିତା ଏକ ମହାନ ମୂଲ୍ୟବୋଧ।

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ? ପରମାଣୁ ଆଟାକ୍‌ ନେଇ ଆମେରିକା-ଇସ୍ରାଏଲକୁ ଖୋଲା ଧମକ ଦେଲେ ପୁଟିନ୍‌!

ମସ୍କୋ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ ନେଇଛି। ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୟୁରାନିୟମ ସମୃଦ୍ଧି କେନ୍ଦ୍ର ନାଟାଞ୍ଜ ଉପରେ ଏକ ଭୟଙ୍କର…

‘ଇରାନକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି’, ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବୟାନକୁ ନେଇ ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ,୨୨।୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଇରାନ ସମ୍ପର୍କରେ ଏକ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଇରାନ ବିରୁଦ୍ଧରେ ଏକଜୁଟ୍‌ ହେଲେ ୨୨ଟି ଦେଶ, କହିଲେ ତୁରନ୍ତ ଧମକ ବନ୍ଦ କର, ନଚେତ୍‌…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀର ସଙ୍କଟ ବିଶ୍ୱ ଅର୍ଥନୀତି ପାଇଁ ଏକ ଲାଲ ପତାକା ପାଲଟିଛି। ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁଏଇ, ବାହାରିନ, ଜାପାନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri