Posted inଜାତୀୟ

ଟିକା ହିଁ ଆଶା

ଗତବର୍ଷ ଶେଷ ଆଡ଼କୁ ବିଶ୍ୱକୁ ଅଭିଶାପ ଭଳି ମାଡ଼ିଆସିଥିଲା ଏକ ଅଜଣା ଭୂତାଣୁ, ଯାହାକୁ ପରବର୍ତ୍ତୀ ସମୟରେ କରୋନା ବା କୋଭିଡ୍‌-୧୯ ରୂପେ ନାମକରଣ କରାଯାଇଥିଲା। ଏହି ମହାମାରୀର ଚେର ଅଦ୍ୟାବଧି ୨୨୫ରୁ ଊର୍ଦ୍ଧ୍ୱ ଦେଶକୁ ଲମ୍ବିସାରିଛି। ଏଥିରେ ୬୯,୪୧୮,୪୬୪ ଜଣ ସଂକ୍ରମିତ ହୋଇଥିବାବେଳେ ବିଭିନ୍ନ ଉପାୟରେ ଚିକିତ୍ସିତ ହୋଇ ୪୮,୧୬୫,୧୬୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଚିକିତ୍ସା ପାଇଁ ଯେଉଁସବୁ ଉପାୟ ଆପଣାଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। କାରଣ ଗୁରୁବାର ସୁଦ୍ଧା କରୋନା ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ୧,୫୭୯,୧୦୦ରେ ପହଞ୍ଚତ୍ଛି। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ହେଉଛି ପ୍ରାୟ ୧ ଲକ୍ଷ ୪୨ ହଜାର। ଏଭଳି ସମୟରେ କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଭାକ୍ସିନ ହିଁ ଏକମାତ୍ର ଆଶା।

ନୂଆଦିଲ୍ଲୀ/ଲଣ୍ଡନ, ୧୧ା୧୨:ବିଶ୍ୱର ସର୍ବବୃହତ୍‌ ଭାକ୍ସିନ ପ୍ରସ୍ତୁତକାରୀ ଦେଶ ଭାରତରେ ଆସନ୍ତା କିଛି ସପ୍ତାହ ମଧ୍ୟରେ କୋଭିଡ୍‌-୧୯ ଟିକା ଆସିବାକୁ ଯାଉଛି। ୩ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କ ଆବେଦନ ଡ୍ରଗ୍‌ ନିୟନ୍ତ୍ରକଙ୍କ ବିଚାରାଧୀନ ରହିଛି। ସାରା ବିଶ୍ୱରେ ବିକ୍ରି ହେଉଥିବା ମୋଟ ଭାକ୍ସିନର ୬୦% କେବଳ ଭାରତରେ ପ୍ରସ୍ତୁତ ହୋଇଥାଏ। ଦେଶର ୪୦ ବିଲିୟନ ଫାର୍ମାସ୍ୟୁଟିକାଲ୍‌ ସେକ୍ଟର ଫାଇଜର୍‌ ଇନ୍‌କ ଓ ମଡର୍ନା ଶଟ୍‌ ଏଥିରେ ସାମିଲ ହେବା ପରେ ଭାରତ ବିଶ୍ୱର ପ୍ରତିଷେଧନ କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସୂତ୍ରରୁ ଜଣାପଡ଼ିଛି।
ବର୍ତ୍ତମାନ ଭାରତରେ ୮ଟି କୋଭିଡ୍‌ ଟିକା ଉଦ୍ଭାବନ ହୋଇଛି। ସେହିପରି ଅରବିନ୍ଦ ଫାର୍ମା ପକ୍ଷରୁ ବିକଶିତ ଅନ୍ୟ ଏକ ଟିକା ପ୍ରାଥମିକ ପର୍ଯ୍ୟାୟରେ ଅଛି। ଏହି ୯ ଟିକା ମଧ୍ୟରୁ ୬ ଭାକ୍ସିନର କ୍ଲିନିକାଲ୍‌ ଟ୍ରାଏଲ୍‌ ଚାଲିଥିବାବେଳେ ୩ଟି ପ୍ରିକ୍ଲିନିକାଲ୍‌ ଷ୍ଟେଜ୍‌ରେ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri