Categories: ଜାତୀୟ

କେନ୍ଦ୍ରକୁ ୧୦ ଲକ୍ଷ ଡୋଜ କୋଭିଡ ଟିକା ମାଗିଲେ ୟୁପି ସରକାର

ଲକ୍ଷ୍ନୌ,୨।୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ବିତ ପାଇଁ କାର୍ଯ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ୟୁପି ସରକାର କେନ୍ଦ୍ର ସରକାରଙ୍କଠାରୁ ୧୦ ଲକ୍ଷ ଡୋଜ କୋଭିଡ ଟିକା ମାଗିଥିବା ଜଣାପଡିଛି।
ସମୀକ୍ଷା ବୈଠକରେ ରାଜ୍ୟରେ କରୋନା ସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ବୈଠକ ପରେ ଉତ୍ତରପ୍ରଦେଶର କରୋନା ସ୍ଥିତି ସ୍ବାଭାବିକ ଅଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିନାଥ କହିଛନ୍ତି। ଡିସେମ୍ବର ମାସରେ ରାଜ୍ୟରେ ୦୯ ଲକ୍ଷ ୦୭ ହଜାରରୁ ଅଧିକ ଟେଷ୍ଟ କରାଯାଇଥିଲା, ଯେଉଁଥିରେ ୧୦୩ଟି ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଏହି ଅବଧିରେ ରାଜ୍ୟର ସକ୍ରିୟ ହାର ୦.୦୧% ରେକର୍ଡ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ମୋଟ ୪୯ଟି ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାରରୁ ଅଧିକ ଟେଷ୍ଟ କରାଯାଇଥିଲା।

Share