ଆଇଟିଆଇ ଛାତ୍ରଙ୍କୁ ମାଡ଼, ନ୍ୟାୟ ପାଇଁ ରାତିରେ ୩୦ କି.ମି. ଚାଲିଲେ

ବାରିପଦା ଅଫିସ, ୪ା୮: ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ବାଇଗଣବାଡ଼ିଆସ୍ଥିତ ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଆଦିବାସୀ ଛାତ୍ରମାନଙ୍କୁ ଅକଥନୀୟ ନିର୍ଯାତନା ଦେଇ ତଡ଼ି ଦିଆଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମାନସିକ ଓ ଶାରୀରିକ ନିର୍ଯାତନା ସହି ନ ପାରି ଛାତ୍ରମାନେ ଆଇନର ଆଶ୍ରୟ ନେବା ପରେ ରାତିରେ ୩୦କି.ମି. ଚାଲି ଚାଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବୁଧବାର ଧାରଣା ଦେଇଥିଲେ। ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି, ଜିଲା ଜରୁରିକାଳୀନ ଅଧିକାରୀ ସୁଜୟ ପତି ଓ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରମୁଖ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ବୁଝାଶୁଝା କରିବା ପରେ ସେମାନେ ଧାରଣାରୁ ଉଠିଥିଲେ। ଏହି ଘଟଣାରେ କୁଳିଅଣା ପୋଲିସ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ଓ ଜଣେ ଶିକ୍ଷକଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଅଭିଯୋଗ ଅନୁଯାୟୀ, ବାଇଗଣବାଡ଼ିଆସ୍ଥିତ ଉକ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ଆଦିବାସୀ ଛାତ୍ରମାନେ ବର୍ଷେ ହେଲା ଇଲେକ୍ଟ୍ରିକାଲ ଓ ଫିଟର ଟ୍ରେଡ୍‌ରେ ଅଧ୍ୟୟନ କରୁଥିଲେ। ପରୀକ୍ଷା ପାଇଁ ଅଗଷ୍ଟ ୧ରେ ସେମାନେ ଆସିଥିବା ବେଳେ ଆଡ୍‌ମିଟ କାର୍ଡରେ ଟ୍ରେଡ୍‌ ବଦଳିଯାଇଥିବା ଦେଖିବାକୁ ପାଇଥିଲେ। ଫଳରେ ଛାତ୍ରମାନେ ପରୀକ୍ଷା ଦେବାରେ ଅସମର୍ଥ ହେବା ନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏହାର ସମାଧାନ ନ କରି ଛାତ୍ରମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରିଥିଲେ। ଏଥିରେ ଛାତ୍ରମାନେ ଅରାଜି ହେବାରୁ ଅଧ୍ୟକ୍ଷଙ୍କ ଭାଇ ଦିବ୍ୟଲୋଚନ ବାରିକ ସେମାନଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ୧୨ଜଣ ଛାତ୍ର ମଙ୍ଗଳବାର ଶିକ୍ଷାନଷ୍ଠାନ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଶିକ୍ଷାନୁଷ୍ଠାନ ପରିଚାଳକ, ଶିକ୍ଷକ ଓ ଅଧ୍ୟକ୍ଷଙ୍କ ଭାଇ ଛାତ୍ରମାନଙ୍କ ପାଖକୁ ଆସି ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରେ ଛାତ୍ର ସଲମାନ ବେଶ୍ରାଙ୍କ ସାର୍ଟିଫିକେଟ ଦେବା ସହ ୧୨ଜଣ ଛାତ୍ରଙ୍କୁ କଲେଜରୁ ତଡ଼ି ଦିଆଯାଇଥିଲା। ମାଡ଼ ଖାଇବା ପରେ ଛାତ୍ରମାନେ ଦୀର୍ଘ ୧୨କି.ମି. ରାସ୍ତା ଚାଲି ଚାଲି ଆସି କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଛାତ୍ର ମଧୁସୂଦନ ହଁାସଦାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୧୧୩/୨୨)ରୁଜୁ କରି ଚୁପ୍‌ ବସିଥିଲା। ପୋଲିସ ନୀରବତାକୁ ଦୃଷ୍ଟିରେ ରଖି ନ୍ୟାୟ ପାଇବା ଆଶାରେ ମଙ୍ଗଳବାର ରାତିରୁ ଛାତ୍ରମାନେ କୁଳିଅଣା ଥାନାଠାରୁ ପ୍ରାୟ ୩୦କି.ମି. ରାସ୍ତା ଜାତୀୟ ରାଜପଥ ପାର୍ଶ୍ୱରେ ଚାଲି ଚାଲି ଆସି ବୁଧବାର ଭୋର ୪ଟା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ତେବେ ଛାତ୍ରମାନେ ସେଠାରେ ଧାରଣା ଦେବା ଜାଣି ପୋଲିସ ତରବରିଆ ଭାବେ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ତ୍ରିଲୋଚନ ଗିରି ଓ ଶିକ୍ଷକ ସତ୍ୟଜିତ ଗିରଙ୍କୁ ଗିରଫ କରିଥିଲା। ଛାତ୍ରମାନଙ୍କୁ ମାଡ଼ ମାରିଥିବା ଅଧ୍ୟକ୍ଷଙ୍କ ଭାଇଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆନ୍ଦୋଳନ ହେବ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri