ଚାଇନାକୁ ବଡ ଝଟ୍‌କା ଦେଲା ଆମେରିକା

ଓ୍ବାଶିଂଟନ୍‌,୧୫।୧: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ କାର୍ଯ୍ୟକାଳର ଶେଷ ଦିନରେ ଚାଇନା ବିରୋଧରେ ଏକ ବଡ ନିଷ୍ପତ୍ତି ନେଇଛି। ଚାଇନାର ୯ଟି କମ୍ପାନୀକୁ ତାଲିକାଭୁକ୍ତ କରିଛି। ବ୍ଲାକଲିଷ୍ଟ କରାଯାଇଥିବା ଚାଇନିଜ କମ୍ପାନୀଗୁଡିକ ମଧ୍ୟରେ ବିଶର ତୃତୀୟ ବୃହତ୍ତମ ସ୍ମାର୍ଟଫୋନ କମ୍ପାନୀ ସାଓମି ଏବଂ ପ୍ଲେନ୍‌ ମେକର କୋମାକ ସହିତ ୯ଟି କମ୍ପାନୀ ରହିଛି। ଏହି ନିଷ୍ପତ୍ତି ପରେ ଆମେରିକୀୟ ନିବେଶକମାନଙ୍କୁ ଏହି କମ୍ପାନୀଗୁଡିକରେ ନିବେଶରୁ ବାହାରି ଯିବାକୁ ପଡିବ। ନିବେଶକମାନଙ୍କୁ ନଭେମ୍ବର ୧୧, ୨୦୨୧ ସୁଦ୍ଧା ଏଭଳି କରିବାକୁ ପଡିବ। ଏହି କମ୍ପାନୀଗୁଡିକ ଚାଇନା ସୈନ୍ୟଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଆମେରିକା ଏହାର କାରଣ ଦର୍ଶାଇଛି ଯେ ଏହି କମ୍ପାନୀଗୁଡିକ ଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ରହିଛି। ତେଣୁ କମ୍ପାନୀଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଡିସେମ୍ବର ୨୦୨୦ରେ ଆମେରିକା ସରକାର ୬୦ଟି ଚାଇନିଜ କମ୍ପାନୀକୁ କଳା ତାଲିକାଭୁକ୍ତ କରିଥିଲେ।

Share