ଆମେରିକା ବି ଦେଇଛି ତାଲିମ

ଓ୍ବାଶିଂଟନ୍‌, ୨୯ା୪: ମେରାଇନ୍‌ ମାମାଲ ପ୍ରୋଗାମ ଅଧୀନରେ ଆମେରିକା ନୌସେନା ଡଲ୍‌ଫିନ୍‌, ରେ, ଶାର୍କ, କଇଁଛ, ସାମୁଦ୍ରିକ ପକ୍ଷୀଙ୍କୁ ପରୀକ୍ଷଣ କରିଛି। ଡଲଫିନ୍‌ ଏବଂ କାଲିଫର୍ନିଆର ସମୁଦ୍ର ସିଂହଙ୍କୁ ଆମେରିକା ତାଲିମ ଦେଇ ୧୯୫୯ ମସିହାରୁ ଏହାକୁ ବ୍ୟବହାର କରିଆସୁଛି। ସମୁଦ୍ର ତଳେ ମାଇନ୍ସ ତଥା ଅନ୍ୟ କୌଣସି ବିପଜ୍ଜନକ ତଥା ବିସ୍ଫୋରକ ବସ୍ତୁକୁ ଚିହ୍ନଟ କରିବା ପାଇଁ ଆମେରିକର ଡଲ୍‌ଫିନଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳ ନିକଟରେ ଛାଡ଼ିଛି। ଶୀତଳଯୁଦ୍ଧ ବେଳେ ଉଭୟ ମସ୍କୋ ଏବଂ ଓ୍ବାଶିଂଟନ୍‌ ନିଜ ନିଜ ସାମୁଦ୍ରିକ ସୀମାରେ ପାଣି ତଳେ ମାଇନ୍ସ ତଥା ଅନ୍ୟ ବିପଜ୍ଜନକ ବସ୍ତୁର ଚିହ୍ନଟ ପାଇଁ ଡଲଫିନ ସେନାକୁ ବ୍ୟବହାର କରିଥିଲେ। ଡଲ୍‌ଫିନ୍‌ ଏବଂ ସାମୁୁଦ୍ରିକ ସିଂହଙ୍କୁ ତାଲିମ ନିମନ୍ତେ ପ୍ରାୟ ୨୮ ନିୟୁତ ଡଲାର ଖର୍ଚ୍ଚ କରିଛି।

Share