ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଜାତିସଂଘ

ଇସଲମାବାଦ,୧୩ା୧୦: ଜାତିସଂଘ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି
ଏହାର କାରଣ ହେଉଛି ଜାତିସଂଘ ପାକିସ୍ତାନ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସ୍ଥିର କରିଥିବା ଅର୍ଥର ଅଧା ମଧ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇ ନାହିଁ। କେବଳ ଏତିକି ନୁହେଁ, ବର୍ତ୍ତମାନ ଜାତିସଂଘ ମାନବିକ କୋଅଡିନେଟର ଜୁଲିଆନ ହେନେରୀ କହିଛନ୍ତି ଯେ, ସେ ଏପର୍ଯ୍ୟନ୍ତ ପାକିସ୍ତାନରେ ବିଶୁଦ୍ଧ ଜଳ ଏବଂ ସ୍ବାସ୍ଥ୍ୟସେବା ପାଇଁ କୌଣସି ଟଙ୍କା ପାଇନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଏବେସୁଦ୍ଧା ପୂରଣ ହୋଇନାହିଁ।

Share