ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଯୁକ୍ତ କିଷାନ ମୋର୍ଚ୍ଚା

ଭୁବନେଶ୍ୱର,୫।୧(ବ୍ୟୁରୋ): ଜିନ୍ଦଲ କମ୍ପାନୀର ସ୍ବାର୍ଥ ପାଇଁ ପୋଲିସ ଜନସାଧାରଣଙ୍କ ଉପରେ ଅତ୍ୟାଚାର କରୁଛି। ଜଗତ୍‌ସିଂହପୁର ଜିଲାର ଢ଼ିଙ୍କିଆ ଅଞ୍ଚଳରେ ପୋଲିସ ଗ୍ରାମକୁ ଘେରାବନ୍ଦୀ କରି ପାନବରଜ ଦଖଲ, ରାତିଅଧିଆ ଗିରଫଦାରି, ଲୋକଙ୍କ ସ୍ବାଭାବିକ ଯାତାୟାତ ବନ୍ଦ ଆଦି ଘଟଣା ଘଟାଉଛି। ମିଥ୍ୟା ମକଦ୍ଦମା କରି ମାନସିକ ନିର୍ଯାତନା ଦିଆଯାଉଛି।
ଏଭଳି ଅଭିଯୋଗ ଆଣି ସଂଯୁକ୍ତ କିଷାନ ମୋର୍ଚ୍ଚା-ଓଡ଼ିଶା ଶାଖା ତରଫରୁ ଏକ ୪ଜଣିଆ ପ୍ରତିନିଧି ଦଳ ରାଜଭବନ ଯାଇ ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବା ସହ ଏହାର ପ୍ରତିବାଦ କରିଛନ୍ତି। ଲୋକଙ୍କ ଜୀବନ, ଜୀବିକା, ଭିଟାମାଟି ଏବଂ ମାନବିକ ଅଧିକାରର ସୁରକ୍ଷା ପାଇଁ ରାଜ୍ୟପାଳ ହସ୍ତକ୍ଷେପ କରିବା ପାଇଁ ଦାବି କରାଯାଇଛି। ଲୋକଙ୍କ ବିରୋଧ ସାଙ୍ଗକୁ ନିରନ୍ତର କୃଷି ଅର୍ଥନୀତିକୁ ସର୍ବନାଶ କରି କର୍ପୋରେଟରଙ୍କ ଲାଭ ଓ ଲୋଭ ପାଇଁ ହୋଇଥିବା ଯୋଜନାରୁ ସରକାର ଓହରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ ଦେଇଛି। ଏଥିସହ ପୋସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ୨୯୦୦ ଏକର ଜମିକୁ ଲୋକଙ୍କୁ ଫେରାଇଦେବା, ସରକାର ଲୋକଙ୍କ ସହିତ ଆଲୋଚନା କରିବା ପାଇଁ ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।
ଏହି ପ୍ରତିନିଧି ଦଳରେ ସୁରେଶ ପାଣିଗ୍ରାହୀ, ଶଶୀ ଭୂଷଣ ସ୍ବାଇଁ, ପ୍ରଫୁଲ୍ଲ ସାମନ୍ତରାୟ, ମହେନ୍ଦ୍ର ପରିଡା ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ସହିତ ନରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ସନ୍ତୋଷ ରଥ ପ୍ରମୁଖ ରାଜଭବନ ଯାଇଥିଲେ। ଆସନ୍ତା ୬ ତାରିଖରେ କିଷାନ ମୋର୍ଚ୍ଚା ଢିଙ୍କିଆ ଅଞ୍ଚଳ ଗସ୍ତ କରି ଆନ୍ଦୋଳନକାରୀ ଜନତା, ଜିଲାପାଳ ଓ ଜିଲାର ଏସ୍‌ପିଙ୍କୁ ଭେଟିବ। ରାଜ୍ୟ ସରକାର ଶାନ୍ତିପୂର୍ଣ୍ଣ ଜନ ଆନ୍ଦୋଳନ ଉପରେ ଦମନ ଜାରି ରଖିଲେ ପ୍ରତିବାଦ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri