ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ବରଗଡ଼ ଅଫିସ୍‌,୬।୧୦: ସମଲେଶ୍ୱରୀ ଦେବୀଙ୍କୁ ଦର୍ଶନ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ବୁଧବାର ବରଗଡ଼ ଜିଲା ଗସ୍ତ ବେଳେ ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତରେ କେନ୍ଦ୍ରମନ୍ତ୍ରୀ ଟୁଡୁ ଜିଲାର ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ।