ନିର୍ଣ୍ଣାୟକ ହେବେ ଅଘୋଷିତ ମେଣ୍ଟ

ଯାଜପୁର ଅଫିସ,୭ା୨: ଆଉ ମାତ୍ର ୯ ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ନାମାଙ୍କନ ଦାଖଲ ପୂର୍ବରୁ ଲୋକଙ୍କ ମୁହଁରେ କେବଳ ବିଜେଡିର ସ୍ବର ଶୁଭୁଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ସମୀକରଣ ବଦଳି ଯାଇଛି। ଶିକ୍ଷିତ ଓ ବୁଦ୍ଧିଜୀବୀ ଏବେ ନୀରବ ହୋଇ କଳନା କରିବା କଷ୍ଟ ବୋଲି କହୁଛନ୍ତି। ଭୋଟ ସମୟର ୨/୩ ଦିନ ପୂର୍ବରୁ କିଛି କହିହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ତେବେ ଜୟ ପରାଜୟର ବ୍ୟବଧାନ ଖୁବ୍‌ କମ୍‌ ରହିବ। ଏହାର କାରଣ ପଚାରିଲେ କୃଷି ପ୍ରତି ଅନ୍ୟାୟ, ଧାନ ମଣ୍ଡି ଖୋଲିବାରେ ବିଳମ୍ବ, ଧାନ ଦଲାଲଙ୍କୁ ପରୋକ୍ଷରେ ଅନୁକମ୍ପା, ମିଲ ମାଲିକଙ୍କୁ ଚାଉଳ ରିସାଇକ୍ଲିଂରେ ସହଯୋଗ, ଗ୍ରାମାଞ୍ଚଳରେ ବିପଦଜ୍ଜନକ ରାସ୍ତାଘାଟ, ଉନ୍ନୟନ ଯୋଜନାରେ ଦୁର୍ନୀତି, ପାନୀୟ ଜଳ ସମସ୍ୟା, ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗ ଭୋଟରଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଏହା ଶାସକ ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରେ। ଏଭଳିସ୍ଥଳେ କେତେଜଣ ଅସନ୍ତୁଷ୍ଟ ବିଜେଡି ନେତା ଭାଜପା ଓ କଂଗ୍ରେସ ସହ ଅଘୋଷିତ ମେଣ୍ଟ କରି ଜିଲାର ୩୧୧ ପଞ୍ଚାୟତରୁ ପ୍ରାୟ ଅଧା ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଉଥିବା ସୂଚନା ମିଳିଛି। ଏଭଳି ବିଦ୍ରୋହ ଜିଲାର ତୁଙ୍ଗ ନେତାଙ୍କୁ ଅଡୁଆରେ ପକାଇଛି। ଏଣୁ ଯେଉଁମାନେ ବିଦ୍ରୋହୀ ଭାବେ ନିର୍ବାଚନରେ ଠିଆ ହୋଇଛନ୍ତି ସେମାନଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।
ବିଜେଡି ଓ ଭାଜପା ମଧ୍ୟରେ ମୁହଁାମୁହିଁ ଟକ୍କର ହେବ ବୋଲି ଆକଳନ କରାଯାଉଥିଲା। ବର୍ତ୍ତମାନ ଏମାନଙ୍କ ସହ ବିଜେଡିର ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ଯୋଡ଼ି ହୋଇଯାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀ ବିଭିନ୍ନ ନିର୍ବାଚନୀ ରଣକୌଶଳ ନେଇ ମଇଦାନକୁ ଓହ୍ଲାଇଛନ୍ତି। ତେବେ ସ୍ଥାନୀୟ ନେତାଙ୍କ ଦକ୍ଷତାକୁ ଲୋକେ ବୁଝି ସାରିଛନ୍ତି। କରୋନା କଟକଣା ଯୋଗୁ ପ୍ରଚାର ପରିବେଶ ସେତେଟା ଜମି ନ ଥିଲେ ହେଁ ନିଜ ବନ୍ଧୁବାନ୍ଧବ, ପାଖଲୋକଙ୍କୁ ନିଜ ପଟକୁ ଟାଣିବାକୁ ଆରମ୍ଭ ହୋଇଛି। ପାନ ଦୋକାନ, ଚା ଦୋକାନ, ହୋଟେଲ ଆଦି ସ୍ଥାନରେ ଭୋଟକୁ ନେଇ ଚର୍ଚ୍ଚା ଚାଲିଛି। ସାମାଜିକ ଗଣମାଧ୍ୟମରେ ନିର୍ବାଚନୀ ପରିବେଶ ଉଷ୍ଣ ହୋଇପଡ଼ିଛି। ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀମାନେ ତତ୍ପର ହୋଇ ଉଠିଛନ୍ତି। ତେବେ ଏ ପର୍ଯ୍ୟନ୍ତ ଏହି ଜିଲାରେ ୩ ପ୍ରମୁଖ ରାଜନୈତିକ ଦଳର ଷ୍ଟାର କ୍ୟାମ୍ପନର କିମ୍ବା କୌଣସି ହେଭିୱେଟ ନେତାଙ୍କ ପ୍ରଚାର ଦେଖିବାକୁ ମିଳିନାହିଁ।
ବିଜେଡି ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଭୋଟରଙ୍କୁ ଆପଣାଇବା ପାଇଁ ଉଦ୍ୟମ କରିଚାଲିଛି। ତେବେ ଏଥିରୁ କିଏ ଫାଇଦା ଉଠାଉଛି ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ। ସବୁ ବିଜେଡି ନେତାଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ଅଗ୍ନି ପରୀକ୍ଷା। ଅନ୍ୟପକ୍ଷେ ଭାଜପା ପୂର୍ବବର୍ଷ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଉପରେ ଭରସା ରଖିଛନ୍ତି। କିନ୍ତୁ ଏଥର ପରିସ୍ଥିତି ଯେଭଳି ବଦଳିଛି ସେନେଇ ସ୍ଥାନୀୟ ଭାଜପା ନେତାଙ୍କ ସେତେଟା ନିଘା ନାହିଁ ବୋଲି ଦେଖିବାକୁ ମିଳିଛି। ଏହା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି। ବିଶେଷକରି ବ୍ଲକ ଅଧ୍ୟକ୍ଷା/ଅଧ୍ୟକ୍ଷ ଓ ଜିଲା ପରିଷଦ ଜୋନର ଫଳାଫଳକୁ ନେଇ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ଏଥିରେ ଅଘୋଷିତ ମେଣ୍ଟର ଭୂମିକା ବହୁଗୁଣରେ ଏଥର ବଢିଛି ବୋଲି ଦେଖିବାକୁ ମିଳିଛି। ଏଥିପାଇଁ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ନେଇ ରଣକୌଶଳ ଆରମ୍ଭ କରିଦେଲେଣି। ଯେଉଁଠି ନିଜ ନିଜ ପକ୍ଷର ଦୁର୍ବଳତା ରହିଛି ସେଠାରେ କିଭଳି ଗୋଟିଚାଳନା କରିବେ ସେ ନେଇ ବୁଝାମଣା ଚାଲିଛି। ତେବେ ଆଗାମୀ ଦିନରେ ସଚେତନ ଜିଲାବାସୀ କାହାକୁ ସମର୍ଥନ କରୁଛନ୍ତି ସେଥିନେଇ ସବୁ ଦଳ ଚିନ୍ତାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri