Categories: ଖେଳ

ଲାଇଭ୍‌ ଅନ୍ତର୍ଜାତୀୟ ମ୍ୟାଚ୍‌ ସମୟରେ ହଠାତ୍‌ ପଡ଼ିଆ ଛାଡିଲେ ଅମ୍ପାୟାର

ଚିଟ୍ଟାଗଙ୍ଗ,୧୯।୫: ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚିଟ୍ଟାଗଙ୍ଗରେ ଖେଳାଯାଉଛି। ମ୍ୟାଚର ଚତୁର୍ଥ ଦିନରେ ଏମିତି କିଛି ଘଟିଥିଲା, ଯେଉଁ କାରଣରୁ ଲାଇଭ ମ୍ୟାଚ ସମୟରେ ଅମ୍ପାୟାରଙ୍କୁ ଡ୍ରେସିଂ ରୁମ୍‌କୁ ଯିବାକୁ ପଡିଥିଲା।
ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଚିଟ୍ଟାଗଙ୍ଗ ଟେଷ୍ଟର ଚତୁର୍ଥ ଦିନରେ ଇଂରାଜୀ ଅମ୍ପାୟାର ରିଚାର୍ଡ କେଟଲବ୍ରୋ ପ୍ରବଳ ଉତ୍ତାପକୁ ସହ୍ୟ କରିପାରି ନ ଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଫଳରେ ସେ ପଡ଼ିଆ ଛାଡିବାକୁ ବାଧ୍ୟ ହୋଇଥିଲେ। ବାଂଲାଦେଶର ଇନିଂସ ୧୩୯ ଓଭର ଶେଷ ହେବା ପରେ କେଟଲବ୍ରୋ ପଡ଼ିଆ ଛାଡିଥିଲେ। ସେ ଫିଲ୍ଡ ଛାଡିବା ପରେ ଟିଭି ଅମ୍ପାୟାର ଜୋ ୱିଲସନଙ୍କୁ ଫିଲ୍ଡ ଅମ୍ପାୟାର ଭୂମିକା ନିର୍ବାହ କରିଥିଲେ।
ବାଂଲାଦେଶ ଏବଂ ଶ୍ରୀଲଙ୍କାର ଖେଳାଳିମାନେ ମଧ୍ୟ ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ପଡିଆରେ ଛତା ଧରି ଛିଡା ହୋଇଥିଲେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି।

Share