ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ୨ ଦଳର ଖେଳାଳି

କଟକ ଅଫିସ୍‌,୧୨।୫: କଟକର ବାରବାଟୀ ଷ୍ଟାଡିୟମରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଉଭୟ ଦଳର ଖେଳାଳି ମେ’ ଫେୟାର ହୋଟେଲୁ ବାହାରି ଷ୍ଟାଡିୟମରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଉଭୟ ଦଳର ଖେଳାଳିଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଷ୍ଟାଡିୟମକୁ ନିଆଯାଇଥିଲା।
ସୂଚନାଯୋଗ୍ୟ,ଭାରତ ଏବଂ ଦକ୍ଷିଣ ଆଫିକ୍ରା ମଧ୍ୟରେ ଆଜି ସା ସାଢେ ୭ଟାରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ଅପରାହ୍ନ ୩ଟାରୁ ଗେଟ ଖୋଲିବା ପରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଛନ୍ତି ଦର୍ଶକ। ଗାଇଡଲାଇନ ଅନୁସାରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ଅନୁମତି ମିଳୁଛି।