ବେଆଇନ ଗୋଚାଲାଣକୁ କେନ୍ଦ୍ରକରି ୨ ଗୋଷ୍ଠୀ ମୁହାଁମୁହିଁ, ୨ କଣ୍ଟେନର ଜବତ

ଭଦ୍ରକ ଅଫିସ, ୨୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ରାଣୀତାଲ ନିକଟରେ ବୁଧବାର ବେଆଇନ ଗୋଚାଳଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଏସ୍କାର୍ଟ ପାର୍ଟିଙ୍କ ଆକ୍ରମଣରେ ୩ ଜଣ ଗୋରକ୍ଷକ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ୧୬ ନମ୍ବର ଜାତୀୟ ରାଜପଥରେ କଣ୍ଟେନର ଦ୍ୱାରା ବେଆଇନ ଗୋ ଚାଲାଣ ହେଉଥିବା ଖବର ପାଇ ଗୋସୁରକ୍ଷା ସମିତିର କର୍ମକର୍ତ୍ତାମାନେ ରାଣୀତାଲ ନିକଟରେ ୩ଟି କଣ୍ଟେନର ଅଟକାଇଥିଲେ । କଣ୍ଟେନର ଅଟକାଇବା ପରେ ଏସ୍କର୍ଟ ପାଟି ଆସି ଗୋସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ଆକ୍ରମଣ କରି ଗୋଟିଏ କଣ୍ଟେନର ଛଡାଇ ନେଇଥିଲେ । ଅନ୍ୟ ଗୋଟିଏ କଣ୍ଟେନର ପଳାଇଯାଉଥିବା ବେଳେ କର୍ମକର୍ତ୍ତାମାନେ ମଇତାପୁର ନିକଟରେ ଅଟକାଇଥିଲେ । ଗୋରୁ କଣ୍ଟେନରକୁ ଅଟକାଇବା ବେଳେ ୪ରୁ ଅଧିକ ଗାଡିରେ ଆସିଥିବା ଏସ୍କାର୍ଟ ପାଟି ଯୁବକମାନେ ଆକ୍ରମଣ କରିଥିଲେ । ଆକ୍ରମଣରେ ୩ ଜଣ ଗୋସୁରକ୍ଷା ସମିତିର କର୍ମକର୍ତ୍ତା ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଦୁଇଟି କଣ୍ଟେନରକୁ ଜବତ କରିଥିବା ସୂଚନା ମିଳିଛି । ତେବେ ଦୁଇ କଣ୍ଟେନରରେ ୨୦୦ ରୁ ଅଧିକ ଗୋରୁ ଥିବା ଜଣାପଡ଼ିଛି।