ବିଜୁ ଜୟନ୍ତୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଖୋର୍ଦ୍ଧା ଅଫିସ,୬।୩: ପୌର ନିର୍ବାଚନ ପାଇଁ ନାମାଙ୍କନକୁ ଦୁଇ ଦିନ ବାକି ରହିଛି। ଏଭଳି ସ୍ଥିତିରେ ଦଳୀୟ ଟିକେଟକୁ ନେଇ ବିଜେଡି କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶନିବାର ଖୋର୍ଦ୍ଧା ବିଜେଡି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବରେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେଡି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନ ୩ଟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଉତ୍ସବ ପାଳନ କରାଯାଉଥିଲା। ଏଥିରେ ସହରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପୌରାଧ୍ୟକ୍ଷା ପଦ ପାଇଁ ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଜଣେ ପ୍ରାର୍ଥୀଙ୍କ ସମ୍ପର୍କୀୟ ଖୋର୍ଦ୍ଧା ବିଧାୟକଙ୍କୁ ପ୍ରଶ୍ନ କରିଥିଲେ। ଏପରିକି ଜଣେ କର୍ମୀ ହଠାତ୍‌ ବିଧାୟକଙ୍କୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ। ବିଧାୟକଙ୍କ ସମର୍ଥକମାନେ ଏହାର ବିରୋଧ କରିଥିଲେ। ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇ ଧସ୍ତାଧସ୍ତି ହୋଇଥିଲା। ଖବର ପାଇ ଟାଉନ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।
ପ୍ରକାଶ ଯେ, ଚଳିତ ପୌର ନିର୍ବାଚନରେ ଚେୟାରମ୍ୟାନ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ଖୋର୍ଦ୍ଧା ପୌର ପରିଷଦ ପାଇଁ ଏହି ଆସନ ମହିଳାଙ୍କ ଲାଗି ସଂରକ୍ଷିତ ଘୋଷଣା ହେବା ପରେ ବହୁ କର୍ମୀ ନିଜ ସମ୍ପର୍କୀୟଙ୍କ ନିମନ୍ତେ ଟିକେଟ ଲବି କରିଥିଲେ। ଟିକେଟ ପାଇବାକୁ ବିଜେଡିର ୧୨ଜଣ ଆଶାୟୀ ରହିଥିଲେ। ପୌରାଧ୍ୟକ୍ଷ ପଦ ପାଇଁ ଶେଷ ମୁହୂର୍ତ୍ତରେ ଦଳର ଖୋର୍ଦ୍ଧା ଜିଲା ଉପସଭାପତି ଦିଲୀପ ହୋତା ଓ ନଗର ସଭାପତି ମହମ୍ମଦ ଆରିଫଙ୍କ ସହଧର୍ମିଣୀଙ୍କ ନାମ ଆଶାୟୀ ତାଲିକାରୁ ବାଦ୍‌ ପଡ଼ିଥିବା ଜଣାପଡ଼ିଛି। ଏନେଇ ନଗର ବିଜେଡି ସଭାପତି ଆରିଫ କହିଛନ୍ତି, ମୁଁ ମୋ’ ସ୍ତ୍ରୀଙ୍କ ପାଇଁ ଦୌଡ଼ରେ ରହିଥିଲି। ତେବେ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ଗ୍ରହଣ କରିବି। ସେହିପରି ଜିଲା ଉପସଭାପତି ହୋତା କହିଛନ୍ତି, ମୁଁ ପୌରାଧ୍ୟକ୍ଷ ପଦ ପାଇଁ ଆଶାୟୀ ରହିଛି। କୌଣସି ନୂତନ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପୂର୍ବରୁ ଦଳ ପୁଣି ଥରେ ତର୍ଜମା କରୁ ବୋଲି ବିଧାୟକଙ୍କୁ ଜଣାଇଛି। ଅନ୍ୟପକ୍ଷରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ପୌରାଧ୍ୟକ୍ଷ ପଦ ପାଇଁ ୧୨ ଆଶାୟୀଙ୍କ ନାମ ଆସିଥିଲା। ତାହାକୁ ଦଳର ସଭାପତିଙ୍କ ପାଖକୁ ପଠାଯାଇଛି। ଦଳ ଯାହା ନିଷ୍ପତ୍ତି ନେବ, ସେଥିରେ ମୋର କୌଣସି ହସ୍ତକ୍ଷେପ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ପ୍ରତି ୱାର୍ଡରୁ ୩ରୁ ୪ଜଣ ଆଶାୟୀଙ୍କ ନାମ ଆସିଥିଲା। ଏସବୁର ତର୍ଜମା କରାଯାଉଛି। କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ଆସନ୍ତା ୭ତାରିଖ ନାମାଙ୍କନ ଶେଷ ଦିନରେ ସମସ୍ତ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବା ଲାଗି ସ୍ଥିର କରାଯାଇଛି। ପଞ୍ଚାୟତ ନିର୍ବାଚନ ପରି ଦଳ ପୌର ନିର୍ବାଚନରେ ଶତ ପ୍ରତିଶତ ସଫଳତା ହାସଲ କରିବ। ପୌରାଧ୍ୟକ୍ଷ ଆସନରେ ୧୦ ହଜାର ଭୋଟ ବ୍ୟବଧାନରେ ଦଳ ଜିତିବ ବୋଲି ମିତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri