ବିଜୁ ଜୟନ୍ତୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଖୋର୍ଦ୍ଧା ଅଫିସ,୬।୩: ପୌର ନିର୍ବାଚନ ପାଇଁ ନାମାଙ୍କନକୁ ଦୁଇ ଦିନ ବାକି ରହିଛି। ଏଭଳି ସ୍ଥିତିରେ ଦଳୀୟ ଟିକେଟକୁ ନେଇ ବିଜେଡି କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶନିବାର ଖୋର୍ଦ୍ଧା ବିଜେଡି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବରେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେଡି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନ ୩ଟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଉତ୍ସବ ପାଳନ କରାଯାଉଥିଲା। ଏଥିରେ ସହରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପୌରାଧ୍ୟକ୍ଷା ପଦ ପାଇଁ ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଜଣେ ପ୍ରାର୍ଥୀଙ୍କ ସମ୍ପର୍କୀୟ ଖୋର୍ଦ୍ଧା ବିଧାୟକଙ୍କୁ ପ୍ରଶ୍ନ କରିଥିଲେ। ଏପରିକି ଜଣେ କର୍ମୀ ହଠାତ୍‌ ବିଧାୟକଙ୍କୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ। ବିଧାୟକଙ୍କ ସମର୍ଥକମାନେ ଏହାର ବିରୋଧ କରିଥିଲେ। ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇ ଧସ୍ତାଧସ୍ତି ହୋଇଥିଲା। ଖବର ପାଇ ଟାଉନ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।
ପ୍ରକାଶ ଯେ, ଚଳିତ ପୌର ନିର୍ବାଚନରେ ଚେୟାରମ୍ୟାନ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ଖୋର୍ଦ୍ଧା ପୌର ପରିଷଦ ପାଇଁ ଏହି ଆସନ ମହିଳାଙ୍କ ଲାଗି ସଂରକ୍ଷିତ ଘୋଷଣା ହେବା ପରେ ବହୁ କର୍ମୀ ନିଜ ସମ୍ପର୍କୀୟଙ୍କ ନିମନ୍ତେ ଟିକେଟ ଲବି କରିଥିଲେ। ଟିକେଟ ପାଇବାକୁ ବିଜେଡିର ୧୨ଜଣ ଆଶାୟୀ ରହିଥିଲେ। ପୌରାଧ୍ୟକ୍ଷ ପଦ ପାଇଁ ଶେଷ ମୁହୂର୍ତ୍ତରେ ଦଳର ଖୋର୍ଦ୍ଧା ଜିଲା ଉପସଭାପତି ଦିଲୀପ ହୋତା ଓ ନଗର ସଭାପତି ମହମ୍ମଦ ଆରିଫଙ୍କ ସହଧର୍ମିଣୀଙ୍କ ନାମ ଆଶାୟୀ ତାଲିକାରୁ ବାଦ୍‌ ପଡ଼ିଥିବା ଜଣାପଡ଼ିଛି। ଏନେଇ ନଗର ବିଜେଡି ସଭାପତି ଆରିଫ କହିଛନ୍ତି, ମୁଁ ମୋ’ ସ୍ତ୍ରୀଙ୍କ ପାଇଁ ଦୌଡ଼ରେ ରହିଥିଲି। ତେବେ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ଗ୍ରହଣ କରିବି। ସେହିପରି ଜିଲା ଉପସଭାପତି ହୋତା କହିଛନ୍ତି, ମୁଁ ପୌରାଧ୍ୟକ୍ଷ ପଦ ପାଇଁ ଆଶାୟୀ ରହିଛି। କୌଣସି ନୂତନ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପୂର୍ବରୁ ଦଳ ପୁଣି ଥରେ ତର୍ଜମା କରୁ ବୋଲି ବିଧାୟକଙ୍କୁ ଜଣାଇଛି। ଅନ୍ୟପକ୍ଷରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ପୌରାଧ୍ୟକ୍ଷ ପଦ ପାଇଁ ୧୨ ଆଶାୟୀଙ୍କ ନାମ ଆସିଥିଲା। ତାହାକୁ ଦଳର ସଭାପତିଙ୍କ ପାଖକୁ ପଠାଯାଇଛି। ଦଳ ଯାହା ନିଷ୍ପତ୍ତି ନେବ, ସେଥିରେ ମୋର କୌଣସି ହସ୍ତକ୍ଷେପ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ପ୍ରତି ୱାର୍ଡରୁ ୩ରୁ ୪ଜଣ ଆଶାୟୀଙ୍କ ନାମ ଆସିଥିଲା। ଏସବୁର ତର୍ଜମା କରାଯାଉଛି। କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ଆସନ୍ତା ୭ତାରିଖ ନାମାଙ୍କନ ଶେଷ ଦିନରେ ସମସ୍ତ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବା ଲାଗି ସ୍ଥିର କରାଯାଇଛି। ପଞ୍ଚାୟତ ନିର୍ବାଚନ ପରି ଦଳ ପୌର ନିର୍ବାଚନରେ ଶତ ପ୍ରତିଶତ ସଫଳତା ହାସଲ କରିବ। ପୌରାଧ୍ୟକ୍ଷ ଆସନରେ ୧୦ ହଜାର ଭୋଟ ବ୍ୟବଧାନରେ ଦଳ ଜିତିବ ବୋଲି ମିତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri