ପ୍ରଶାସନିକ ଅବହେଳାକୁ ଦାୟୀ କଲେ ଦୁଇ ପରିବାର

କେନ୍ଦ୍ରାପଡ଼ା ଅଫିସ, ୨୨।୧: ଶିଶୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଗୁରୁବାର ଦୁଇଟି ସ୍ଥାନରେ ଧାରଣା ଦିଆଯାଇଛି। ଗୋଟିଏ ଧାରଣା ସିଡବ୍ଲ୍ୟୁସି କାର୍ଯ୍ୟାଳୟରେ ଓ ଅନ୍ୟଟି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଦୁଇଟି ଘଟଣାକୁ ଅନୁଧ୍ୟାନ କଲେ ପ୍ରଶାସନିକ ଅବହେଳା ଯୋଗୁ ଦୁଇ ପରିବାର ରାଜରାସ୍ତାକୁ ଆସିଛନ୍ତି। ସିଡବ୍ଲ୍ୟୁସିରେ ଧାରଣା ଦେଇଥିବା ପରିବାର ସଦସ୍ୟ ୨୦୨୦ ନଭେମ୍ବର ୧୩ରୁ ୩ ବର୍ଷର ଶିଶୁକନ୍ୟା ନିଖୋଜ ହେବା ପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଦର୍ଶାଇଛନ୍ତି। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଦିନର ଶିଶୁ ସହ ବସିଥିବା ପରିବାର ସଦସ୍ୟ କରୋନା ସମୟରେ ପ୍ରଶାସନ ସେମାନଙ୍କ ଘର ଭାଙ୍ଗି ଦେଇଥିବାରୁ ରହିବେ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି।
ସିଡବ୍ଲ୍ୟୁସିଠାରେ ଧାରଣାରତ ଭଗବତୀ ପରିଡା କୁହନ୍ତି, ତାଙ୍କ ଘର ନିକିରାଇ ଥାନା ଅନ୍ତର୍ଗତ ବାରୋ ଗଁାରେ। ଝିଅ ରଶ୍ମିତା ଏହି ଥାନା ଅନ୍ତର୍ଗତ ନିକିରାଇପାଟଣା ଗଁାର ପ୍ରଦ୍ୟୁମ୍ନ ଥାଟୋଇଙ୍କୁ ୫ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ପରଠାରୁ ରଶ୍ମିତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିଲା। ୨୦୨୦ ନଭେମ୍ବର ୧୩ରେ ରଶ୍ମିତାଙ୍କ ଶାଶୁ, ଶ୍ୱଶୁର, ଦିଅର ଓ ସ୍ବାମୀ ମିଶି ମାରି ଦେଇଛନ୍ତି। ଏ ନେଇ ଥାନାରେ ନଂ. ୧୪୫/୨୦ରେ ମାମଲା ହେବା ପରେ ସ୍ବାମୀ ପ୍ରଦ୍ୟୁମ୍ନଙ୍କୁ ପୋଲିସ ଗିରଫ କରିଥିଲା। ଅନ୍ୟମାନେ ଫେରାର ଥିବା ପୋଲିସ ଦର୍ଶାଇଥିଲା। ଡିସେମ୍ବର ୧୪ରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ୩ ବର୍ଷର ଝିଅ ଓ ୭ ମାସର ପୁଅଙ୍କୁ ଉଦ୍ଧାର ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ନ୍ୟାୟ ଦାବି କରି ରଶ୍ମିତାଙ୍କ ୧୧ବର୍ଷୀୟା ସାନଭଉଣୀ ଏଡିଏମ୍‌ଙ୍କ ଗୋଡ ଧରିଥିଲେ। ଏହାସତ୍ତ୍ୱେ ଦୁଇଶିଶୁଙ୍କ ମଧ୍ୟରୁ ଶିଶୁକନ୍ୟାଙ୍କ ସନ୍ଧାନ ଅଦ୍ୟାବଧି ମିଳିନାହିଁ। ଅପରପକ୍ଷରେ ୭ ମାସର ଶିଶୁପୁତ୍ରଙ୍କ ସନ୍ଧାନ ମିଳିଥିଲେ ମଧ୍ୟ ତାଙ୍କୁ ଚାଇଲ୍ଡ କେୟାର ୟୁନିଟ୍‌ରେ ରଖାଯାଇଛି। ଶିଶୁପୁତ୍ରଙ୍କ ଗୋଡ ଭାଙ୍ଗି ଯାଇଛି। ଉଦ୍ଧାର ହୋଇଥିବା ଶିଶୁପୁତ୍ରଙ୍କୁ ହସ୍ତାନ୍ତର କରିବାକୁ ଆବେଦନପତ୍ର ଦିଆଯାଇଥିଲେ ମଧ୍ୟ ସିଡବ୍ଲ୍ୟୁସି କର୍ତ୍ତୃପକ୍ଷ କୌଣସି କାରଣରୁ ଦେଉନାହାନ୍ତି। ସେହିପରି ପ୍ରଦ୍ୟୁମ୍ନଙ୍କୁ ଗିରଫ ସମୟରେ ନିକିରାଇ ପୋଲିସ ଅସହାୟ ଦୁଇ ଶିଶୁଙ୍କ ସୁରକ୍ଷାକୁ ଭୁଲି ଯାଇଥିଲା। ନିୟମ ଅନୁଯାୟୀ, ଦୁଇ ଶିଶୁଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିବା କଥା। ତାହା କରାଯାଇ ନ ଥିଲା। ଏ ସମ୍ପର୍କରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ କହିଛନ୍ତି, ଅଭିଯୋଗ ମିଳିବା ପରେ ଶିଶୁ ହସ୍ତାନ୍ତର ପାଇଁ ତଦନ୍ତ ହୋଇଥିଲା। ରିପୋର୍ଟ ଅଧା ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ନିଖୋଜ ଶିଶୁକନ୍ୟାଙ୍କୁ ତୁରନ୍ତ ଉଦ୍ଧାର ପାଇଁ ନିକିରାଇ ପୋଲିସକୁ ଗୁରୁବାର ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଧ୍ରୁବ ଚରଣ ବେହେରା ନିଜ ଶିଶୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ଡେରାବିଶ ବ୍ଲକ ଚାଟରା ଗଁାର ଏକ ଅନାବାଦୀ ଜମିରେ ୬ ବର୍ଷ ଧରି ରହି ଆସୁଥିଲି। ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ଡେରାବିଶ ତହସିଲ କର୍ତ୍ତୃପକ୍ଷ ଘରକୁ ଭାଙ୍ଗି ଦେଇଥିଲେ। ଏ ନେଇ ଜିଲା ପ୍ରଶାସନକୁ ଜଣାଇବା ପରେ ସ୍ତ୍ରୀଙ୍କ ନାମରେ ଭୂମିହୀନଙ୍କ ପାଇଁ ଉଦ୍ଦିଷ୍ଟ ଜମି ପଟ୍ଟା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ୭ ମାସ ଧରି ଭୁଲି ଯାଇଛନ୍ତି। ଜନ୍ମିତ ଦୁଇଦିନର ଶିଶୁକନ୍ୟା ସହ ୩ ବର୍ଷର ପୁଅ ଓ ସ୍ତ୍ରୀଙ୍କୁ ଧରି ରହିବେ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ ଧ୍ରୁବଙ୍କ ସମସ୍ୟା ନଜରକୁ ଆସିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଡେରାବିଶ ତହସିଲଦାର ଓ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri