ପ୍ରଶାସନିକ ଅବହେଳାକୁ ଦାୟୀ କଲେ ଦୁଇ ପରିବାର

କେନ୍ଦ୍ରାପଡ଼ା ଅଫିସ, ୨୨।୧: ଶିଶୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଗୁରୁବାର ଦୁଇଟି ସ୍ଥାନରେ ଧାରଣା ଦିଆଯାଇଛି। ଗୋଟିଏ ଧାରଣା ସିଡବ୍ଲ୍ୟୁସି କାର୍ଯ୍ୟାଳୟରେ ଓ ଅନ୍ୟଟି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଦୁଇଟି ଘଟଣାକୁ ଅନୁଧ୍ୟାନ କଲେ ପ୍ରଶାସନିକ ଅବହେଳା ଯୋଗୁ ଦୁଇ ପରିବାର ରାଜରାସ୍ତାକୁ ଆସିଛନ୍ତି। ସିଡବ୍ଲ୍ୟୁସିରେ ଧାରଣା ଦେଇଥିବା ପରିବାର ସଦସ୍ୟ ୨୦୨୦ ନଭେମ୍ବର ୧୩ରୁ ୩ ବର୍ଷର ଶିଶୁକନ୍ୟା ନିଖୋଜ ହେବା ପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଦର୍ଶାଇଛନ୍ତି। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଦିନର ଶିଶୁ ସହ ବସିଥିବା ପରିବାର ସଦସ୍ୟ କରୋନା ସମୟରେ ପ୍ରଶାସନ ସେମାନଙ୍କ ଘର ଭାଙ୍ଗି ଦେଇଥିବାରୁ ରହିବେ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି।
ସିଡବ୍ଲ୍ୟୁସିଠାରେ ଧାରଣାରତ ଭଗବତୀ ପରିଡା କୁହନ୍ତି, ତାଙ୍କ ଘର ନିକିରାଇ ଥାନା ଅନ୍ତର୍ଗତ ବାରୋ ଗଁାରେ। ଝିଅ ରଶ୍ମିତା ଏହି ଥାନା ଅନ୍ତର୍ଗତ ନିକିରାଇପାଟଣା ଗଁାର ପ୍ରଦ୍ୟୁମ୍ନ ଥାଟୋଇଙ୍କୁ ୫ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ପରଠାରୁ ରଶ୍ମିତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିଲା। ୨୦୨୦ ନଭେମ୍ବର ୧୩ରେ ରଶ୍ମିତାଙ୍କ ଶାଶୁ, ଶ୍ୱଶୁର, ଦିଅର ଓ ସ୍ବାମୀ ମିଶି ମାରି ଦେଇଛନ୍ତି। ଏ ନେଇ ଥାନାରେ ନଂ. ୧୪୫/୨୦ରେ ମାମଲା ହେବା ପରେ ସ୍ବାମୀ ପ୍ରଦ୍ୟୁମ୍ନଙ୍କୁ ପୋଲିସ ଗିରଫ କରିଥିଲା। ଅନ୍ୟମାନେ ଫେରାର ଥିବା ପୋଲିସ ଦର୍ଶାଇଥିଲା। ଡିସେମ୍ବର ୧୪ରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ୩ ବର୍ଷର ଝିଅ ଓ ୭ ମାସର ପୁଅଙ୍କୁ ଉଦ୍ଧାର ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ନ୍ୟାୟ ଦାବି କରି ରଶ୍ମିତାଙ୍କ ୧୧ବର୍ଷୀୟା ସାନଭଉଣୀ ଏଡିଏମ୍‌ଙ୍କ ଗୋଡ ଧରିଥିଲେ। ଏହାସତ୍ତ୍ୱେ ଦୁଇଶିଶୁଙ୍କ ମଧ୍ୟରୁ ଶିଶୁକନ୍ୟାଙ୍କ ସନ୍ଧାନ ଅଦ୍ୟାବଧି ମିଳିନାହିଁ। ଅପରପକ୍ଷରେ ୭ ମାସର ଶିଶୁପୁତ୍ରଙ୍କ ସନ୍ଧାନ ମିଳିଥିଲେ ମଧ୍ୟ ତାଙ୍କୁ ଚାଇଲ୍ଡ କେୟାର ୟୁନିଟ୍‌ରେ ରଖାଯାଇଛି। ଶିଶୁପୁତ୍ରଙ୍କ ଗୋଡ ଭାଙ୍ଗି ଯାଇଛି। ଉଦ୍ଧାର ହୋଇଥିବା ଶିଶୁପୁତ୍ରଙ୍କୁ ହସ୍ତାନ୍ତର କରିବାକୁ ଆବେଦନପତ୍ର ଦିଆଯାଇଥିଲେ ମଧ୍ୟ ସିଡବ୍ଲ୍ୟୁସି କର୍ତ୍ତୃପକ୍ଷ କୌଣସି କାରଣରୁ ଦେଉନାହାନ୍ତି। ସେହିପରି ପ୍ରଦ୍ୟୁମ୍ନଙ୍କୁ ଗିରଫ ସମୟରେ ନିକିରାଇ ପୋଲିସ ଅସହାୟ ଦୁଇ ଶିଶୁଙ୍କ ସୁରକ୍ଷାକୁ ଭୁଲି ଯାଇଥିଲା। ନିୟମ ଅନୁଯାୟୀ, ଦୁଇ ଶିଶୁଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିବା କଥା। ତାହା କରାଯାଇ ନ ଥିଲା। ଏ ସମ୍ପର୍କରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ କହିଛନ୍ତି, ଅଭିଯୋଗ ମିଳିବା ପରେ ଶିଶୁ ହସ୍ତାନ୍ତର ପାଇଁ ତଦନ୍ତ ହୋଇଥିଲା। ରିପୋର୍ଟ ଅଧା ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ନିଖୋଜ ଶିଶୁକନ୍ୟାଙ୍କୁ ତୁରନ୍ତ ଉଦ୍ଧାର ପାଇଁ ନିକିରାଇ ପୋଲିସକୁ ଗୁରୁବାର ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଧ୍ରୁବ ଚରଣ ବେହେରା ନିଜ ଶିଶୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ଡେରାବିଶ ବ୍ଲକ ଚାଟରା ଗଁାର ଏକ ଅନାବାଦୀ ଜମିରେ ୬ ବର୍ଷ ଧରି ରହି ଆସୁଥିଲି। ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ଡେରାବିଶ ତହସିଲ କର୍ତ୍ତୃପକ୍ଷ ଘରକୁ ଭାଙ୍ଗି ଦେଇଥିଲେ। ଏ ନେଇ ଜିଲା ପ୍ରଶାସନକୁ ଜଣାଇବା ପରେ ସ୍ତ୍ରୀଙ୍କ ନାମରେ ଭୂମିହୀନଙ୍କ ପାଇଁ ଉଦ୍ଦିଷ୍ଟ ଜମି ପଟ୍ଟା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ୭ ମାସ ଧରି ଭୁଲି ଯାଇଛନ୍ତି। ଜନ୍ମିତ ଦୁଇଦିନର ଶିଶୁକନ୍ୟା ସହ ୩ ବର୍ଷର ପୁଅ ଓ ସ୍ତ୍ରୀଙ୍କୁ ଧରି ରହିବେ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ ଧ୍ରୁବଙ୍କ ସମସ୍ୟା ନଜରକୁ ଆସିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଡେରାବିଶ ତହସିଲଦାର ଓ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri