୫୦ ବର୍ଷ ପରେ ଦୁଇଭାଇଙ୍କ ମିଳନ

ଜଗତ୍‌ସିଂହପୁର ଅଫିସ, ୨୫।୧: ପ୍ରାୟ ୫୦ ବର୍ଷ ପରେ ରବିବାର ଘରକୁ ଫେରିଲେ ବୃଦ୍ଧ ଚରଣ ପଲାଉର (୬୫)। ତାଙ୍କୁ ଦେଖିବାକୁ ତାଙ୍କ ମା’ ଆଉ ଦୁନିଆରେ ନ ଥିବାବେଳେ ସାନ ଭାଇ ବିଜୟଙ୍କ ସହ ହୋଇଥିଲା ଭାବାବେଗ ମିଳନ। ଅଭାବରେ ପଡ଼ି ପେଟ ପାଇଁ ଦାନା ଖୋଜୁଖୋଜୁ ଘରଠାରୁ ଦୂରେଇ ଯାଇଥିଲେ ଚରଣ। ପରିବାର ଲୋକେ ତାଙ୍କ ଖୋଜଖବର ପାଇ ନ ଥିଲେ କି ସେ ଆଉ ଫେରିବାକୁ ସୁଯୋଗ ପାଇ ନ ଥିଲେ। ପର ଘରେ ସହାୟକ ଭାବେ ଜୀବନ କାଟୁଥିଲେ। ଗତ କିଛିଦିନ ତଳେ ଜଣେ ଗାଡ଼ି ଚାଳକଙ୍କ ସହ ତାଙ୍କର ଭେଟ ହୋଇଥିଲା। କଥାବାର୍ତ୍ତାବେଳେ ଉଭୟେ ଗୋଟିଏ ଗାଁର ବୋଲି ଜାଣିପାରିଥିଲେ। ଏପରି କି ଚରଣଙ୍କ ବିଷୟରେ ଗାଡ଼ିଚାଳକ ସବୁ ବିଷୟ ଜାଣିପାରିଥିଲେ। ଏହାପରେ ଚରଣଙ୍କ ଗାଁକୁ ଫେରିବା ବାଟ ଖୋଲିଥିଲା।
ଚରଣଙ୍କ ଘର ଜଗତ୍‌ସିଂହପୁର ବ୍ଲକ ଫୁଲହାର ଗାଁରେ। ତାଙ୍କ ଆଗମନ କଥା ଜାଣି ଫୁଲହାର ଗାଁ ଲୋକେ ରବିବାର ସକାଳୁ ତାଙ୍କୁ ଅପେକ୍ଷା କରିଥିଲେ। ଅପରାହ୍ନରେ ସେ ଗାଁ ମୁଣ୍ଡ ଭାଗବତ ଗୋସେଇଁଙ୍କ ନିକଟରେ ପହଞ୍ଚତ୍ବା ପରେ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ମା’ ଭଗବତୀଙ୍କ ଦର୍ଶନ ପରେ ତାଙ୍କୁ ଗାଁ ଲୋକେ ଶୋଭାଯାତ୍ରା କରି ଘରେ ପହଞ୍ଚାଇଥିଲେ। ପରିବାର ଲୋକେ ବନ୍ଦାପନା କରି ଘର ପ୍ରବେଶ କରାଇଥିଲେ। ନୂଆ ବସ୍ତ୍ର ପିନ୍ଧିବାକୁ ଦେଇଥିଲେ। ଚରଣ କହିଛନ୍ତି ଯେ, ‘ଆମେ ଦୁଇ ଭାଇ ଛୋଟ ପିଲା ଥିବାବେଳେ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ଆମ ପେଟକୁ ଆହାର, ଦେହକୁ କପଡ଼ା ଯୋଗାଡ଼ କରିବା ବୋଉ ପାଇଁ ବହୁତ କଷ୍ଟକର ଥିଲା। ଏ ପରିସ୍ଥିତିରେ ବି ସେ ଆମ ଦୁହିଁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଖିର ଲୁହ ଆଖିରେ ମାରି ଅନେକ କିଛି କରିଥିଲା। ଆମ ଦୁଇ ଭାଇଙ୍କ ଖେଳକୁଦ ଦେଖି ସେ ସବୁ ଦୁଃଖକଷ୍ଟ ଭୁଲିବାକୁ ଚେଷ୍ଟା କରୁଥିଲା। କିନ୍ତୁ ସେତକ ଖୁସି ବି ଅଧିକ ଦିନ ରହିପାରି ନ ଥିଲା। ମୁଁ ୧୨/୧୩ ବର୍ଷ ବୟସରେ ପେଟକୁ ମୁଠେ ଆହାର ପାଇଁ ଗାଁର ଜଣେ ଲୋକଙ୍କ ଗାଈ, ମେଣ୍ଢା ଚରାଇବାକୁ ଯାଉଥିଲି। ତା’ ପରେ ଆମ୍ପ୍ରୋ ବିସ୍କୁଟ୍‌ କମ୍ପାନୀରେ କାମ କରିବା କଥା କହି ଗାଁର ଜଣେ ବ୍ୟକ୍ତି କଟକ ନେଇ ଯାଇଥିଲେ। କିନ୍ତୁ ସେଠାରେ ଜଣେ ଲୋକଙ୍କ ଘର କାମ ପାଇଁ ଛାଡ଼ି ଦେଇଥିଲେ। ସେଠାରୁ ଦିନେ ବାହାରକୁ ଯାଇଥିଲାବେଳେ ଫେରିବା ବାଟ ଭୁଲି ବାଟବଣା ହୋଇଯାଇଥିଲି। କିନ୍ତୁ ଗୋପୀନାଥପୁର ଜଣେ ବ୍ୟକ୍ତି ଆଶ୍ରୟ ଦେଇଥିଲେ’ ବୋଲି ଚରଣ କହିଛନ୍ତି। ଗ୍ରାମର ପ୍ରବୀର କୁମାର ସ୍ବାଇଁ କହିଛନ୍ତି, ଚରଣଙ୍କୁ କଟକ ଗୋପୀନାଥପୁରର ବେଙ୍ଗ ଦାସ ଆଶ୍ରୟ ଦେଇ ଘରୋଇ କାମରେ ଲଗାଇଥିଲେ। ପ୍ରାୟ ୧୫ ବର୍ଷ ରହିବା ପରେ ଦାସଙ୍କ ମୃତ୍ୟୁ ହୋଇଯାଇଥିଲା। ଫଳରେ ଚରଣ ପୁଣି ଅସହାୟ ହୋଇ ପଡ଼ି ୧୦/୧୫ ଦିନ ଉକ୍ତ ଗାଁରେ ବୁଲାବୁଲି କରିଥିଲେ। ଜଣେ ମହିଳା ତାଙ୍କୁ ଘରେ ରଖିଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କ ବାପା ତଥା ଟାଙ୍ଗୀ ବିରୋଳ ଗ୍ରାମର ଶରତ ଦାସଙ୍କ ଘରେ ଛାଡ଼ି ଦେଇଥିଲେ। ସେବେଠାରୁ ଚରଣ ବିରୋଳରେ ରହି ଗୁହାଳ ସଫେଇ ସହ ମେଣ୍ଢା ଚରାଇବା କାମରେ ନିୟୋଜିତ ଥିଲେ। କିଛି ଦିନ ତଳେ ଫୁଲହାର ଗାଁର ଜଣେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ ବିରୋଳରେ ପହଞ୍ଚତ୍ ଏକ ଦୋକାନରୁ କିଛି କିଣୁଥିବାବେଳେ ଚରଣଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେ ଚରଣଙ୍କ ପରିଚୟ ଓ ଘର ଛାଡ଼ିବା ଘଟଣା ଜାଣିବା ପରେ ଗାଁରେ ଆସି ଜଣାଇଥିଲେ। ଫୁଲହାରର ବୟସ୍କ ଲୋକମାନେ ଚରଣଙ୍କୁ ଫେରାଇ ଆଣିବାକୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ ଗାଁର କେତେଜଣ ଆଗ୍ରହ ଦେଖାଇଥିଲେ। ଏହି କାର୍ଯ୍ୟରେ ମହିଳା ସମିତି ଗଠନ କରିଥିବା ବିରୋଳର ଜଣେ ମହିଳା ମଧ୍ୟ ସହାୟତା କରିଥିଲେ। ରବିବାର ସକାଳେ ଫୁଲହାରର ଅରୁଣଦ୍ୱୟ ପଲାଉର, ସୂର୍ଯ୍ୟ ନାରାୟଣ ପଲାଉର, ତପନ କୁମାର ସ୍ବାଇଁ, ବୀର କିଶୋର ବଡ଼ୁ, ସୁନାକର ପଲାଉର ଓ ସୁଧାଂଶୁ ଭୋଇ ଏକ ବୋଲେରୋ ଯୋଗେ ବିରୋଳରେ ପହଞ୍ଚତ୍ ଚରଣଙ୍କୁ ଫେରାଇ ଆଣିଥିଲେ। ତାଙ୍କୁ ଦେଖି ପରିବାରରେ ଖୁସି ଭରି ଯାଇଥିବାବେଳେ ଗାଁ ଉତ୍ସବମୁଖର ହୋଇ ପଡିଥିଲା। କିନ୍ତୁ ଚରଣଙ୍କ ପାଇଁ ଏହି ଖୁସି କେତେଦିନ ରହୁଛି ତାହା ସମୟ କହିବ। କାରଣ ତାଙ୍କ ସାନ ଭାଇ ବିଜୟଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ନାହିଁ। ଇନ୍ଦିରା ଆବାସ ୨ ବଖରା ଘରେ ସ୍ତ୍ରୀ, ପୁଅ, ନାତି ସହ ବିଜୟ କଷ୍ଟରେ ରହୁଛନ୍ତି। ଚରଣଙ୍କ ରହିବା ପାଇଁ ଘର ଓ ରାଶନ କାର୍ଡ ଜରୁରୀ। ଜିଲା ପ୍ରଶାସନ ଏ କ୍ଷେତ୍ରରେ ସହାୟତାର ହାତ ବଢାଇଲେ ଚରଣ ଅବଶିଷ୍ଟ ଜୀବନ ଭଲରେ କାଟିଦେବେ ବୋଲି ଗ୍ରାମବାସୀ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri