୫୦ ବର୍ଷ ପରେ ଦୁଇଭାଇଙ୍କ ମିଳନ

ଜଗତ୍‌ସିଂହପୁର ଅଫିସ, ୨୫।୧: ପ୍ରାୟ ୫୦ ବର୍ଷ ପରେ ରବିବାର ଘରକୁ ଫେରିଲେ ବୃଦ୍ଧ ଚରଣ ପଲାଉର (୬୫)। ତାଙ୍କୁ ଦେଖିବାକୁ ତାଙ୍କ ମା’ ଆଉ ଦୁନିଆରେ ନ ଥିବାବେଳେ ସାନ ଭାଇ ବିଜୟଙ୍କ ସହ ହୋଇଥିଲା ଭାବାବେଗ ମିଳନ। ଅଭାବରେ ପଡ଼ି ପେଟ ପାଇଁ ଦାନା ଖୋଜୁଖୋଜୁ ଘରଠାରୁ ଦୂରେଇ ଯାଇଥିଲେ ଚରଣ। ପରିବାର ଲୋକେ ତାଙ୍କ ଖୋଜଖବର ପାଇ ନ ଥିଲେ କି ସେ ଆଉ ଫେରିବାକୁ ସୁଯୋଗ ପାଇ ନ ଥିଲେ। ପର ଘରେ ସହାୟକ ଭାବେ ଜୀବନ କାଟୁଥିଲେ। ଗତ କିଛିଦିନ ତଳେ ଜଣେ ଗାଡ଼ି ଚାଳକଙ୍କ ସହ ତାଙ୍କର ଭେଟ ହୋଇଥିଲା। କଥାବାର୍ତ୍ତାବେଳେ ଉଭୟେ ଗୋଟିଏ ଗାଁର ବୋଲି ଜାଣିପାରିଥିଲେ। ଏପରି କି ଚରଣଙ୍କ ବିଷୟରେ ଗାଡ଼ିଚାଳକ ସବୁ ବିଷୟ ଜାଣିପାରିଥିଲେ। ଏହାପରେ ଚରଣଙ୍କ ଗାଁକୁ ଫେରିବା ବାଟ ଖୋଲିଥିଲା।
ଚରଣଙ୍କ ଘର ଜଗତ୍‌ସିଂହପୁର ବ୍ଲକ ଫୁଲହାର ଗାଁରେ। ତାଙ୍କ ଆଗମନ କଥା ଜାଣି ଫୁଲହାର ଗାଁ ଲୋକେ ରବିବାର ସକାଳୁ ତାଙ୍କୁ ଅପେକ୍ଷା କରିଥିଲେ। ଅପରାହ୍ନରେ ସେ ଗାଁ ମୁଣ୍ଡ ଭାଗବତ ଗୋସେଇଁଙ୍କ ନିକଟରେ ପହଞ୍ଚତ୍ବା ପରେ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ମା’ ଭଗବତୀଙ୍କ ଦର୍ଶନ ପରେ ତାଙ୍କୁ ଗାଁ ଲୋକେ ଶୋଭାଯାତ୍ରା କରି ଘରେ ପହଞ୍ଚାଇଥିଲେ। ପରିବାର ଲୋକେ ବନ୍ଦାପନା କରି ଘର ପ୍ରବେଶ କରାଇଥିଲେ। ନୂଆ ବସ୍ତ୍ର ପିନ୍ଧିବାକୁ ଦେଇଥିଲେ। ଚରଣ କହିଛନ୍ତି ଯେ, ‘ଆମେ ଦୁଇ ଭାଇ ଛୋଟ ପିଲା ଥିବାବେଳେ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ଆମ ପେଟକୁ ଆହାର, ଦେହକୁ କପଡ଼ା ଯୋଗାଡ଼ କରିବା ବୋଉ ପାଇଁ ବହୁତ କଷ୍ଟକର ଥିଲା। ଏ ପରିସ୍ଥିତିରେ ବି ସେ ଆମ ଦୁହିଁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଖିର ଲୁହ ଆଖିରେ ମାରି ଅନେକ କିଛି କରିଥିଲା। ଆମ ଦୁଇ ଭାଇଙ୍କ ଖେଳକୁଦ ଦେଖି ସେ ସବୁ ଦୁଃଖକଷ୍ଟ ଭୁଲିବାକୁ ଚେଷ୍ଟା କରୁଥିଲା। କିନ୍ତୁ ସେତକ ଖୁସି ବି ଅଧିକ ଦିନ ରହିପାରି ନ ଥିଲା। ମୁଁ ୧୨/୧୩ ବର୍ଷ ବୟସରେ ପେଟକୁ ମୁଠେ ଆହାର ପାଇଁ ଗାଁର ଜଣେ ଲୋକଙ୍କ ଗାଈ, ମେଣ୍ଢା ଚରାଇବାକୁ ଯାଉଥିଲି। ତା’ ପରେ ଆମ୍ପ୍ରୋ ବିସ୍କୁଟ୍‌ କମ୍ପାନୀରେ କାମ କରିବା କଥା କହି ଗାଁର ଜଣେ ବ୍ୟକ୍ତି କଟକ ନେଇ ଯାଇଥିଲେ। କିନ୍ତୁ ସେଠାରେ ଜଣେ ଲୋକଙ୍କ ଘର କାମ ପାଇଁ ଛାଡ଼ି ଦେଇଥିଲେ। ସେଠାରୁ ଦିନେ ବାହାରକୁ ଯାଇଥିଲାବେଳେ ଫେରିବା ବାଟ ଭୁଲି ବାଟବଣା ହୋଇଯାଇଥିଲି। କିନ୍ତୁ ଗୋପୀନାଥପୁର ଜଣେ ବ୍ୟକ୍ତି ଆଶ୍ରୟ ଦେଇଥିଲେ’ ବୋଲି ଚରଣ କହିଛନ୍ତି। ଗ୍ରାମର ପ୍ରବୀର କୁମାର ସ୍ବାଇଁ କହିଛନ୍ତି, ଚରଣଙ୍କୁ କଟକ ଗୋପୀନାଥପୁରର ବେଙ୍ଗ ଦାସ ଆଶ୍ରୟ ଦେଇ ଘରୋଇ କାମରେ ଲଗାଇଥିଲେ। ପ୍ରାୟ ୧୫ ବର୍ଷ ରହିବା ପରେ ଦାସଙ୍କ ମୃତ୍ୟୁ ହୋଇଯାଇଥିଲା। ଫଳରେ ଚରଣ ପୁଣି ଅସହାୟ ହୋଇ ପଡ଼ି ୧୦/୧୫ ଦିନ ଉକ୍ତ ଗାଁରେ ବୁଲାବୁଲି କରିଥିଲେ। ଜଣେ ମହିଳା ତାଙ୍କୁ ଘରେ ରଖିଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କ ବାପା ତଥା ଟାଙ୍ଗୀ ବିରୋଳ ଗ୍ରାମର ଶରତ ଦାସଙ୍କ ଘରେ ଛାଡ଼ି ଦେଇଥିଲେ। ସେବେଠାରୁ ଚରଣ ବିରୋଳରେ ରହି ଗୁହାଳ ସଫେଇ ସହ ମେଣ୍ଢା ଚରାଇବା କାମରେ ନିୟୋଜିତ ଥିଲେ। କିଛି ଦିନ ତଳେ ଫୁଲହାର ଗାଁର ଜଣେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ ବିରୋଳରେ ପହଞ୍ଚତ୍ ଏକ ଦୋକାନରୁ କିଛି କିଣୁଥିବାବେଳେ ଚରଣଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେ ଚରଣଙ୍କ ପରିଚୟ ଓ ଘର ଛାଡ଼ିବା ଘଟଣା ଜାଣିବା ପରେ ଗାଁରେ ଆସି ଜଣାଇଥିଲେ। ଫୁଲହାରର ବୟସ୍କ ଲୋକମାନେ ଚରଣଙ୍କୁ ଫେରାଇ ଆଣିବାକୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ ଗାଁର କେତେଜଣ ଆଗ୍ରହ ଦେଖାଇଥିଲେ। ଏହି କାର୍ଯ୍ୟରେ ମହିଳା ସମିତି ଗଠନ କରିଥିବା ବିରୋଳର ଜଣେ ମହିଳା ମଧ୍ୟ ସହାୟତା କରିଥିଲେ। ରବିବାର ସକାଳେ ଫୁଲହାରର ଅରୁଣଦ୍ୱୟ ପଲାଉର, ସୂର୍ଯ୍ୟ ନାରାୟଣ ପଲାଉର, ତପନ କୁମାର ସ୍ବାଇଁ, ବୀର କିଶୋର ବଡ଼ୁ, ସୁନାକର ପଲାଉର ଓ ସୁଧାଂଶୁ ଭୋଇ ଏକ ବୋଲେରୋ ଯୋଗେ ବିରୋଳରେ ପହଞ୍ଚତ୍ ଚରଣଙ୍କୁ ଫେରାଇ ଆଣିଥିଲେ। ତାଙ୍କୁ ଦେଖି ପରିବାରରେ ଖୁସି ଭରି ଯାଇଥିବାବେଳେ ଗାଁ ଉତ୍ସବମୁଖର ହୋଇ ପଡିଥିଲା। କିନ୍ତୁ ଚରଣଙ୍କ ପାଇଁ ଏହି ଖୁସି କେତେଦିନ ରହୁଛି ତାହା ସମୟ କହିବ। କାରଣ ତାଙ୍କ ସାନ ଭାଇ ବିଜୟଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ନାହିଁ। ଇନ୍ଦିରା ଆବାସ ୨ ବଖରା ଘରେ ସ୍ତ୍ରୀ, ପୁଅ, ନାତି ସହ ବିଜୟ କଷ୍ଟରେ ରହୁଛନ୍ତି। ଚରଣଙ୍କ ରହିବା ପାଇଁ ଘର ଓ ରାଶନ କାର୍ଡ ଜରୁରୀ। ଜିଲା ପ୍ରଶାସନ ଏ କ୍ଷେତ୍ରରେ ସହାୟତାର ହାତ ବଢାଇଲେ ଚରଣ ଅବଶିଷ୍ଟ ଜୀବନ ଭଲରେ କାଟିଦେବେ ବୋଲି ଗ୍ରାମବାସୀ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri