ହୋଲିରେ ଅଘଟଣ: ପାଣିରେ ବୁଡ଼ି ଦୁଇଭାଇଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା ଅଫିସ,୮ା୩: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ହୋଲିରେ ଏକ ଅଘଟଣ ଘଟିଛି। ରଙ୍ଗ ଖେଳି ସାରି ବ୍ରାହ୍ମଣୀ ନଦୀକୁ ଦୁଇ ଭାଇ ଗାଧୋଇବାକୁ ଯାଇ ବୁଡ଼ି ଯାଇଛନ୍ତି।

କେଶପୁର ପଞ୍ଚାୟତ ମୂଷାଡିଆ ଗାଁର ୪୩ ବର୍ଷୀୟ ସୁଜିତ ଦାସ, ତାଙ୍କ ସମ୍ପର୍କୀୟ ଭାଇ ଚିନ୍ମୟ ଦାସ ରଙ୍ଗ ଖେଳି ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ। ଅସାବଧାନତା ଯୋଗୁ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।