ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ

ନୟାଗଡ଼ ଅଫିସ,୧୯।୩: ନୟାଗଡ଼-ଶରଣକୂଳ ରାସ୍ତାର ଜଗନ୍ନାଥପୁର ଛକରେ ଗୁରୁବାର ରାତିରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଶରଣକୁଳ ଥାନା ଜଗନ୍ନାଥପୁର ଗାଁର କୃଷ୍ଣଚନ୍ଦ୍ର ନାୟକ, ମନୁ ନାୟକ ଏବଂ ନୟାଗଡ଼ ଟାଉନ ଥାନା ଅଧୀନ ପଥରକଟା ଗାଁର ଶ୍ୟାମ ସୁନ୍ଦର ସେଠୀ ।
ପଥରକଟା ଗାଁର ୩ ବ୍ୟକ୍ତି ଏକ ବାଇକ୍‌ରେ ଶରଣକୂଳକୁ ଯାଉଥିଲେ। ବିପରୀତ ଦିଗରୁ ୩ଜଣ ଗୋଟିଏ ବାଇକ୍‌ରେ ଜଗନ୍ନାଥପୁରକୁ ଫେରୁଥିଲେ। ସେମାନେ ଘର ପାଖରେ ପହଞ୍ଚି ସାରିଥିଲେ। ହେଲେ କୌଣସି କାରଣରୁ ଉଭୟ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ ବାଇକ୍‌ରେ ଥିବା ୬ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପଥରକଟା ଗାଁର ଶ୍ୟାମ ସୁନ୍ଦର ସେଠୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତଦେହକୁ ଟାଉନ ଥାନା ପୋଲିସ ଜବତ କରିଛି। ଶୁକ୍ରବାର ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ। ଆଉ ୨ ଜଣ  ଚିକିତ୍ସାଧୀନ ଅଛନ୍ତି।