ଏହି ଖଳନାୟକଙ୍କ ଶହ ଶହ ଫଟୋ ପାଖରେ ରଖିଛନ୍ତି ବଲିଉଡ୍‌ର ଦୁଇ ବଡ଼ ଷ୍ଟାର

ମୁମ୍ବାଇ: ବଲିଉ୍‌ଡର ‘ବ୍ୟାଡମ୍ୟାନ୍‌’ ଭାବରେ ଜଣାଶୁଣା ଗୁଲ୍‌ଶନ ଗ୍ରୋଭର ୮୦-୯୦ ଦଶକର ସବୁଠାରୁ ବଡ଼ ଖଳନାୟକ ଭାବରେ ପରିଚିତ। ପ୍ରାୟ ୨ଦଶନ୍ଧି ଧରି ଫିଲ୍ମରେ ବ୍ୟାଡମ୍ୟାନ୍‌ ଚରିତ୍ରରେ ଅଭିନୟ କରିଥିବା ଗୁଲଶନ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଯେଉଁ ହିରୋମାନେ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ, ସେମାନେ ମୋତେ ଅନୁକରଣ କରୁଥିଲେ।

ମୋ ଲୁକ୍‌ କପି କରିବାକୁ ଚେଷ୍ଟା କରୁଥିଲେ। ସେ କହିଛନ୍ତି, ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ମୋର ୧୦୦ଟି ଫଟୋ ରଖିଛନ୍ତି। ଯେଉଁଥିରେ ମୁଁ ଭିନ୍ନଭିନ୍ନ ଗେଟ୍‌ଅପ୍‌ରେ ଭିଲେନ ପୋଷାକ ପିନ୍ଧିଛି। କେବଳ ଏତିକି ନୁହେଁ, ସୁନୀଲ ଶେଟ୍ଟୀଙ୍କ ନାମରେ ଏକ ପୂରା ଲାଇବ୍ରେରୀ ଅଛି । ଏହି ଦୁଇ ଅଭିନେତା ଚରିତ୍ରକୁ ଜୀବନ୍ତ କରିଥାନ୍ତି। କିନ୍ତୁ ଏହି ଦୁଇ ଅଭିନେତା ମୋ ଲୁକ୍‌ କପି କରି ଖଳନାୟକ ହୋଇଥିଲେ।

ଗୁଲଶନ ତାଙ୍କ କ୍ୟାରିୟରରେ ସବୁଠାରୁ ଖରାପ ଚରିତ୍ରରେ ଅଭିନୟ କରିଛନ୍ତି। ୮୦-୯୦ ଦଶକରୁ ଏ ପର୍ଯ୍ୟନ୍ତ ଗୁଲଶନ ଡଜନର ଅଧିକ ଫିଲ୍ମରେ ଭିଲେନ ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ଭୟଙ୍କର ଶୈଳୀ ଏବଂ ଦୃଢ଼ ଅଭିନୟ ତାଙ୍କୁ ବଲିଉଡ୍‌ର ‘ବ୍ୟାଡମ୍ୟାନ୍‌’ ଆଖ୍ୟା ଦେଇଛି।

ଗୁଲଶନ ହିରୋ ହେବାକୁ ମୁମ୍ବାଇ ଆସି ଭିଲେନ ହୋଇଯାଇଥିଲେ। ଅଭିନୟ ସମୟରେ ସେ ହୃଦୟଙ୍ଗମ କରିଥିଲେ ଯେ ସେ ହିରୋ ଅପେକ୍ଷା ଭିଲେନ ଚରିତ୍ରରେ ବହୁତ ଭଲ କାମ କରୁଛନ୍ତି। ଏହା ପରେ ସେ ଭିଲେନ ଚରିତ୍ରରେ ଅଭିନୟ ଜାରି ରଖିଲେ। ତାଙ୍କର ସ୍ବତନ୍ତ୍ର ହସ, ଭିଲେନ ଭୂମିକା ଏବଂ ଡାଏଲଗ୍‌ ଷ୍ଟାଇଲ୍‌ ତାଙ୍କୁ ଜଣେ ପ୍ରସିଦ୍ଧ ଭିଲେନ କରିଥିଲା। ତାଙ୍କର ବିଶେଷ ଶୈଳୀ ପାଇଁ ତାଙ୍କୁ ବଲିଉଡ୍‌ର ‘ବ୍ୟାଡମ୍ୟାନ୍‌’ କୁହାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri