ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଅଲଗା ହେଲା ମୁଣ୍ଡଗଣ୍ଡି

କୋରାପୁଟ,୫ା୪(ସ୍ବ.ପ୍ର.): କୋରାପୁଟ ଓଏମ୍‌ପି ପେଟ୍ରୋଲ ପମ୍ପ୍‌ ନିକଟରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଆନ୍ଧ୍ରରୁ ଜୟପୁର ଯାଉଥିବା ଏକ ଟ୍ରକ୍‌ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଯିବାରୁ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲା ସେମିଳିଗୁଡ଼ା ଅଞ୍ଚଳର ଆଲୋକ ଜେନା (୪୦)। ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି। ତାଙ୍କ ନାମ ସଞ୍ଜୟ ରାଉତ। ତାଙ୍କ ଘର ସେମିଳିଗୁଡ଼ାରେ ବୋଲି ଜଣାପଡ଼ିଛି।
କୋରାପୁଟ ଟାଉନ ପୋଲିସ ଦୁର୍ଘଟଣା ଘଟାଇଥିବା ଆନ୍ଧ୍ରର ଟ୍ରକ୍‌ ନଂ ଏପି-୦୯-ଟି-୧୫୭୫କୁ ଜବତ କରିଥିବା ବେଳେ ଟ୍ରକ୍‌ ଡ୍ରାଇଭରଙ୍କୁ ଗିରଫ କରିଥିବା ଜଣାପଡ଼ିଛି।